• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଚାଲ୍‌ ଚଳାଇଛି ପାକିସ୍ତାନ । ଉପରେ ଭାରତକୁ ପ୍ରଶଂସା କରୁଥିବା ବେଳେ ଭିତରେ କରୁଛି ଷଡ଼ଯନ୍ତ୍ର । ପୂର୍ବରୁ ବାରମ୍ବାର ଭାରତ ବିରୋଧରେ ପାକ୍‌ କିଛି ନା କିଛି ଷଡ଼ଯନ୍ତ୍ର କରୁଥିବା ଦେଖିବାକୁ ମିଳିଛି । 

ପୁଲୱାମା ଆକ୍ରମଣ ହେଉ କି ଯେ କୌଣସି ଆତଙ୍କବାଦୀର ଆତଙ୍କ ସବୁଠି ରହିଛି ପାକ୍‌ର ହାତ । କିନ୍ତୁ ନିକଟରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାରତକୁ ପ୍ରଶଂସା କରିଥିବା ବେଳେ ପୁଣି ସୀମାରେ ଦେଖିବାକୁ ମିଳିଲାଣି ପୁରୁଣା ହିଂସା । 

ସୀମାରେ ପାକିସ୍ତାନର ଡ୍ରୋନ୍‌କୁ ଭାରତୀୟ ଯବାନମାନେ ଖସାଇଛନ୍ତି । ଆଜି ପଞ୍ଜାବର ଅମୃତସର ଜିଲ୍ଲାରେ ସୁରକ୍ଷାକର୍ମୀ ମାନେ ପାକିସ୍ତାନର ଡ୍ରୋନ୍‌ ଖସାଇଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । 

ଭାରତୀୟ ସୀମା ଅଞ୍ଚଳରେ ପାକିସ୍ତାନ ଡ୍ରୋନ୍‌ ଉଡାଉଥିବା ବେଳେ ବିଏସଏଫ୍‌ ଯବାନ ମାନେ ଗୁଳିକରି ଡ୍ରୋନ୍‌ ଖସାଇଥିବା ସୂଚନା ଦିଆଯାଇଛି । 

ଏନେଇ ବିଏସଏଫ୍‌ ମୁଖପାତ୍ର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଗତକାଲି ଅର୍ଥାତ୍‌ ଫେବ୍ରୁଆରୀ ୭ ତାରିଖରେ ପଞ୍ଜାବର ଭାରତୀୟ ସୀମାରେ ପାକିସ୍ତାନ ଡ୍ରୋନ୍‌ ଉଡ଼ାଇଥିଲା । ଅମୃତସର ସେକ୍ଟରରେ ନିୟୋଜିତ ଥିବା ଯବାନମାନେ ଏହାକୁ ଦେଖିଥିଲେ । ଫଳରେ ଯବାନମାନେ ପାକିସ୍ତାନର ଡ୍ରୋନକୁ ଗୁଳିକରି ଖସାଇଦେଇଥିଲେ । 

ଡ୍ରୋନ୍‌ ଖସିବା ପରେ ପଡ଼ୋଶୀ ଦେଶ ପାକିସ୍ତାନରେ ଏହା ପଡ଼ିଥିଲା ବୋଲି ବିଏସଏଫ୍‌ ମୁଖପାତ୍ର କହିଛନ୍ତି । ପାକିସ୍ତାନ ପକ୍ଷରୁ ବାରମ୍ବାର ସୀମାରେ ଡ୍ରୋନ୍‌ ଉଡାଯାଉଛି । ହେଲେ ଯବାନମାନେ ପାକ୍‌ର ଷଡଯନ୍ତ୍ରକୁ ଭଣ୍ଡୁର କରୁଛନ୍ତି । ଖାଲି ସେତିକି ନୁହେଁ ବିଶେଷ କରି ପଞ୍ଜାବ ସୀମାରେ ବାରମ୍ବାର ପାକିସ୍ତାନ ଡ୍ରୋନ୍‌ ଉଡାଉଥିବା ଦେଖିବାକୁ ମିଳିଛି । 

ଚଳିତ ବର୍ଷ ପଞ୍ଜାବ ସୀମାରେ ବିସଏଫ୍‌ ଯବାନ ମାନେ ଏହାକୁ ଲଗାଇ ୩ଟି ଡ୍ରୋନ୍‌ ଖସାଇଲେଣି । ଗତ ବର୍ଷ ମଧ୍ୟ ୨୨ଟି ଡ୍ରୋନ୍‌ ଖସାଇଥିଲେ ଯବାନ । ପାକିସ୍ତାନର ଏପରି କାଣ୍ଡକୁ ଭାରତୀୟ ଯବାନ ମାନେ ସହଜରେ ଗ୍ରହଣ କରିନାହାନ୍ତି ।