Advertisment

ବଢ଼ିଲା LPG କନେକ୍ସନ ଦର, ଶସ୍ତା ହେଲା ଖାଇବା ତେଲ

ଗୋଟିଏପଟେ ଗ୍ରାହକଙ୍କ ଉପରେ ମହଙ୍ଗା ମାଡ଼ ହୋଇଥିବା ବେଳେ ଅନ୍ୟପଟେ ଆଶ୍ୱସ୍ତି ମିଳିଛି। ଗତକାଲି ଏଲ୍‌ପିଜି କନେକ୍ସନ ଦର ବୃଦ୍ଧି ପାଇଥିବା ବେଳେ ଖାଇବା ତେଲ ଶସ୍ତା ହୋଇଛି। ଅନ୍ତର୍ଜାତୀୟ ବଜାରରେ ଖାଇବା ତେଲ ଦର କମି ଥିବାରୁ ଗ୍ରାହକଙ୍କୁ ମହଙ୍ଗାରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି।

author-image
Rajalaxmi Sahoo
Branded edible oil makers slash prices

Branded edible oil makers slash prices

ଗୋଟିଏପଟେ ଗ୍ରାହକଙ୍କ ଉପରେ ମହଙ୍ଗା ମାଡ଼ ହୋଇଥିବା ବେଳେ ଅନ୍ୟପଟେ ଆଶ୍ୱସ୍ତି ମିଳିଛି। ଗତକାଲି ଏଲ୍‌ପିଜି କନେକ୍ସନ ଦର ବୃଦ୍ଧି ପାଇଥିବା ବେଳେ ଖାଇବା ତେଲ ଶସ୍ତା ହୋଇଛି। ବ୍ରାଣ୍ଡେଡ୍‌ ଏଡିବଲ୍‌ ଅଏଲ୍‌ manufactures ପାମ୍‌ ଅଏଲ୍‌, ସୂର୍ଯ୍ୟମୁଖୀ ଓ ସୋୟାବିନ୍‌ ତେଲ ଦର ବୃଦ୍ଧି କରିଛନ୍ତି। ପ୍ରତି ଲିଟରକୁ ୨୦ ଟଙ୍କା ବୃଦ୍ଧି ପାଇଛି। ଅନ୍ତର୍ଜାତୀୟ ବଜାରରେ ଖାଇବା ତେଲ ଦର କମି ଥିବାରୁ ଗ୍ରାହକଙ୍କୁ ମହଙ୍ଗାରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି।  

Advertisment

ଦାମ୍‌ କମ୍‌ ପରେ ଏହିସବୁ ତେଲର ଚାହିଦା ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି। ତେଣୁ ଏହାର ପ୍ରଭାବ ରିଟେଲ ଉପରେ ପଡ଼ିବ। ମେ’ରେ ଖାଇବା ତେଲ ୧୩.୨୬% ମହଙ୍ଗା ହୋଇଥିଲା। ଖାଇବା ତେଲର ଘରୋଇ ମୂଲ୍ୟ ବର୍ଷେ ହେବ ବୃଦ୍ଧି ଯୋଗୁ ଏହା ମହଙ୍ଗା ହୋଇଥିଲା। 

ଇଣ୍ଡିଆନ୍‌ ଭେଜିଟେବଲ୍‌ ଅଏଲ୍‌ ପ୍ରଡ୍ୟୁସର୍ସ ଆସୋସିଏସନର ଅଧ୍ୟକ୍ଷ ସୁଧାକର ରାଓଙ୍କ ସୂଚନା ଅନୁସାରେ, ପାମ୍‌ ଅଏଲ୍‌ ଦାମ୍‌ ପ୍ରତି ଲିଟରକୁ ୭ରୁ ୮ଟଙ୍କା କମିଛି। ସେହିପରି ସୂର୍ଯ୍ୟମୁଖୀ ତେଲ ପ୍ରତି ଲିଟରକୁ ୧୦ରୁ ୧୫ ଟଙ୍କା ଓ ସୋୟାବିନ ତେଲ ପ୍ରତି ଲିଟରକୁ ୫ ଟଙ୍କା କମିଛି। 

Advertisment

ସୋୟାବିନ୍ ଓ ସୂର୍ଯ୍ୟମୁଖି ତେଲର କଷ୍ଟମ ଡ୍ୟୁଟି ମୁକ୍ତ ଆମଦାନୀକୁ କିଛିଦିନ ପୂର୍ବେ କେନ୍ଦ୍ର ଅନୁମତି ପ୍ରଦାନ କରିଥିଲା। ତେଣୁ ଭାରତୀୟ ବଜାରରେ ସୋୟାବିନ୍ ଓ ସୂର୍ଯ୍ୟମୁଖି ତେଲ ଦାମ୍‌ ଶସ୍ତା ହୋଇପାରେ ବୋଲି ଆଶା କରାଯାଉଥିଲା। ବାର୍ଷିକ ୨୦ ଲକ୍ଷ MT ଅଶୋଧିତ ସୋୟାବିନ୍ ଓ ସୂର୍ଯ୍ୟମୁଖି ତେଲ ଆମଦାନୀକୁ ଅନୁମତି ପ୍ରଦାନ କରାଯାଇଥିଲା।

Edible Oil Price Sunflower Oil Soyabean Oil
Advertisment
Advertisment