• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

କେବଳ ଜନ୍ମ ପ୍ରମାଣପତ୍ର ଥିଲେ ଏବେ କରିପାରିବେ ସମସ୍ତ କାମ । ବିନା ଅଧିକ ଡକ୍ୟୁମେଣ୍ଟରେ ଏବେ ଆପଣ ଆପଣଙ୍କର ଜରୁରୀ କାର୍ଯ୍ୟ ଗୁଡ଼ିକ କରିପାରିବ । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂଆ ନିର୍ଦ୍ଦେଶନାମା ଜାରି କରାଯାଇଛି । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ଏ ସମ୍ପର୍କରେ ବିଧିବଦ୍ଧ ଭାବେ ସୂଚନା ଦିଆଯାଇଛି ।

ଦିଆଯାଇଥିବା ସୂଚନା ଆଧାରରେ ଜନ୍ମ ପ୍ରମାଣପତ୍ର ହେଉଛି ଏକମାତ୍ର ଡକ୍ୟୁମେଣ୍ଟ ଯାହାକି ସମସ୍ତ କାର୍ଯ୍ୟରେ ପରିଚୟପତ୍ର ଭାବେ ବ୍ୟବହାର ହୋଇପାରିବ । ଯେପରିକି, ଶିକ୍ଷାନୁଷ୍ଠାନରେ ନାମଲେଖା ଠାରୁ ଆରମ୍ଭ କରି ଆଧାର ଅପ୍‌ଡେଟ୍‌, ଭୋଟର ତାଲିକା ସଂଶୋଧନ, ଡ୍ରାଇଭିଂ ଲାଇସେନ୍ସ, ବିବାହ ପଞ୍ଜୀକରଣ ଏବଂ ସରକାରୀ ପାଇଁ ମଧ୍ୟ ବ୍ୟବହାର କରାଯାଇପାରିବ ।

ଖାଲି ଏତିକି ନୁହେଁ, କେନ୍ଦ୍ର ସରକାରଙ୍କ ସମସ୍ତ ଯୋଜନାର ଲାଭ ପାଇବା ପାଇଁ ଏହା ବ୍ୟବହାର ହୋଇପାରିବ ବୋଲି କୁହାଯାଇଛି । ଅକ୍ଟୋବର ୧ରୁ ଏହି ନିୟମ ଲାଗୁ ହେବ ବୋଲି କହିଛନ୍ତି କେନ୍ଦ୍ର ସରକାର । ଏହି କଥା Registration of Births and Deaths (Amendment) Act, 2023ରେ କୁହାଯାଇଛି। କେବଳ ଗୋଟିଏ ଡକ୍ୟୁମେଣ୍ଟ ଜନ୍ମ ପ୍ରମାଣପତ୍ରକୁ ଗୁରୁତ୍ୱ ଦିଆଯାଇଛି ।

ସେହିପରି ପୂର୍ବରୁ ଏନେଇ ସରକାରଙ୍କ ପକ୍ଷରୁ ଆଲୋଚନା କରାଯାଇଥିଲା । ଗତ ମୌସୁମୀ ଅଧିବେଶନରେ ସଂସଦର ଉଭୟ ଗୃହରେ ଏହି ପ୍ରସଙ୍ଗ ଉଠିଥିଲା । ପରେ Registration of Births and Deaths (Amendment) Act, 2023 ଗୃହରେ ପାରିତ କରାଯାଇଥିଲା ।