Advertisment

ଆଜିଠୁ ବଜେଟ ଅଧିବେଶନ, ଉଭୟ ଗୃହକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି

ଲୋକସଭା ଓ ରାଜ୍ୟସଭାରୁ ନିଲମ୍ବିତ ହୋଇଥିବା ସମସ୍ତ ୧୪୬ ଜଣ ସାଂସଦଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର ହୋଇଛି। ଆସନ୍ତାକାଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ବଜେଟ୍ ଉପସ୍ଥାପନ କରିବେ। ୨୦୨୪ ନିର୍ବାଚନ ପୂର୍ବରୁ ମୋଦି ସରକାରଙ୍କ ଏହା ଶେଷ ବଜେଟ୍।

author-image
Sonali Ojha
ଅଦ୍ୟତନ ହୋଇଛି
Parliament Budget Session Live Updates

Budget Session

ଆଜିଠୁ ବଜେଟ ଅଧିବେଶନ। ଉଭୟ ଗୃହକୁ ସମ୍ବୋଧନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସଂସଦରେ କାମଚଳା ବଜେଟ୍ ଉପସ୍ଥାପିତ ହେବା ପୂର୍ବରୁ ଆଜି ଉଭୟ ଲୋକସଭା ଓ ରାଜ୍ୟସଭାକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ NDA ନେତୃତ୍ୱାଧୀନ ବିଜେପି ସରକାରର ଏହା ହେବ ଶେଷ ବଜେଟ୍।

Advertisment

ପୂର୍ବରୁ ଶୀତକାଳୀନ ଅଧିବେଶନରେ ଉଭୟ ଲୋକସଭା ଓ ରାଜ୍ୟସଭାରୁ ନିଲମ୍ବିତ ହୋଇଥିବା ସମସ୍ତ ୧୪୬ ଜଣ ସାଂସଦଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର ହୋଇଛି। ଏହାବ୍ୟତୀତ ଲୋକସଭା ପ୍ରିଭିଲେଜ କମିଟି ଦ୍ୱାରା ନିଲମ୍ବିତ ୧୪ ଜଣ ସାଂସଦଙ୍କ ଉପରୁ ବି ନିଲମ୍ବନ ପ୍ରତ୍ୟାହାର କରାଯାଇଛି। ଗତ ଶୀତକାଳୀନ ଅଧିବେଶନରେ ହଟ୍ଟଗୋଳ ଓ ଅଶୋଭନୀୟ ଆଚରଣ ପାଇଁ ଉଭୟ ଗୃହର ୧୪୬ ସାଂସଦକୁ ନିଲମ୍ବିତ କରାଯାଇଥିଲା । ଗତକାଲି ସମସ୍ତଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର କରିବା ପାଇଁ ଉଭୟ ଗୃହର ପ୍ରୋସିଡିଂ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।

ଅଧିକ ପଢ଼ନ୍ତୁ: ବଦଳିବ ନିୟମ, ବଜେଟ ପୂର୍ବରୁ ଏହି ୬ଟି ପରିବର୍ତ୍ତନ

ଶୀତ ଅଧିବେଶନରେ ଲୋକସଭା ଓ ସଂସଦ ବାହାରେ ଦେଖାଯାଇଥିବା ସୁରକ୍ଷା ବିଭ୍ରାଟ ଘଟଣାରେ ବିରୋଧୀ ସାଂସଦମାନେ ଗୃହରେ ହଟ୍ଟଗୋଳ କରିଥିଲେ । ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ବିବୃତ୍ତି ଦାବି କରି ସେମାନେ ଗୃହକାର୍ଯ୍ୟରେ ଅଚଳାବସ୍ଥା ସୃଷ୍ଟି କରିଥିଲେ । ଫଳରେ ଉଭୟ ଗୃହରୁ ମୋଟ ୧୪୬ ବିରୋଧୀ ଦଳର ସାଂସଦଙ୍କୁ ଶୀତ ଅଧିବେଶନରୁ ନିଲମ୍ବିତ କରାଯାଇଥିଲା ।

Advertisment

ତେବେ ଆସନ୍ତାକାଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ବଜେଟ୍ ଉପସ୍ଥାପନ କରିବେ। ୨୦୨୪ ନିର୍ବାଚନ ପୂର୍ବରୁ ମୋଦି ସରକାରଙ୍କ ଏହା ଶେଷ ବଜେଟ୍ ଥିବା ବେଳେ ସାଧାରଣ ଜନତାଙ୍କୁ ସୁହାଇଲା ଭଳି ବଜେଟ ଆସିବ ବୋଲି ଆଶା କରାଯାଉଛି।

Lok Sabha Rajya Sabha Budget Session President Draupadi Murmu
Advertisment
Advertisment