• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଆଡମିଟ କାର୍ଡ ନ ମିଳିବାକୁ ଶିକ୍ଷକଙ୍କୁ ବାନ୍ଧିଲେ । ଏପରି ଅଭାବନୀୟ ଘଟଣା ବିହାରର ଭାଗଲପୁର ଅଞ୍ଚଳରେ ଘଟି ଯାଇଛି । ଗତକାଲି ଏକ ସରକାରୀ ବିଦ୍ୟାଳୟର ଛାତ୍ରମାନେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ପାଇଁ ଆଡମିଟ୍ କାର୍ଡ ପାଇ ନଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ଛାତ୍ରଛାତ୍ରୀ ବିଦ୍ୟାଳୟର ଶିକ୍ଷକମାନଙ୍କୁ ବନ୍ଦ କରି ରଖିଥିଲେ ।

ଗୋରଡିହ ବ୍ଲକର ଗାନ୍ଧୀ ଇଣ୍ଟରନ୍ୟାସନାଲ ସ୍କୁଲରେ ପିଲାଙ୍କର ପରୀକ୍ଷା ସେଣ୍ଟର ଥିଲା । ପିଲାମାନେ ପରୀକ୍ଷା ଦେବାକୁ ସ୍କୁଲକୁ ଯିବା ପରେ ଆଡମିଟ କାର୍ଡ ସେମାନଙ୍କୁ ମିଳି ନଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଶିକ୍ଷକମାନଙ୍କୁ କୋଠରୀରେ ବନ୍ଦ କରି ପିଲାମାନେ ତାଲା ପକାଇ ଦେଇଥିଲେ । ଏ ଘଟଣା ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

IANS ତରଫରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଶିକ୍ଷକମାନଙ୍କୁ ତାଲା ପକାଇଥିବା ବେଳେ ପ୍ରଧାନ ଶିକ୍ଷୟିତ୍ରୀ ଘଟଣାସ୍ଥଳରୁ ପଳାଇବାରେ ସକ୍ଷମ ହୋଇଥିଲେ । ତେବେ ଛାତ୍ର ଆନ୍ଦୋଳନର ମୁଖ୍ୟ କାରଣ ଆଡମିଟ୍ କାର୍ଡ ନମିଳିବା ବୋଲି ଜଣା ପଡ଼ିଛି । ଅନ୍ୟପଟେ ଆନ୍ଦୋଳନକାରୀ ଛାତ୍ରମାନେ କହିଛନ୍ତି ଯେ, ଆସନ୍ତା ବର୍ଷ ବୋର୍ଡ ପରୀକ୍ଷା ଦେବାକୁ ଥିବା ପାଖାପାଖି ୩୦୦ ଛାତ୍ରଛାତ୍ରୀ ବର୍ତ୍ତମାନ ପର୍ଯ୍ୟନ୍ତ ଆଡମିଟ କାର୍ଡ ପାଇ ପାରିନାହାଁନ୍ତି ।

ଏଣୁ ସେମାନେ ଏହି ଚରମ ପଦକ୍ଷେପ ନେବାକୁ ବାଧ୍ୟ ହୋଇଥିଲେ । ଅନ୍ୟପଟେ ଛାତ୍ରଛାତ୍ରୀମାନଙ୍କର କଥା ଅନୁସାରେ ଗତ ବର୍ଷ ପ୍ରାୟ ୧୫୦ ଜଣ ଆଡମିଟ୍ କାର୍ଡ ପାଇ ନଥିଲେ । ଫଳସ୍ୱରୂପ ସେମାନେ ପରୀକ୍ଷା ଦେବାକୁ ବଞ୍ଚିତ ହୋଇଥିଲେ । ଚଳିତ ବର୍ଷ ମଧ୍ୟ ସମାନ ଘଟଣା ଘଟିପାରେ ବୋଲି ଛାତ୍ରଛାତ୍ରୀମାନେ ଆଶଙ୍କା ପ୍ରକାଟ କରିଛନ୍ତି ।

ପରେ ସ୍ଥାନୀୟ ପୋଲିସର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଶିକ୍ଷକମାନଙ୍କୁ ଉଦ୍ଧାର କରିଥିଲେ । ଶିକ୍ଷକଙ୍କ କହିବା ଅନୁସାରେ ଆଡମିଟ କାର୍ଡ ମିଳିବା ନମିଳିବା ବିହାର ବୋର୍ଡ କର୍ତ୍ତୃପକ୍ଷଙ୍କର କାର୍ଯ୍ୟ । ଏଥି ନିମନ୍ତେ କୌଣସି ଶିକ୍ଷକ ଦାୟୀ ନୁହଁନ୍ତି । ତେବେ ଏହା ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ପହଞ୍ଚାଇ ଦିଆଯାଇଛି ବୋଲି ଶିକ୍ଷକ ଜଣକ କହିଛନ୍ତି ।