/odishatv-khabar/media/post_attachments/uploadimage/library/16_9/16_9_0/IMAGE_1703643229.jpg)
Blast near Israel embassy
ନୂଆଦିଲ୍ଲୀରେ ଥିବା ଇସ୍ରାଏଲର ଦୂତାବାସ ନିକଟରେ ବିସ୍ଫୋରଣ ହୋଇଛି । ଗତକାଲି ଅପରାହ୍ନ ୫ଟା ପରେ ଏହି ବିସ୍ଫୋରଣ ହୋଇଥିଲା । ଖବର ପାଇ ଘଟଣାସ୍ଥଳରେ ଦିଲ୍ଲୀ ପୋଲିସର ଗୁଇନ୍ଦା ଟିମ୍, ଡଗ୍ ସ୍କ୍ୱାର୍ଡ ଓ ବୋମା ନିଷ୍କ୍ରିୟକାରୀ ଟିମ୍ ପହଞ୍ଚି ତନ୍ନତନ୍ନ ଯାଞ୍ଚ କରିଥିଲେ । NIA ଓ ଫୋରେନସିକ୍ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ କରିଥିଲେ । ତେବେ ଘଟଣାସ୍ଥଳରୁ ଇସ୍ରାଏଲ ଦୂତାବାସକୁ ଲେଖାଥିବା ଏକ ଚିଠି ମିଳିଥିଲା ।
Advertisment
ବିସ୍ଫୋରଣରେ କୌଣସି ଧନଜୀବନ କ୍ଷତି ହୋଇନଥିଲେ ମଧ୍ୟ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଥିବା ଅଂଚଳରେ ବିସ୍ଫୋରଣ ହୋଇଥିବାରୁ ଦିଲ୍ଲୀ ପୋଲିସ ପାଇଁ ଚିନ୍ତାର କାରଣ ପାଲଟିଛି । ବିସ୍ଫୋରଣ ପରେ ସେହି ଅଂଚଳକୁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରଖାଯାଇଛି । ଭାରତରେ ଥିବା ଇସ୍ରାଏଲ ନାଗରିକମାନଙ୍କୁ ଜନଗହଳି ପୂର୍ଣ୍ଣ ସ୍ଥାନ ମଲ୍ କିମ୍ବା ମାର୍କେଟ୍କୁ ଯିବାକୁ ବାରଣ କରାଯାଇଛି
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)