Advertisment

Old Vehicles:ପୁରୁଣା କାର ଥିଲେ ହେବେ ହଟହଟା, ନିଆଗଲା ବଡ଼ ନିଷ୍ପତ୍ତି

ପୂର୍ବରୁ ଏହି ବର୍ଗର ଗାଡ଼ିଗୁଡ଼ିକୁ ଜୁଲାଇ ୧ରୁ ତେଲ ନଦେବା ପାଇଁ ନିଷ୍ପତ୍ତି ହୋଇଥିଲା। ତେବେ ଏହାକୁ ବିଭିନ୍ନ ମହଲରୁ ଜୋରଦାର ବିରୋଧ କରାଯାଇଥିଲା । ଏହା ପରେ ସରକାର ଏହି ବ୍ୟାନକୁ ଉଠାଇ ନେଇଥିଲେ ।

Old Vehicles

Old Vehicles

Advertisment

୧୦ ବର୍ଷରୁ ଅଧିକ ପୁରୁଣା ଡିଜେଲ ଚାଳିତ କାର ଓ ୧୫ ବର୍ଷରୁ ଅଧିକ ପୁରୁଣା ପେଟ୍ରୋଲ ଚାଳିତ କାରକୁ ଆଉ ଦିଆଯିବନି ତେଲ । ମଙ୍ଗଳବାର ଦିଲ୍ଲୀ ସରକାର ଏହି ନିର୍ଦ୍ଦେଶ ଜାରି କରିଛନ୍ତି । ଆସନ୍ତା ନଭେମ୍ବର ୧ରୁ ଲାଗୁ ହେବ ଏହି ନିୟମ । ସେହିଦିନଠୁ NCRର ୫ଟି ଜିଲ୍ଲା ଗୁରୁଗ୍ରାମ, ଫରିଦାବାଦ, ନୋଏଡା, ଗାଜିଆବାଦ ଓ ସୋନିପତରେ ବି ଏହି ନିୟମ ଲାଗୁ ହେବ। ।

Advertisment

ପୂର୍ବରୁ ଏହି ବର୍ଗର ଗାଡ଼ିଗୁଡ଼ିକୁ ଜୁଲାଇ ୧ରୁ ତେଲ ନଦେବା ପାଇଁ ନିଷ୍ପତ୍ତି ହୋଇଥିଲା। ତେବେ ଏହାକୁ ବିଭିନ୍ନ ମହଲରୁ ଜୋରଦାର ବିରୋଧ କରାଯାଇଥିଲା । ଏହା ପରେ ସରକାର ଏହି ବ୍ୟାନକୁ ଉଠାଇ ନେଇଥିଲେ । ସେତେବେଳେ ଦିଲ୍ଲୀର ପରିବେଶ ମନ୍ତ୍ରୀ ମନଜିନ୍ଦର ସିଂହ ସିର୍ସା କହିଥିଲେ ପୁରୁଣା ଗାଡ଼ିଗୁଡ଼ିକୁ ନେଇ ସରକାର ଏକ ନୂଆ ବ୍ୟବସ୍ଥା ଗ୍ରହଣ କରିବେ।

ଅଧିକ ପଢନ୍ତୁ:  ଚମତ୍କାର! ୫ ଘଣ୍ଟା ଜୀବନ ମରଣ ସହିତ ସଂଘର୍ଷ ପରେ ଭଗ୍ନାବଶେଷରୁ ଜୀବିତ ବାହାରିଲେ ଯୁବତୀ

Advertisment

ଜୁଲାଇ ୧ରୁ ଏହି ବର୍ଗର ପୁରୁଣା ଗାଡ଼ିଗୁଡ଼ିକୁ ଚିହ୍ନଟ କରି ପେଟ୍ରୋଲ ବା ଡିଜେଲ ନ ଦେବା ପାଇଁ ବ୍ୟବସ୍ଥା କରାଯାଇଥିଲା। ଫୁଏଲିଂ ଷ୍ଟେସନଗୁଡ଼ିକରେ ଅଟୋମେଟେଡ୍ କ୍ୟାମେରା ସିଷ୍ଟମ ଲଗାଯାଇଛି, ଫଳରେ ଗାଡ଼ି ଗୁଡିକ କେତେ ପୁରୁଣା ଜାଣିହେବ ।

