Advertisment

ପୁଣି ଗ୍ରାହକଙ୍କ ଉପରେ ମହଙ୍ଗା ମାଡ଼: ବଢ଼ିଲା LPG କନେକ୍ସନ ଦର

ବଢ଼ିଲା ଏଲ୍‌ପିଜି କନେକ୍ସନ ଦର। ଯଦି ଆପଣ ନୂଆ ଏଲ୍‌ପିଜି କନେକ୍ସନ ନେବାକୁ ଚାହୁଁଛନ୍ତି, ତା’ହେଲେ ଏଥିପାଇଁ ଆପଣଙ୍କୁ ଏଣିକି ଅତିରିକ୍ତ ୮୫୦ ଟଙ୍କା ଦେବାକୁ ପଡ଼ିବ।

author-image
Rajalaxmi Sahoo
LPG Connection Price Increases

LPG Connection Price Increases

ପୁଣି ଗ୍ରାହକଙ୍କ ଉପରେ ମହଙ୍ଗା ମାଡ଼। ବଢ଼ିଲା ଏଲ୍‌ପିଜି କନେକ୍ସନ ଦର। ଯଦି ଆପଣ ନୂଆ ଏଲ୍‌ପିଜି କନେକ୍ସନ ନେବାକୁ ଚାହୁଁଛନ୍ତି, ତା’ହେଲେ ଏଥିପାଇଁ ଆପଣଙ୍କୁ ଏଣିକି ଅତିରିକ୍ତ ୮୫୦ ଟଙ୍କା ଦେବାକୁ ପଡ଼ିବ।

Advertisment

ସିଲିଣ୍ଡର ପାଇଁ ଅତିରିକ୍ତ ୭୫୦ ଏବଂ ରେଗୁଲେଟର ପାଇଁ ଅତିରିକ୍ତ ୧୦୦ ଟଙ୍କା ଦେବାକୁ ପଡ଼ିବ। ଏହି ନୂଆ ଦର ଗତକାଲିଠାରୁ ହିଁ ଲାଗୁ ହୋଇସାରିଛି। ଏବେ ଆପଣ ନୂଆ କନେକ୍ସନ ନେଲେ ସିଲିଣ୍ଡର ଏବଂ ରେଗୁଲେଟର ପାଇଁ ସିକ୍ୟୁରିଟି ଟିପୋଜିଟ୍ ବେଳେ ୮୫୦ ଟଙ୍କା ଅଧିକ ଦେବାକୁ ପଡ଼ିବ।

ପୂର୍ବରୁ ସିଲିଣ୍ଡର ପାଇଁ ଏହି ଡିପୋଜିଟ୍ ରାଶି ୧୪ ଶହ ୫୦ ଟଙ୍କା ଥିଲା। ଏବେ ଏହି ଦର ବଢ଼ି ୨୨ ଶହ ଟଙ୍କା ହୋଇଛି। ସେହିପରି ରେଗୁଲେଟର ପାଇଁ ପୂର୍ବ ଦର ୧୫୦ ଟଙ୍କା ବଦଳରେ ଏବେ ୨୫୦ ଟଙ୍କା ଦେବାକୁ ପଡ଼ିବ। ଏହି ବର୍ଦ୍ଧିତ ଡିପୋଜିଟ୍ ରାଶି କେବଳ ଘରୋଇ ସିଲିଣ୍ଡର ପାଇଁ ଲାଗୁ ହୋଇଛି। ତେବେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ସିକ୍ୟୁରିଟି ଡିପୋଜିଟ୍ ରାଶିରେ କୌଣସି ପରିବର୍ତ୍ତନ କରାଯାଇନାହିଁ। 

Advertisment
LPG Cylinder LPG Connection Price
Advertisment
Advertisment