Advertisment

ପୋର୍ଟଫୋଲିଓ ବଣ୍ଟନ ପରେ କାର୍ଯ୍ୟାରମ୍ଭ କଲେ ଟିମ୍ ମୋଦି 3.Oର ବହୁ ମନ୍ତ୍ରୀ

ପୋର୍ଟଫୋଲିଓ ବଣ୍ଟନ ପରେ କାର୍ଯ୍ୟାରମ୍ଭ କଲେ ବିଭିନ୍ନ ବିଭାଗର କେନ୍ଦ୍ରମନ୍ତ୍ରୀ । ଆଜି ପ୍ରଥମ ଦିନରେ କେଉଁଠି ମନ୍ତ୍ରପାଠ ଶୁଭିଲା, ତ ଆଉ କେଉଁଠି କରତାଳି।

ଅଦ୍ୟତନ ହୋଇଛି
undefined

Cabinet Minister Takes Charge

Advertisment

କେଉଁଠି ପୂଜାର୍ଚ୍ଚନା, କେଉଁଠି ବୃକ୍ଷରୋପଣ ତ ଆଉ କେଉଁଠି ମୁହଁମିଠା । ନିଜ ନିଜ ଆସ୍ଥା ଓ ଅନ୍ଦାଜରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି ବିଭିନ୍ନ କେନ୍ଦ୍ରମନ୍ତ୍ରୀ। ତେବେ ସବୁଠୁ ଅଧିକ ଉତ୍ସାହ ଥିଲା ଗୃହ, ବୈଦେଶିକ ବ୍ୟାପାର ଓ ରେଳ ମନ୍ତ୍ରାଳୟରେ। ଏହି ୩ ଗୁରୁତ୍ବପୂର୍ଣ୍ଣ ବିଭାଗରେ ଆଜି ଦାୟିତ୍ବ ଗ୍ରହଣ କରିଛନ୍ତି ୩ ଟପ୍ ସେଣ୍ଟ୍ରାଲ ମିନିଷ୍ଟର । ଅମିତ ଶାହ ଆଜି ପ୍ରଥମେ ଜାତୀୟ ପୋଲିସ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଜଣାଇବା ପରେ, କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଏସ୍. ଜୟଶଙ୍କରଙ୍କୁ ଫୁଲତୋଡ଼ା ଦେଇ ସ୍ବାଗତ କରାଯାଇଥିଲା ବୈଦେଶିକ ବ୍ୟାପାର ମନ୍ତ୍ରାଳୟରେ । ଆଉ ଅଶ୍ବିନୀ ବୈଷ୍ଣବ ରେଳ ମନ୍ତ୍ରାଳୟରେ ପହଞ୍ଚିବା ବେଳକୁ ଫୁଲ ଓ କରତାଳି ସହ ତାଙ୍କୁ ସ୍ବାଗତ କରିଥିଲେ ଅଧିକାରୀ ଓ କର୍ମଚାରୀମାନେ ।

Advertisment

ସେପଟେ ୫ ବର୍ଷ ଅନ୍ତରରେ ପୁଣି ସ୍ବାସ୍ଥ୍ୟମନ୍ତ୍ରୀ ବନିଥିବା ଜେ.ପି. ନଡ୍ଡା ନିଜ ପୁରୁଣା ମନ୍ତ୍ରାଳୟକୁ ଫେରି ଖୁବ୍ ଉତ୍ସାହିତ ଥିଲେ। ତା ସହ ରସାୟନ ଓ ସାର ମନ୍ତ୍ରାଳୟରେ ତାଙ୍କ ସହ କାର୍ଯ୍ୟଭାର ଗ୍ରହଣ କରିଥିଲେ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ ।

ଅଧିକ ପଢ଼ନ୍ତୁ: କେନ୍ଦ୍ର ମନ୍ତ୍ରୀ ମଣ୍ତଳ ତାଲିକା; ଜାଣନ୍ତୁ କାହାକୁ ମିଳିଲା କେଉଁ ବିଭାଗ..

Advertisment

ମୁଖ୍ୟମନ୍ତ୍ରୀରୁ କେନ୍ଦ୍ରମନ୍ତ୍ରୀ ବନିଥିବା ଶିବରାଜ ସିଂ ଚୌହାନ ଭକ୍ତିମୟ ପରିବେଶରେ ଉଭୟ କୃଷି ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ଦାୟିତ୍ୱ ନେଇଛନ୍ତି । ପ୍ରହଲ୍ଲାଦ ଯୋଶୀ ଏବଂ ମନସୁଖ ମାଣ୍ଡଭିୟ ବି ଈଶ୍ୱରଙ୍କ ଆଶୀର୍ବାଦ ସହ ଆରମ୍ଭ କରିଛନ୍ତି ନିଜ ନିଜ ମନ୍ତ୍ରାଳୟର ପ୍ରଥମ ଦିନ। ପରିବେଶ ମନ୍ତ୍ରାଳୟରେ ଭୂପେନ୍ଦ୍ର ଯାଦବ କାର୍ଯ୍ୟଭାର ଗ୍ରହଣ କରିଥିବା ବେଳେ, ପରିବେଶ ରାଷ୍ଟ୍ରମନ୍ତ୍ରୀ କିର୍ତ୍ତୀ ବର୍ଦ୍ଧନ ସିଂ ଅଫିସ୍ ଆସିବା ଆଗରୁ ବଗିଚାରେ ଚାରା ରୋପଣ କରି ପରିବେଶ ସୁରକ୍ଷା ବାର୍ତ୍ତା ଦେଇଥିଲେ ।

ଅର୍ଜୁନ ରାମ ମେଘୱାଲ୍, ଜିତେନ୍ଦ୍ର ସିଂ, କିରଣ ରିଜିଜୁ, ହରଦୀପ ସିଂ ପୁରୀ, ଗଜେନ୍ଦ୍ର ସିଂ ଶେଖାୱତ, ଜ୍ୟୋତିରାଦିତ୍ୟ ସିନ୍ଦିଆ... ତା ସହ ମନୋହର ଲାଲ୍, ଲଲ୍ଲନ ସିଂ, ଅନ୍ନପୂର୍ଣ୍ଣା ଦେବୀ ଓ ସୁକାନ୍ତ ମଜୁମଦାର । ନୂଆ ହୁଅନ୍ତୁ କି ପୁରୁଣା, ବରିଷ୍ଠ ହୁଅନ୍ତୁ ଅବା ଯୁବମନ୍ତ୍ରୀ, କାର୍ଯ୍ୟାରମ୍ଭ ପ୍ରଥମ ଦିନରେ ସମସ୍ତେ ଆଜି ଥିଲେ ଫୁଲ୍ ଯୋଶରେ। ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରୀ ଚିରାଗ ପାଶୱାନ ନିଜ ପରିବାରକୁ ଧରି ମନ୍ତ୍ରାଳୟ ଯାଇଥିଲେ ଏବଂ କାର୍ଯ୍ୟଭାର ଗ୍ରହଣ ପରେ ବିଭିନ୍ନ ଯୋଜନାର ସମୀକ୍ଷା କରିଥିଲେ ।

Advertisment

ଅଧିକ ପଢ଼ନ୍ତୁ: ମୋଦି ୩.୦: ପଦବୀ ମିଳିବା ପରେ ଦାୟିତ୍ବ ଗ୍ରହଣ କରୁଛନ୍ତି କେନ୍ଦ୍ର ମନ୍ତ୍ରିମଣ୍ଡଳ

Modi Cabinet Cabinet Ministers
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