ତା’ ସହ ଟ୍ରାଫିକ ପୋଲିସକୁ ମଧ୍ୟ ଏହି ଦାୟିତ୍ୱ ଦିଆଯାଇଥିଲା। ଏହି ବର୍ଗର ପୁରୁଣା ଗାଡ଼ିଗୁଡ଼ିକୁ ଚିହ୍ନଟ କରି ସେମାନଙ୍କ ଉପରେ ଚାଲାଣ କାଟିବା ପାଇଁ ମଧ୍ୟ ଟ୍ରାଫିକ ପୋଲିସକୁ କ୍ଷମତା ଦିଆଯାଇଥିଲା।

Advertisment

ଦିଲ୍ଲୀ ଉପ-ରାଜ୍ୟପାଳ ଏହି ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଥିଲେ। ସେ ଦିଲ୍ଲୀ ସରକାରଙ୍କୁ ଏକ ଚିଠି ଲେଖି ଏହି ବ୍ୟାନ ଉପରେ ଲାଗିଥିବା ରୋକକୁ ଜାରି ରଖିବାକୁ କହିଥିଲେ। ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ଲେଖିଥିବା ଚିଠିରେ ଉପ-ରାଜ୍ୟପାଳ ଯୁକ୍ତି ବାଢ଼ିଥିଲେ ଯେ ଏଭଳି ଏକ ବ୍ୟବସ୍ଥାକୁ ଆପଣାଇବାକୁ ଦିଲ୍ଲୀବାସୀ ପ୍ରସ୍ତୁତ ହୋଇନାହାନ୍ତି।

ମଧ୍ୟବିତ୍ତ ଶ୍ରେଣୀର ପରିବାରଗୁଡ଼ିକ ସେମାନଙ୍କର ସମସ୍ତ ଆୟ ଗାଡ଼ି ଖଣ୍ଡିଏ କିଣିବାରେ ବ୍ୟୟ କରି ଦେଇଥିବା ବେଳେ ଏହି ବ୍ୟବସ୍ଥା ସେମାନଙ୍କ ପ୍ରତି ଅନ୍ୟାୟ ହେବ । ମଧ୍ୟବିତ୍ତ ଶ୍ରେଣୀର ଲୋକ ଏହି ନିୟମ ଯୋଗୁଁ ଅଧିକ କ୍ଷତିଗ୍ରସ୍ତ ହେବେ ।

ଏହି ନିଷ୍ପତ୍ତି ଉପରେ ସମୀକ୍ଷା କରିବାକୁ ଦିଲ୍ଲୀ ସରକାର ଚିଠି ଲେଖିବା ପରେ ଆଜି କମିଶନ ଫର ଏୟାର କ୍ୱାଲିଟି ମ୍ୟାନେଜମେଣ୍ଟ (CAQM)ର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଦିଲ୍ଲୀ ସରକାରଙ୍କ ଅନୁରୋଧକୁ ଦୃଷ୍ଟିରେ ରଖି କମିଶନ ଦିଲ୍ଲୀ ସହିତ ଏନ୍‌ସିଆରର ୫ଟି ଜିଲ୍ଲାରେ ନଭେମ୍ବର ୧ ତାରିଖରୁ ଏହି ବର୍ଗର ଗାଡ଼ିଗୁଡ଼ିକୁ ତେଲ ନ ଦେବାକୁ ନିଷ୍ପତ୍ତି ନେଇଛି।

ଅଧିକ ପଢନ୍ତୁ: ନିଜ ବନ୍ଧୁକରୁ ଗୁଳି ଫୁଟି ଯବାନଙ୍କ ମୃତ୍ୟୁ

Delhi Petrol Delhi And NCR Disel
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