Advertisment

ମୃତ୍ୟୁର ୨ମାସ ପରେ ସାଇରସଙ୍କ ବନ୍ଧୁଙ୍କ ନାଁରେ ମାମଲା

ଦୁର୍ଘଟଣାରେ ସାଇରସ ଓ ଜାହାଙ୍ଗୀରଙ୍କ ମୃତ୍ୟୁ ହୋଇଥିବା ବେଳେ ଅନହିତା ଏବଂ ଡେରିୟସ୍ ଗୁରତର ଆହତ ହୋଇଥିଲେ।

author-image
Chandan Shishu
ଅଦ୍ୟତନ ହୋଇଛି
cyrus mistry death Case

cyrus mistry death Case

ରାସ୍ତା ଦୁର୍ଘଟଣାରେ ଟାଟା ସନସ୍ ପୂର୍ବତନ ଅଧ୍ୟକ୍ଷ ସାଇରସ୍ ମିସ୍ତ୍ରୀ ମୃତ୍ୟୁ ମାମଲାରେ ପୋଲିସର କେସ୍ ରୁଜୁ। ଘଟଣାର ୨ମାସ ପରେ ସାଇରସଙ୍କ ବନ୍ଧୁ ତଥା ମୁମ୍ବାଇର ଟପ୍ ଗାଏନାକୋଲୋଜିଷ୍ଟ ଡାକ୍ତର ଅନହିତା ପାଣ୍ଡୋଲେଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ବେପରୁଆ ଗାଡ଼ିଚାଳନା ସହ ତାଙ୍କ ବିରୋଧରେ ଲାଗିଛି ଆଇପିସିର ୩୦୪-ଏ ଦଫା।

Advertisment

ଦୁର୍ଘଟଣା ଘଟିବା ସମୟରେ ଅନହିତା ଗାଡି ଚଳାଉଥିଲେ। ସେଦିନ ଗାଡିରେ ୫୪ ବର୍ଷିୟ ସାଇରସ୍ ମିସ୍ତ୍ରୀଙ୍କ ସହ ତାଙ୍କ ବନ୍ଧୁ ଜାହାଙ୍ଗୀର ପାଣ୍ଡୋଲେ, ଡାକ୍ତର ଅନହିତା ଏବଂ ତାଙ୍କ ସ୍ୱାମୀ ଡେରିୟସ୍ ଉପସ୍ଥିତ ଥିଲେ।

ଦୁର୍ଘଟଣାରେ ସାଇରସ ଓ ଜାହାଙ୍ଗୀରଙ୍କ ମୃତ୍ୟୁ ହୋଇଥିବା ବେଳେ ଅନହିତା ଏବଂ ଡେରିୟସ୍ ଗୁରତର ଆହତ ହୋଇଥିଲେ। ମୁମ୍ବାଇର ଏକ ହସପିଟାଲରେ ଉଭୟଙ୍କ ଚିକିତ୍ସା ଚାଲିଥିଲା। ଗତ ସପ୍ତାହରେ ଉଭୟେ ହସପିଟାଲରୁ ସୁସ୍ଥ ହୋଇ ଘରକୁ ଫେରିଥିଲେ। ପୋଲିସ ତାଙ୍କ ଘରକୁ ଯାଇ ଘଟଣା ବାବଦରେ ପ୍ରାୟ ଦେଢ ଘଣ୍ଟା ଧରି ପଚରାଉଚରା କରିଥିଲା। ଡେରିୟସଙ୍କ ବୟାନ ଆଧାରରେ ପୋଲିସ ଡାକ୍ତର ଅନହିତାଙ୍କ ବିରୋଧରେ ମାମଲା ରୁଜୁ କରିଛି।  

Advertisment
Road Accident Cyrus Mistry
Advertisment
Advertisment