/odishatv-khabar/media/post_attachments/uploadimage/library/16_9/16_9_0/IMAGE_1710918273.jpg)
Toddler Falls To Death
ମରଣ କେବେ ଆଉ କେତେବେଳେ ଆସିବ, ତାହା କାହାରିକୁ କହି ଆସିନଥାଏ । ସେମିତି ଏକ ଅଭାବନୀୟ ଘଟଣା ଘଟିଛି ଛତିଶଗଡର ରାୟପୁରର ଏକ ମଲ୍ରେ । ବାପା କାନ୍ଧରୁ ପଡି ୧ ବର୍ଷ ଶିଶୁର ମୃତ୍ୟୁ ହୋଇଛି । ଯାହାର ଭିଡ଼ିଓ ସିସିଟିଭିରେ ମଧ୍ୟ କଏଦ ହୋଇଛି ।
ବାସ୍ତବରେ, ଏସ୍କାଲେଟର୍ ଉପରକୁ ଚଢିବାବେଳେ ଜଣେ ପିତାଙ୍କ କାନ୍ଧରୁ ପଡ଼ି ଯାଇଥିଲା ୧ ବର୍ଷର ଶିଶୁ । ଯାହାଫଳରେ ଶିଶୁଟି ୪୦ ଫୁଟ ତଳକୁ ଖସି ପଡ଼ିଥିଲା । ଡାକ୍ତରଖାନାରେ ଚିକିତ୍ସା ସମୟରେ ଶିଶୁଟିର ମୃତ୍ୟୁ ହୋଇଛି । ସୂଚନାନୁସାରେ, ଏହି ଘଟଣା ମଙ୍ଗଳବାର ଦିନ ରାୟପୁରର ଏକ ବଡ଼ ସପିଂ ମଲ୍ରେ ଘଟିଛି ।
रायपुर के सिटी सेंटर मॉल में दिलदहला देने वाली घटना
एस्केलेटर चढ़ते परिजन के हाथ से छूटा बच्चा
तीसरे माले से गिरने से मासूम की मौत#raipur#citycentremall#mall#RaipurNews#pandripic.twitter.com/6HW3IsgsBX— Ammar raza (@Ammarra70427353) March 19, 2024
ରାୟପୁର ସିଟି ସେଣ୍ଟ୍ରାଲ ମଲ୍ର ସିସିଟିଭି ଫୁଟେଜରେ ଏହା ଦେଖିବାକୁ ମିଳିଛି ଯେ, ଜଣେ ବ୍ୟକ୍ତି ଛୋଟ ପିଲାଟିକୁ କାନ୍ଧରେ ଧରି ଠିଆ ହୋଇଛନ୍ତି । ଅନ୍ୟପଟେ ଆଉ ଜଣେ ୫ ବର୍ଷର ପିଲା ମଧ୍ୟ ତାଙ୍କ ସହ ଅଛନ୍ତି । ଏହି ସମୟ ମଧ୍ୟରେ ବ୍ୟକ୍ତି ଜଣକ ତାଙ୍କ ୫ ବର୍ଷର ପିଲାକୁ ଏସ୍କାଲେଟର୍ ଉପରେ ଚଢାଇବାକୁ ଚେଷ୍ଟା କରୁଥିଲେ । ସେହି ସମୟରେ କାନ୍ଧରେ ଥିବା ଛୋଟ ପିଲାଟି ୪୦ ଫୁଟ୍ ତଳକୁ ଖସି ପଡ଼ିଥିଲା ।
ଏହା ପରେ ଶିଶୁଟିକୁ ସାଙ୍ଗେସାଙ୍ଗେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ଚିକିତ୍ସା ସମୟରେ ନିରୀହ ଶିଶୁଟିର ମୃତ୍ୟୁ ହୋଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)