• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sonali Ojha

ଟ୍ରେନି ଆଇଏଏସ୍ ଅଫିସର ପୂଜା ଖେଡକରଙ୍କ ବିବାଦ ଘନେଇବାରେ ଲାଗିଛି। ପ୍ରଥମେ ଜାଲ୍‌ ସାର୍ଟିଫିକେଟ୍ ଦେଇ ଚାକିରି ଅଭିଯୋଗ ପରେ ତାଙ୍କ ନାଁରେ ମାମଲା ରୁଜୁ କରାଯାଇଛି। ତେବେ ପୂଜାଙ୍କ ମା’ ମନୋରାମା ଖେଡକରଙ୍କୁ ବେଆଇନ ବନ୍ଧୁକ ଥିବା ଅଭିଯୋଗରେ ପୁଣେ ପୋଲିସ ଗିରଫ କରିଛି। ପୋଲିସକୁ ଚକମା ଦେଇ ଫେରାର ହୋଇଯାଇଥିଲେ ବି ଶେଷରେ ପୋଲିସର ଜାଲରେ ଫସିଛନ୍ତି। ଗତ ଗୁରୁବାର ରାୟଗଡ଼ରୁ ମନୋରମାଙ୍କୁ ବାନ୍ଧିଛି ପୋଲିସ। ତେବେ ପୂରା ଘଟଣା କଣ ଓ ସେ କିପରି ଧରାପଡିଲେ ଆସନ୍ତୁ ଜାଣିବା।

ଟ୍ରେନିଂ ଆଇଏଏସ ଅଧିକାରୀ ପୂଜା ଖେଡକରଙ୍କ ମା’ ମନୋରାମା ଖେଡକରଙ୍କୁ ବେଆଇନ ବନ୍ଧୁକ ଥିବା ଅଭିଯୋଗରେ ପୁଣେ ପୋଲିସ ଗିରଫ କରିଛି। ନିକଟରେ ମନୋରାମାଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା। ଭିଡିଓରେ ପୁଣେ ଜିଲାର ମୁଲସି ଗାଁରେ ଜମି ବିବାଦକୁ ନେଇ ସ୍ଥାନୀୟ ଚାଷୀଙ୍କ ସହ ମୁହାଁମୁହିଁ ହୋଇଥିଲେ।କିଛି ଦିନ ପୂର୍ବରୁ ଖେଡକରଙ୍କ ମା’ଙ୍କର ଆଉ ଏକ ଭିଡିଓ ଭାଇରାଲ ହୋଇଥିଲା। ଯେଉଁଥିରେ ସେ ପିସ୍ତଲ ଦେଖାଇ ଲୋକଙ୍କୁ ଧମକ ଦେଉଥିଲେ। ଏହାପରେ ଆରମ୍ଭ ହୋଇଥିଲା ତଦନ୍ତ।

ଏହି ଘଟଣା ପରେ ମୋବାଇଲ୍ ଅଫ୍ କରି ଫେରାର ହୋଇଯାଇଥିଲେ ମନୋରାମା ଓ ତାଙ୍କ ସ୍ୱାମୀ। ବୁଧବାର ରାତି ପ୍ରାୟ ୧୧ଟା ପୂର୍ବରୁ ସେ ବିଭିନ୍ନ ସ୍ଥାନ ବୁଲିବା ପାଇଁ ଏକ ଘରୋଇ ଟ୍ୟାକ୍ସି ବୁକ୍ କରିଥିଲେ। ସେ ସେଠାରେ ‘ଇନ୍ଦୁବାଇ ଧାକାନେ’ର ପରିଚୟ ଦେଇ ରହୁଥିଲେ। କ୍ୟାବ ଡ୍ରାଇଭର ଦାଦାସାହେବ ଧାକାନେ ନିଜର ଆଧାର କାର୍ଡ 'ପାର୍ବତୀ ନିୱାସ'ର ଘର ମାଲିକଙ୍କୁ ଦେଖାଇଥିବାବେଳେ ମନୋରାମା କ୍ୟାବ ଡ୍ରାଇଭରଙ୍କ ମା’ଙ୍କ ଆଧାର କାର୍ଡ ଦେଖାଇ ରୁମ ବୁକ୍ କରିଥିଲେ ବୋଲି ପୁଣେ ଗ୍ରାମୀଣ ଏସପି ପଙ୍କଜ ଦେଶମୁଖ ସୂଚନା ଦେଇଛନ୍ତି। ପୋଲିସର ଏକ ଟିମ୍‌ ସେମାନଙ୍କର ଗତିବିଧି ଉପରେ ନଜର ରଖିଥିଲା। କିଛି ସମୟ ପାଇଁ ସେ ବ୍ୟବହାର କରୁଥିବା ମୋବାଇଲ୍ ଫୋନ୍ ଅନ୍ ଥିଲା। ଏହା ସେଠାକାର ଲୋକେସନ୍‌ ହିରକାନିୱାଡି ବୋଲି ଦେଖାଇଥିଲା। ତୁରନ୍ତ ସେଠାରେ ପୋଲିସ୍ ଟିମ୍‌ ପହଞ୍ଚିଥିଲା।

