Advertisment

ବଜେଟ୍ ୨୦୨୪, କେତେ ସୁହାଇବ ସାଧାରଣ ଲୋକଙ୍କୁ ?

ସୁଲଭ ମୂଲ୍ୟରେ ଉନ୍ନତ ଚିକିତ୍ସା, ଆୟକର ସୀମାରେ କୋହଳ ଓ ଯାତାୟାତ ରିହାତିର ପୁନଃପ୍ରଚଳନ ଲାଗି ବୟସ୍କଙ୍କ ଆଶା ରହିିଛି।

author-image
Satyendu Shekher Mishra
undefined

BUDGET 2024

ଦରଦାମ ହ୍ରାସ। ଆୟକର ଛାଡ଼ ସ୍ଲାବ ଓ ଟିକସ ରିହାତି ବୃଦ୍ଧି। ସଞ୍ଚିତ ଅର୍ଥ ଉପରେ ଅଧିକ ସୁଧ ଓ ବିକଳ୍ପ ବିନିଯୋଗ ସୁବିଧା। ତେଣେ ଯୁବବର୍ଗଙ୍କ ପାଇଁ ଅଧିକ ନିଯୁକ୍ତି ସୁଯୋଗ, ବୟସ୍କଙ୍କ ଲାଗି ସାମାଜିକ ସୁରକ୍ଷା। କାମଚଳା ବଜେଟ୍ ହୋଇଥିଲେ ମଧ୍ୟ ମୋଦି ସରକାରଠୁ ଏମିତି ଅନେକ ଆଶା ରଖିଛନ୍ତି ଯୁବଗୋଷ୍ଠୀ, ଗୃହିଣୀ, ମଧ୍ୟବିତ୍ତ ବର୍ଗ। 

Advertisment

ସେମାନଙ୍କ ଆଶା ପୂରଣ ଲାଗି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପର୍ଯ୍ୟାପ୍ତ ବ୍ୟବସ୍ଥା କରିଥିବା ଅନୁମାନ କରାଯାଉଛି। ଅଶୋଧିତ ପେଟ୍ରୋଲିୟମ ଦର କମିଥିଲେ ବି ବର୍ଷେ ହେଲା ପେଟ୍ରୋଲ କିମ୍ବା ଡିଜେଲ ଦର ହ୍ରାସ କରିନାହାନ୍ତି ସରକାର। ତେବେ ନିର୍ବାଚନ ବର୍ଷ ହୋଇଥିବାରୁ ଅର୍ଥମନ୍ତ୍ରୀ ପେଟ୍ରୋଲ, ଡିଜେଲରୁ ଉତ୍ପାଦନ ଶୁଳ୍କ କମାଇବା ଆଶା କରାଯାଉଛି। 

ଏହାଦ୍ୱାରା ପରିବହନ ଖର୍ଚ୍ଚ କମିବା ସହ ଖାଦ୍ୟ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ଦର ବି ହ୍ରାସ ପାଇବ। ତେଣେ ମଧ୍ୟବିତ୍ତ ଓ ଆୟକରଦାତା ନିଜ ବଳକା ଅର୍ଥ ସଞ୍ଚୟ ଉପରେ ଆକର୍ଷଣୀୟ ସୁଧ ଓ ଟିକସ ରିହାତି ବି ଚାହୁଁଛନ୍ତି। ତେଣୁ ନିର୍ମଳାଙ୍କୁ ଏସବୁ ଦିଗ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେଇଥାଇପାରନ୍ତି।

Advertisment

ଉଚ୍ଚ ମୁଦ୍ରାସ୍ଫୀତିକୁ ନେଇ ସବୁଠୁ ଅଧିକ ହଇରାଣ ହୋଇଛନ୍ତି ଗୃହିଣୀ। ଚାଉଳ,ଡାଲିଠୁ ଆରମ୍ଭ କରି ଅଟା, ଲୁଣ, ତେଲ ପନିପରିବା ଓ ଫଳମୂଳ, ସବୁ ଜିନିଷର ଦାମ ଉଚ୍ଚା ରହିଛି। ତେଣୁ ମହିଳା ଭୋଟରଙ୍କୁ ଖୁସ କରିବା ଲାଗି ନିର୍ମଳା ଖାଦ୍ୟ ଓ ଅତ୍ୟାବଶ୍ୟକ ସାମଗ୍ରୀ ଉପରେ କିଛି ରିହାତି ଘୋଷଣା କରିପାରନ୍ତି। ବୟସ୍କଙ୍କ ଲାଗି ସାମାଜିକ ସୁରକ୍ଷା ଆଉ ଏକ ପ୍ରମୁଖ ପ୍ରସଙ୍ଗ। ସୁଲଭ ମୂଲ୍ୟରେ ଉନ୍ନତ ଚିକିତ୍ସା, ଆୟକର ସୀମାରେ କୋହଳ ଓ ଯାତାୟାତ ରିହାତିର ପୁନଃପ୍ରଚଳନ ଲାଗି ବୟସ୍କଙ୍କ ଆଶା ରହିିଛି।

ବଜେଟରୁ ଛାତ୍ରଛାତ୍ରୀଙ୍କୁ ବଡ଼ ଆଶା ରହିଛି। କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନରେ ସିଟ୍ ସଂଖ୍ୟା ବୃଦ୍ଧି, ଯୁବ ପ୍ରତିଭାଧାରୀଙ୍କୁ ଉଦ୍ୟୋଗୀରେ ପରିଣତ କରିବାକୁ ଅଧିକ ଇନକ୍ୟୁବେସନ ସେଣ୍ଟର ଘୋଷଣା କରାଯିବା ନେଇ ଯୁବଗୋଷ୍ଠୀ ଆଶାବାଦୀ ଅଛନ୍ତି। ଗ୍ରାମାଞ୍ଚଳ ଭିତ୍ତିଭୂମି ଓ ନିମ୍ନବର୍ଗଙ୍କ ରୋଜଗାର ବଢାଇବା ଲାଗି ବି ବଜେଟରେ ସ୍ୱତନ୍ତ୍ର ଧ୍ୟାନ ଦେଇଥିବେ ବୋଲି ଆଶା କରାଯାଉଛି।

Advertisment
Advertisment