/odishatv-khabar/media/post_attachments/uploadimage/library/16_9/16_9_0/Canada_PM_1695379622.jpg)
Canada PM
କାନାଡାରେ ଖଲ୍ଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜର ହତ୍ୟା ମାମଲାରେ ଭାରତକୁ ଦାୟୀ କରୁଥିବା କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ପୁଣି ଥରେ ନିଜର ବୟାନ ଦୋହରାଇଛନ୍ତି । ନ୍ୟୁୟର୍କରେ ଏକ ପ୍ରେସ୍ କନଫରେନ୍ସ ବେଳେ ଟ୍ରୁଡୋ କହିଛନ୍ତି, ଭାରତ ସରକାର ଏ ଅଭିଯୋଗକୁ ଗମ୍ଭୀରତାର ସହ ନିଅନ୍ତୁ ଏବଂ ଆମ ସହ ମିଳିମିଶି କାମ କରନ୍ତୁ।
ନିଜ୍ଜର ହତ୍ୟା ପଛରେ ଭାରତର ହାତ ଥିବା ନେଇ ଠୋସ୍ ପ୍ରମାଣ ଥିବା କହିବା ସହ ନିଜର ପୂର୍ବ ବୟାନକୁ ଦୋହରାଇଛନ୍ତି ଟ୍ରୁଡ୍ୟୁ। ସେ ଆହୁରି ମଧ୍ୟ କହିଛନ୍ତି ଜଣେ ନିରପେକ୍ଷ ଏବଂ ନ୍ୟାୟିକ ପ୍ରଣାଳୀ ଉପରେ ବିଶ୍ବାସ କରୁଥିବା ଦେଶ ସଚୋଟ ଭାବେ କାମ କରିବା ନିହାତି ମହତ୍ୱପୂର୍ଣ୍ଣ ଅଟେ। କାନାଡା ମାଟିରେ କାନାଡା ନାଗରିକଙ୍କୁ ହତ୍ୟା ପଛରେ ଯେ କୌଣସି ଦେଶର ହାତ ରହିଲେ ବି ତାକୁ ବରଦାସ୍ତ କରାଯିବନି ବୋଲି ଟ୍ୟୁଡ୍ୟୁ କହିଛନ୍ତି।
ନିଜ୍ଜର ହତ୍ୟା ମାମଲାରେ ଭାରତର ହାତ ଥିବା ନେଇ ପୂର୍ବରୁ ମଧ୍ୟ କାନାଡା ସଂସଦରେ ଉଠାଇଥିଲେ ଟ୍ରୁଡ୍ୟୁ । ତେବେ ଭାରତ ଏ ଅଭିଯୋଗକୁ ଖଣ୍ଡନ କରିବା ସହ ଉଚିତ ଜବାବ ଦେଇଥିଲା । ଖଲିସ୍ତାନୀ ପ୍ରସଙ୍ଗକୁ ନେଇ ଭାରତ-କାନାଡ଼ା ସଂପର୍କରେ ତିକ୍ତତା ଚରମ ସ୍ଥିତିରେ ପହଞ୍ଚିଥିବା ବେଳେ ପୂର୍ବରୁ ଉଭୟ ଦେଶ ପରସ୍ପରର କୂଟନୀତିଜ୍ଞଙ୍କୁ ନିଜ ଦେଶରୁ ବହିଷ୍କାର କରି ସାରିଛନ୍ତି। ଖାଲି ସେତିକି ନୁହେଁ, ଏବେ କାନାଡ଼ା ଭିସା ପ୍ରଦାନ ସେବାକୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ସ୍ଥଗିତ ରଖିଛି ଭାରତ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)