ଏନେଇ'ପାର୍ବତୀ ନିୱାସ'ର ମାଲିକ ମନୋହର ଆକିରକର କହିଛନ୍ତି ଯେ ବୁଧବାର ରାତି ପ୍ରାୟ ୧୧ ଟା ସମୟରେ ଜଣେ ବ୍ୟକ୍ତି ଓ ମହିଳା ଆସି ରୁମ୍ ବୁକ୍ କରିବା ପାଇଁ କହିଥିଲେ। ସାଙ୍ଗରେ ଥିବା ମହିଳା ତାଙ୍କ ମାଆ ବୋଲି ସେ ପରିଚୟ ଦେଇଥିଲେ। ସେହି ସମୟରେ ପ୍ରବଳ ବର୍ଷା ହୋଇଥିଲା ଏବଂ ସେଠାରେ ତାଙ୍କ ସହ ଜଣେ ମହିଳା ଥିବାରୁ ଆମେ ମାନବିକତା ଦୃଷ୍ଟିରୁ ଦ୍ୱିତୀୟ ମହଲାରେ ଥିବା ଏକ ରୁମ୍ ଦେଇଥିଲୁ। ଆମେ ସେହି ବ୍ୟକ୍ତିଙ୍କ ଆଧାର କାର୍ଡ ଯାଞ୍ଚ କରିଥିଲୁ, ଯେଉଁଥିରେ ଦାଦାସାହେବ ଧକନେଙ୍କ ନାମ ଏବଂ ତାଙ୍କ ଫଟୋଗ୍ରାଫ ଥିଲା। ବ୍ୟକ୍ତି ଜଣକ ଆମକୁ କହିଥିଲେ ଯେ ତାଙ୍କ ମା’ଙ୍କ ନାମ ଇନ୍ଦୁବାଇ ଧକନେ। ସେ ପଞ୍ଜିକରଣ କରିବା ପରେ ଆମେ ରୁମ୍‌ ବୁକ୍ କରିଥିଲୁ ଓ ଚାବି ଦେଇଥିଲୁ।"

ପୂଜାଙ୍କୁ ନେଇ ଥିବା ବିବାଦ କ’ଣ ?

୨୦୨୩ ଟ୍ରେନି ଆଇଏଏସ୍ ଅଫିସର ପୂଜା ଖେଡକର ୟୁପିଏସ୍‌ସି ୟୁପିଏସ୍‌ସି ପରୀକ୍ଷାରେ ମନୋନୀତ ହେବା ପାଇଁ ଜାଲିଆତି କରିଥିବା ଅଭିଯୋଗ ହୋଇଛି।।ସେ ନିଜକୁ ଶାରୀରିକ ଅକ୍ଷମ ଏବଂ ଓବିସି ବର୍ଗ ଦର୍ଶାଇଥିଲେ। ପୁଣେରେ ପୋଷ୍ଟ କରିବା ସମୟରେ ଖେଡକର ମଧ୍ୟ ଅଧିକାରର ଅପବ୍ୟବହାର କରିଥିବା ଅଭିଯୋଗ ହୋଇଛି।

ଏହାପରେ ୟୁପିଏସ୍‌ସିର ଅଭିଯୋଗ ପରେ ଦିଲ୍ଲୀ ପୁଲିସ ପୂଜାଙ୍କ ବିରୋଧରେ ମାମଲା ରୁଜୁ କରିଛି। ତାଙ୍କ ମେଡିକାଲ ସାର୍ଟିଫିକେଟରେ ଅନେକ ତ୍ରୁଟି ଥିବା ଜଣାପଡିଛି। ଭିନ୍ନକ୍ଷମ ସାର୍ଟିଫିକେଟ୍ ପାଇଁ ଆବେଦନ କରିବା ସମୟରେ ସେ ଦୁଇଟି ଭିନ୍ନ ନାମ ଦର୍ଶାଇଥିଲେ।

୨୦୧୯ରେ ପୂଜା ଅହମ୍ମଦନଗର ଜିଲ୍ଲା ଡାକ୍ତରଖାନାରୁ ଦୃଷ୍ଟିହୀନ ସାର୍ଟିଫିକେଟ୍ ହାସଲ କରିଥିଲେ। ୨୦୨୧ମସିହାରେ ସେହି ଡାକ୍ତରଖାନାରୁ ଉଭୟ ଦୃଷ୍ଟି ଶକ୍ତି ସମସ୍ୟା ଓ ମାନସିକ ରୋଗ ନେଇ ପ୍ରମାଣପତ୍ର ପାଇଥିଲେ। ୨୦୨୨ମସିହାରେ ପିମ୍ପରିସ୍ଥିତ ଯଶବନ୍ତ ରାଓ ଚୌହାନ ମେମୋରିଆଲ ହସ୍ପିଟାଲରୁ ବାମ ଆଣ୍ଠୁରେ ସମସ୍ୟା ଥିବା ଦର୍ଶାଇ ସାର୍ଟିଫିକେଟ୍ ବାହାର କରିଥିଲେ। ସାର୍ଟିଫିକେଟ୍ ପାଇଁ ଆବେଦନ କରିବା ସମୟରେ ଖେଦକର ନିଜକୁ ପିମ୍ପରି-ଚିଞ୍ଚୱାଡ଼ାର ବାସିନ୍ଦା ବୋଲି ଦାବି କରି ଏକ ନକଲି ରାସନ କାର୍ଡ ଦେଖାଇଥିଲେ।

OTV is now on Whatsapp

Join and get latest news update delivered to you via whatsapp

Join Now