Advertisment

Indore Bans Begging: ନୂଆ ବର୍ଷରୁ ସରକାରଙ୍କ ବଡ଼ ନିଷ୍ପତ୍ତି; ଏଣିକି ‍‍‍‍‍‌ଭିକାରୀଙ୍କୁ ଭିକ ଦେଲେ ଯିବେ ଜେଲ୍ !

ଆପଣ ଭିକାରୀଙ୍କୁ ଭିକ୍ଷା ଦେଉଛନ୍ତି କି ? ଦେଉଥିଲେ ହୋଇ ଯାଆନ୍ତୁ ସାବଧାନ। କାରଣ ସରକାରଙ୍କ ବଡ଼ ନିଷ୍ପତ୍ତି। ଏଣିକି ‍‍‍‍‍‌ଭିକାରୀଙ୍କୁ ଭିକ ଦେଲେ ଯିବେ ଜେଲ୍।

ଅଦ୍ୟତନ ହୋଇଛି
Indore Bans Begging

Indore Bans Begging

Advertisment

ଆସୁଛି ନୂଆ ବର୍ଷ, ଆସିବ ନୂଆ ନିୟମ। ଆପଣ ଭିକାରୀଙ୍କୁ ଭିକ୍ଷା ଦେଉଛନ୍ତି କି ? ଦେଉଥିଲେ ହୋଇ ଯାଆନ୍ତୁ ସାବଧାନ। କାରଣ ସରକାରଙ୍କ ବଡ଼ ନିଷ୍ପତ୍ତି। ଏଣିକି ‍‍‍‍‍‌ଭିକାରୀଙ୍କୁ ଭିକ ଦେଲେ ଯିବେ ଜେଲ୍। ନୂଆ ବର୍ଷରୁ ସରକାର ଏପରି ନିୟମ ଆଣିବାକୁ ଯାଉଛନ୍ତି। ଯଦି କେହି ଭିକାରୀଙ୍କୁ ନୂଆ ବର୍ଷ ଠାରୁ ଭିକ ଦିଅନ୍ତି, ତା’ହେଲେ ସେମାନଙ୍କ ନାଁରେ ଏଫଆଇଆର ରୁଜୁ କରାଯିବ।

Advertisment

ଦେଶର ସବୁଠାରୁ ସଫା ସହର ମାନ୍ୟତା ପାଇଥିବା ମଧ୍ୟପ୍ରଦେଶର ଇନ୍ଦୋରରେ ଏପରି ନିୟମ ଲାଗୁ ହେବାକୁ ଯାଉଛି। ସହରକୁ ଭିକାରୀ ମୁକ୍ତ କରିବା ପାଇଁ ଇନ୍ଦୋର ପ୍ରଶାସନ ଜାନୁଆରୀ ୧ରୁ ନୂଆ ନିୟମ ଲାଗୁ କରିବ। ଯଦି କେହି ଭିକାରୀଙ୍କୁ ଭିକ ଦେଉଥିବା ଜଣାପଡ଼ିବ, ତା’ହେଲେ ତାଙ୍କ ବିରୋଧରେ ପ୍ରଶାସନ ପକ୍ଷରୁ ଏଫଆଇଆର ରୁଜୁ କରାଯିବା ସହ ଜେଲ୍‌ ମଧ୍ୟ ଯାଇପାରନ୍ତି। ଜିଲ୍ଲାପାଳ ଆଶିଷ ସିଂହ ଏ ସମ୍ପର୍କରେ କହିଛନ୍ତି ଯେ ଇନ୍ଦୋରରେ ଭିକ ମାଗିବା ଉପରେ ସଂପୂର୍ଣ୍ଣ ଭାବେ ବ୍ୟାନ ଲାଗିଛି। ଆମର ଭିକ ମାଗିବା ବିରୋଧୀ ସଚେତନତା କାର୍ଯ୍ୟକ୍ରମ ଚଳିତ ମାସ ଶେଷ ଯାଏ ଚାଲିବ। ଏହାପରେ ଅର୍ଥାତ ଜାନୁଆରୀ ୧ରୁ ଯଦି କେହି ଭିକ ଦେଉଥିବା ଜଣାପଡ଼ିବ, ତା’ହେଲେ ତାଙ୍କ ବିରୋଧରେ ଏଫଆଇଆର ରୁଜୁ କରାଯିବ। ଇନ୍ଦୋରବାସୀଙ୍କୁ ଅନୁରୋଧ କରି କହିଛନ୍ତି ଯେ ସେମାନେ ଭିକ ଦେଇ ଏପରି ପାପର ଅଧିକାରୀ ହୁଅନ୍ତୁ ନାହିଁ। ସହରକୁ ଭିକାରୀ ମୁକ୍ତ ପାଇଁ ଚାଲିଥିବା ଅଭିଯାନକୁ ସେମାନେ ସଫଳ କରନ୍ତୁ ବୋଲି ଶ୍ରୀ ସିଂହ ସମସ୍ତଙ୍କୁ ଅନୁରୋଧ କରିଛନ୍ତି।

