Astrospeak
  • Live TV
  • Read In English

Maha Kumbha Mela Bike Baba: ମହାକୁମ୍ଭ ମେଳାରେ ବଙ୍ଗାଳୀ ‘ବାଇକ ବାବା’ଙ୍କ ଜଲୱା

ଜାଣନ୍ତୁ ମହାକୁମ୍ଭ ମେଳାରେ ବୁଲୁଥିବା ବାଇକ୍ ବାବାଙ୍କ ବିଷୟରେ....

Mahakumbha Mela Bike Baba
ମହାକୁମ୍ଭ ମେଳାରେ ବାଇକ୍ ବାବା

ପ୍ରୟାଗରାଜରେ ଚାଲିଛି ଆସ୍ଥା ବିଶ୍ୱାସର ପର୍ବ ବିଶ୍ୱ ପ୍ରସିଦ୍ଧ ମହାକୁମ୍ଭମେଳା ସଂସ୍କୃତିର ଏହି ପବିତ୍ର ମିଳନରେ ସାମିଲ ହୋଇଛନ୍ତି ଅଗଣିତ ଭକ୍ତ ତ୍ରିବେଣୀ ସଙ୍ଗମରେ ଲକ୍ଷାଧିକ ସାଧୁ ସନ୍ଥଙ୍କୁ ଦେଖିବାକୁ ମିଳୁଛି ମହାକୁମ୍ଭମେଳା ଆରମ୍ଭରୁ କିଛି ବାବା ବେଶ୍ ଚର୍ଚ୍ଚାରେ ଅଛନ୍ତି। ସେମାନଙ୍କ ମଧ୍ୟରେ ଚାଏ ୱାଲେ ବାବା, ଆଇଆଇଟିଆନ୍ ବାବା, ଛୋଟେ ବାବା, ଗେଡ଼ୁ ବାବା, ଲମ୍ବୁ ବାବା, ରୁଦ୍ରାକ୍ଷ ବାବା, ନଖ ବାବା ବି ରହିଛନ୍ତି ହେଲେ ଏବେ ସୋସିଆଲ୍ ମିଡିଆରେ ଆଉ ଜଣେ ଭାଇରାଲ ହେଉଛନ୍ତି ତାଙ୍କୁ ସମସ୍ତେ ବଙ୍ଗାଳୀ ବାବା ବାଇକ୍ ବାବା ନାମରେ ବେଶ୍ ପରିଚିତ

 

ମହାକୁମ୍ଭରେ ବାଇକ ବାବା Bike Baba ବାଇକରେ ବୁଲିବୁଲି କରୁଛନ୍ତି ଧର୍ମ ପ୍ରଚାର। ବାଇକରେ ସାରା ଭାରତବର୍ଷ ବୁଲୁଛନ୍ତି। ବାଇକ ବାବା ପଙ୍କଜ ଚାଟାର୍ଜୀ ବଙ୍ଗାଳୀ ବାବା ନାମରେ ସ୍ୱତନ୍ତ୍ର ପରିଚୟ ପାଇଛନ୍ତି ପଙ୍କଜ ଚାଟାର୍ଜୀ ଜଣେ ବିଦ୍ୱାନ ବ୍ୟକ୍ତିତ୍ୱ ଶିକ୍ଷାରେ ପ୍ରବୀଣ ପରେ କରୁଛନ୍ତି ଧର୍ମ ପ୍ରଚାର। ଗତ ୧୨ତାରିଖରୁ ପ୍ରୟାଗରାଜ ଆସି ପୌଷପୂର୍ଣ୍ଣିମା, ମକର ସଂକ୍ରାନ୍ତି ମୌନୀ ଅମାବାସ୍ୟାରେ ଅମୃତ ସାନ୍ନ କରିଥିଲେ।

ବାଇକ୍ ବାବା ତାଙ୍କ ପିତାଙ୍କ ଠାରୁ ସନ୍ନ୍ୟାସ ଧର୍ମ ଗ୍ରହଣ କରିଥିବା କୁହନ୍ତି ବାବାଙ୍କ ଜନ୍ମସ୍ଥାନ ପଶ୍ଚିମବଙ୍ଗ। ସନ୍ନ୍ୟାସ ଧର୍ମ ଗ୍ରହଣ କରିବା ପରେ ଲକ୍ଷ୍ନୌରେ ଅବସ୍ଥାନ କରିନ୍ତି ଏବଂ ସେହିଠାରେ ହିଁ ନିଜର ତପୋସାଧନ କରନ୍ତି ବାଇକରେ ବାବା ସମସ୍ତ ତୀର୍ଥସ୍ଥାନ ପରିଭ୍ରମଣ କରିଛନ୍ତି ବାଇକ୍ ବାବା ଗାଡ଼ିରେ ସମସ୍ତ ସାମଗ୍ରୀ ରଖି ପରିଭ୍ରମଣ କରନ୍ତି ମହା କୁମ୍ଭମେଳାରେ ମଧ୍ୟ ବାଇକ୍ ଧରି ଏଠାକୁ ସେଠା ବୁଲିବୁଲି କରୁଛନ୍ତି ଧର୍ମ ପ୍ରଚାର।