Advertisment

ଇତିହାସରେ ପ୍ରଥମ: ଟାବ୍‌ଲେଟ୍‌ରେ ଭଲ ହେଲା କ୍ୟାନ୍ସର, ଦେଖିବାକୁ ମିଳୁନି ଲକ୍ଷଣ

କ୍ୟାନ୍ସର ଚିକିତ୍ସାରେ ଇତିହାସରେ ପ୍ରଥମ ଔଷଧର ପରୀକ୍ଷଣ ବେଳେ ସମସ୍ତ କ୍ୟାନ୍ସର ରୋଗୀ ସୁସ୍ଥ ହୋଇଥିବା ସୂଚନା ମିଳିଛି। ଆମେରିକାର ନ୍ୟୁୟର୍କରେ ଏଭଳି ଘଟଣା ଦେଖିବାକୁ ମିଳିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Cancer Vanishes For Every Patient In Drug Trial

Cancer Vanishes For Every Patient In Drug Trial

କ୍ୟାନ୍ସର ଚିକିତ୍ସା କ୍ଷେତ୍ରରେ ଏକ ଖୁସି ଖବର। କ୍ୟାନ୍ସର ଚିକିତ୍ସାରେ ଇତିହାସରେ ପ୍ରଥମ ଔଷଧର ପରୀକ୍ଷଣ ବେଳେ ସମସ୍ତ କ୍ୟାନ୍ସର ରୋଗୀ ସୁସ୍ଥ ହୋଇଥିବା ସୂଚନା ମିଳିଛି। ଆମେରିକାର ନ୍ୟୁୟର୍କରେ ଏଭଳି ଘଟଣା ଦେଖିବାକୁ ମିଳିଛି। ମଳାଶୟ କର୍କଟରେ ପୀଡ଼ିତ ରୋଗୀଙ୍କ ଚିକିତ୍ସା ପରେ ସମସ୍ତେ ସୁସ୍ଥ ହୋଇଯାଇଛନ୍ତି।

Advertisment

୧୮ ଜଣ ମଳାଶୟ କର୍କଟ ରୋଗୀଙ୍କୁ ନେଇ ଏକ ନୂତନ ଔଷଧର ପରୀକ୍ଷାମୂଳକ ଚିକିତ୍ସା ଚାଲିଥିଲା। ତେବେ ଏହି ପରୀକ୍ଷାମୂଳକ ଚିକିତ୍ସା ପରେ ସମସ୍ତ ରୋଗୀ ସୁସ୍ଥ ହୋଇଯାଇଛନ୍ତି। ରୋଗୀଙ୍କୁ ୬ ମାସ ପର୍ଯ୍ୟନ୍ତ Dostarlimab ନାମକ ଏକ ଔଷଧ ଦିଆଯାଇଥିଲା। ଯାହା ଦ୍ୱାରା ଚିକିତ୍ସିତ ହେଉଥିବା ରୋଗୀଙ୍କ ମଳାଶୟ ଟ୍ୟୁମର ଭଲ ହୋଇଯାଇଥିବା ଜଣାପଡ଼ିଛି। 

Dostarlimab ଔଷଧ ରୋଗୀଙ୍କ ଶରୀରରେ ଆଣ୍ଟିବଡି ଭାବେ କାର୍ଯ୍ୟ କରିଥାଏ। ଯାହାର ଆଶ୍ଚର୍ଯ୍ୟଜନକ ରେଜଲ୍ଟ ଦେଖିବାକୁ ମିଳିଛି। ରୋଗୀଙ୍କ ଶାରିରୀକ ପରୀକ୍ଷଣ, ଏଣ୍ଡୋସ୍କୋପି, MRI ଏବଂ ପିଇଟି ସ୍କାନ ପରେ ମଧ୍ୟ ମଳାଶୟ କ୍ୟାନ୍ସର ରୋଗର କୌଣସି ଗୋଟିଏ ବି ଲକ୍ଷଣ ଦେଖିବାକୁ ମିଳିନାହିଁ। ନ୍ୟୁୟର୍କରେ ଥିବା ମେମୋରିଆଲ ସ୍ଲୋଆନ କେଟରିଂ କ୍ୟାନସର ଇନଷ୍ଟିଟ୍ୟୁଟର ଡାକ୍ତର ଲୁଇସ୍‌ ଏ ଡିଆଜ ଏହି ସୂଚନା ଦେଇଛନ୍ତି।

Advertisment

ଡାକ୍ତର ଲୁଇସ୍‌ କହିଛନ୍ତି ଯେ, ଚିକିତ୍ସା ଦ୍ୱାରା ଏଭଲି ଘଟଣା କ୍ୟାନ୍ସର ଚିକିତ୍ସା ଇତିହାସରେ ପ୍ରଥମ ଘଟଣା। ନ୍ୟୁୟର୍କର ଏକ ଜାତୀୟ ଗଣମାଧ୍ୟମରେ ଚିକିତ୍ସା ସମ୍ବନ୍ଧୀୟ ଏହି ଖବର ପ୍ରକାଶ ପାଇଛି। ତେବେ ଏହି ଔଷଧ ସମସ୍ତ କ୍ୟାନ୍ସର ରୋଗୀଙ୍କ ଠାରେ ଫଳପ୍ରଦ କି ନାହିଁ ଏହାର ଅଧିକ ପରୀକ୍ଷା ନିରୀକ୍ଷା କରିବାର ଆବଶ୍ୟକ ରହିଛି ବୋଲି ଚିକିତ୍ସକ ମତ ଦେଇଛନ୍ତି।

(Source-NDTV)

ଅନ୍ୟପକ୍ଷେ, କର୍କଟ ରୋଗୀଙ୍କୁ ନୂଆ ଜୀବନ ଦେଇପାରେ ଏକ ଭୂତାଣୁ। ଏହା ଶୁଣିଲା ପରେ ହୁଏତ ଆପଣଙ୍କୁ ଟିକେ ଅଜବ ଲାଗିବ, ହେଲେ ଘଟଣାଟି ସତ। କୌଣସି ଔଷଧ ନୁହେଁ, ବରଂ ଗୋଟିଏ ଭୂତାଣୁ କ୍ୟାନ୍ସର ଚିକିତ୍ସା କ୍ଷେତ୍ରରେ ଯୁଗାନ୍ତକାରୀ ସାବ୍ୟସ୍ତ ହୋଇପାରେ ବୋଲି ଆଶା କରାଯାଉଛି। ସବୁଠାରୁ ଖୁସିର କଥା, ଜୀବଜନ୍ତୁଙ୍କ କ୍ଷେତ୍ରରେ ଉପାଦେୟ ସାବ୍ୟସ୍ତ ହେବା ପରେ ଏହାର ମାନବ ପରୀକ୍ଷଣ ଆରମ୍ଭ ହୋଇଛି। ଅଙ୍କୋଲିଟିକ୍ ଭାଇରସ୍(Oncolytic Virus) CF33-hNIS ଓରଫ୍ ଭ୍ୟାକ୍ସିନିଆ କର୍କଟ ଆକ୍ରାନ୍ତ ଜୀବକୋଷକୁ ନଷ୍ଟ କରିବାରେ ସକ୍ଷମ ବୋଲି ଜଣାପଡ଼ିଛି।

Cancer Patients Cancer
Advertisment
Advertisment