ଅଧିକ ପଢନ୍ତୁ: ଗିରଫ ହେଲେ ଅତୁଲଙ୍କ ପତ୍ନୀ, ଉଠାଇ ଆଣିଲା ବେଙ୍ଗାଲୁରୁ ପୋଲିସ

ଭିକାରୀମାନଙ୍କୁ ଉଦ୍ଧାର କରି ସେମାନଙ୍କୁ ଉପଯୁକ୍ତ କେନ୍ଦ୍ରରେ ରଖିବା ପାଇଁ କେନ୍ଦ୍ର ସରକାର ଅଭିଯାନ ଆରମ୍ଭ କରିଛନ୍ତି। ପ୍ରାରମ୍ଭିକ ପର୍ଯ୍ୟାୟରେ ଦିଲ୍ଲୀ, ବେଙ୍ଗାଲୁରୁ, ଚେନ୍ନାଇ, ହାଇଦ୍ରାବାଦ, ଇନ୍ଦୋର, ଲକ୍ଷ୍ନୌ, ମୁମ୍ବାଇ, ନାଗପୁର, ପାଟନା ଓ ଅହମଦାବାଦକୁ ଭିକାରୀ ମୁକ୍ତ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହିକ୍ରମରେ ଇନ୍ଦୋର ପ୍ରଶାସନ ଜାନୁଆରୀ ୧ରୁ ନୂଆ ନିୟମ ପ୍ରଣୟନ କରିବାକୁ ଯାଉଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଇନ୍ଦୋର ପ୍ରଶାସନ ଭିକ ମାଗିବା ବିରୋଧରେ ଆରମ୍ଭ କରିଥିବା ଅଭିଯାନ ବେଳେ ସାଂଘାତିକ ତଥ୍ୟ ହାସଲ କରିଛି। ଏହି ପ୍ରକଳ୍ପର ଅଧିକାରୀ ଦୀନେଶ ମିଶ୍ରା କହିଛନ୍ତି, “ଆମେ ଯେତେବେଳେ ରିପୋର୍ଟ ତିଆରି କରୁଥିଲୁ ସେତେବେଳେ ଜାଣିବାକୁ ପାଇଥିଲୁ ଯେ ବୁଲିବୁଲି ଭିକ ମାଗୁଥିବା କିଛି ଭିକାରୀଙ୍କ ପାଖରେ ପକ୍କା ଘର ରହିଛି।

Advertisment

ସେହିପରି କିଛି ଭିକାରୀଙ୍କ ପିଲାମାନେ ବ୍ୟାଙ୍କରେ କାମ କରୁଛନ୍ତି। ଆମେ ଗୋଟିଏ ଥର ଜଣେ ଭିକାରୀଙ୍କ ପାଖରୁ ୨୯ ହଜାର ଟଙ୍କା ପାଇଥିଲୁ। ଆଉ ଜଣେ ଭିକାରୀ ଲୋକଙ୍କୁ ଋଣ ଦେଇ ସୁଧ ସଂଗ୍ରହ କରୁଛନ୍ତି। ଥରେ ରାଜସ୍ଥାନରୁ ଗୋଟିଏ ଗ୍ୟାଙ୍ଗ ଛୋଟ ପିଲାଙ୍କୁ ଧରି ଏଠାକୁ ଆସିଥିଲା। ସମସ୍ତଙ୍କୁ ଗୋଟିଏ ହୋଟେଲରୁ ଧରା ଯାଇଥିଲା।”

ମଧ୍ୟପ୍ରଦେଶର ସାମାଜିକ କଲ୍ୟାଣ ମନ୍ତ୍ରୀ ନାରାୟଣ ସିଂହ କୁଶୱାଙ୍କ କହିବା କଥା ଯେ ସରକାରଙ୍କ ଏହି ଭିକାରୀ ମୁକ୍ତ କାର୍ଯ୍ୟକ୍ରମରେ ଇନ୍ଦୋର ଭିତ୍ତିକ ସାମାଜିକ ସଂଗଠନ ମଧ୍ୟ ସହାୟତା କରିଛି। ଏହି ସଂଗଠନ ଉଦ୍ଧାର ହୋଇଥିବା ଭିକାରୀଙ୍କୁ ୬ ମାସ ରହିବାର ବ୍ୟବସ୍ଥା କରିବ ଓ ସେମାନଙ୍କୁ ଅନ୍ୟ କାମରେ ନିୟୋଜିତ କରିବା ପାଇଁ ପ୍ରୟାସ କରିବ। ଆମେ ଲୋକଙ୍କୁ ଭିକ ମାଗିବା ଠାରୁ ଦୂରେଇ ରଖିବା ପାଇଁ ସବୁ ପ୍ରକାରର ପଦକ୍ଷେପ ଗ୍ରହଣ କରୁଥିବା ସେ କହିଛନ୍ତି।

Advertisment

ଅଧିକ ପଢନ୍ତୁ: ପରିବାରକୁ ଯୋଡିଲା ରାଜନୀତି, ମନ୍ତ୍ରିମଣ୍ଡଳରେ ଭାଇଭଉଣୀ

Indore Beggars
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