Advertisment

Bikes Costlier Soon:ମହଙ୍ଗା ହୋଇଯିବ ଦୁଇଚକିଆ ଯାନ, 40% GST ଲଗାଇବେ ସରକାର

ମହଙ୍ଗା ହୋଇଯିବ ଦୁଇଚକିଆ ଯାନ। ବାଇକ କିଣିଲେ ଲାଗିବ ମୋଟା ଟ୍ୟାକ୍ସ୍। 40% GST ଲଗାଇବେ ସରକାର ।

author-image
Manasranjan Mohanty
gst

gst

ଏବେ ବାଇକ ଉପରେ ଅଧିକ ଟାକ୍ସ ଲଗାଇବେ ସରକାର। ନୂଆ ବାଇକ କିଣିବା ଉପରେ ଲାଗୁ ହେବ 40% GST। ନୂତନ ପ୍ରସ୍ତାବିତ GST ଢାଞ୍ଚା ଅନୁଯାୟୀ, ଗ୍ରାହକମାନେ କେବଳ ୩୫୦ ସିସିରୁ କମ୍ କ୍ଷମତା ବିଶିଷ୍ଟ ବାଇକ୍ କିଣିବା ଉପରେ ଆଶ୍ୱସ୍ତି ପାଇବେ। ଏହାଠାରୁ ଅଧିକ କ୍ଷମତା ବିଶିଷ୍ଟ ବାଇକ୍ ଉପରେ ଗ୍ରାହକମାନଙ୍କୁ ୪୦ ପ୍ରତିଶତ GST ଦେବାକୁ ପଡିବ। ଅର୍ଥାତ ଆପଣ ଯଦି ୩୫୦ CCରୁ ଅଧିକ କ୍ଷମତାର ବା ଏକ ସ୍ପୋର୍ଟସ୍ ବାଇକ୍ କିଣିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପକେଟକୁ ଲାଗିବ ଝଟକା। ନୂତନ ପ୍ରସ୍ତାବିତ GST ଢାଞ୍ଚାରେ ଏହି ପରିବର୍ତ୍ତନ ହେବାର ସମ୍ଭାବନା ରହିଛି ।

Advertisment

ତେବେ ୩୫୦ ସିସି ପର୍ଯ୍ୟନ୍ତ ମୋଟରସାଇକେଲ ଏବଂ ସ୍କୁଟର ଉପରେ ବର୍ତ୍ତମାନର ୨୮ ପ୍ରତିଶତ GST ଲାଗୁଛି। ଯାହା ନୂତନ GST ଢାଞ୍ଚାରେ ୧୮ ପ୍ରତିଶତକୁ ହ୍ରାସ ପାଇବ, କିନ୍ତୁ ଯେଉଁମାନେ ୩୫୦ ସିସି ଏବଂ ଅଧିକ କ୍ଷମତା ବିଶିଷ୍ଟ ମୋଟରସାଇକେଲ କିଣନ୍ତି ସେମାନଙ୍କୁ ୪୦ ପ୍ରତିଶତର ଉଚ୍ଚ GST ହାର ଦେବାକୁ ପଡ଼ିପାରେ।

ଭାରତ ସରକାର ୨୦୧୭ ମସିହାରେ GST ଲାଗୁ କରିଥିଲେ। ଯେଉଁଥିରେ ୫, ୧୨, ୧୮ ଏବଂ ୨୮ ପ୍ରତିଶତ GST ଲାଗୁ କରାଯାଇଥିଲା। ତେବେ ନୂତନ ପ୍ରସ୍ତାବ ଅନୁଯାୟୀ, ୧୨ ପ୍ରତିଶତ ଏବଂ ୨୮ ପ୍ରତିଶତ ହାର ଉଚ୍ଛେଦ କରାଯିବ ଏବଂ କେବଳ ଦୁଇଟି ମାନକ ହାର ଜାରି ରହିବ। ଅତ୍ୟାବଶ୍ୟକ ସାମଗ୍ରୀ ଉପରେ ୫ ପ୍ରତିଶତ ଏବଂ ମାନକ ସାମଗ୍ରୀ ଉପରେ ୧୮ ପ୍ରତିଶତ। ସେହିଭଳି ପ୍ରିମିୟମ୍ କାର ଏବଂ ମୋଟରସାଇକେଲ୍ ଏବଂ ବିଳାସପୂର୍ଣ୍ଣ ସାମଗ୍ରୀ ଭଳି ଅଣ-ଅତ୍ୟାବଶ୍ୟକ ସାମଗ୍ରୀ ଉପରେ ୪୦ ପ୍ରତିଶତ GST ଦେବାକୁ ପଡ଼ିପାରେ।

Advertisment

ତେଣୁ ଆଗକୁ ୩୫୦ରୁ କମ୍ ସିସିର ବାଇକର ଦର କମିବାକୁ ଯାଉଥିବା ବେଳେ ୩୫୦ରୁ ଅଧିକ ସିସିର ମୋଟରସାଇକେଲର ଦର ବୃଦ୍ଧି ପାଇବାର ଆଶଙ୍କା ଦେଖା ଦେଇଛି ।

GST
Advertisment
Related Articles
Advertisment