Advertisment

ଆତଙ୍କବାଦୀ ବିରୋଧୀ ଅଭିଯାନକୁ ବଡ଼ ସଫଳତା, ୪ ଆତଙ୍କୀ ନିପାତ

ଜମ୍ମୁ ଓ କାଶ୍ମୀରର ବିଭିନ୍ନ ସ୍ଥାନରେ ଏନକାଉଣ୍ଟର ୪ ଆତଙ୍କବାଦୀ ନିପାତ ହୋଇଛନ୍ତି । ପୁଲୱାମାରେ ଗୁଳିବିନିମୟରେ ୨ଜଣ ଜୈସ ଏ ମହମ୍ମଦର ଦୁଇ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ସେହିପରି ଗାନ୍ଦରୱାଲାରେ ଲସ୍କରର ଜଣେ ଆତଙ୍କବାଦୀ, ଓ ହନ୍ଦୱାଡାରେ ମଧ୍ୟ ଲସ୍କରର ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି । ମୃତ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ପାକିସ୍ତାନର ନାଗିରକ ଥିବା ସୂଚନା ମିଳିଛି ।

author-image
Pallipuspa Samal
ଅଦ୍ୟତନ ହୋଇଛି
Jammu-Kashmir Encounter

Jammu-Kashmir Encounter

ପୁଲୱାମା: ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଛନ୍ତି ୪ ଆତଙ୍କୀ । ଜମ୍ମୁ-କଶ୍ମୀରର ଗାନ୍ଦେରବଲ, ପୁଲୱାମା ଓ ହାଣ୍ଡୱାରାରେ ଚାଲିଥିବା ଏନକାଉଣ୍ଟରେ ୪ ଜଣ ଆତଙ୍କୀ ନିହତ ହୋଇଥିବା ପୁଲିସ ପକ୍ଷରୁ କୁହାଯାଇଛି। ।

Advertisment

ପୁଲୱାମାରେ ଗୁଳିବିନିମୟରେ ୨ଜଣ ଜୈସ ଏ ମହମ୍ମଦର ଦୁଇ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ସେହିପରି ଗାନ୍ଦରୱାଲାରେ ଲସ୍କରର ଜଣେ ଆତଙ୍କବାଦୀ, ଓ ହନ୍ଦୱାଡାରେ ମଧ୍ୟ ଲସ୍କରର ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି । ଏନକାଉଣ୍ଟର ବେଳେ ଜଣେ ଆତଙ୍କବାଦୀ ଧରାପଡିଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଏକ ଅଜଣା ସ୍ଥାନରେ ରଖି ତାଙ୍କୁ ପଚରାଉଚରା କରାଯାଉଛି । ଆତଙ୍କବାଦୀମାନେ ଲୁଚିଥିବା ଖବର ପାଇଁ ସୁରକ୍ଷାକର୍ମୀଙ୍କ ପକ୍ଷରୁ ମିଳିତ ଅପରେସନ କରାଯାଇଥିଲା ।

ଶୁକ୍ରବାର ବିଳମ୍ବିତ ରାତିରେ କଶ୍ମୀରର ଏକାଧିକ ସ୍ଥାନରେ ଆତଙ୍କବାଦୀମାନେ ଲୁଚି ରହିଥିବା ଖବର ମିଳିଥିଲା। ଏହାପରେ ପୁଲିସ୍ ଓ ସେନା ଯବାନଙ୍କ ପକ୍ଷରୁ ମିଳିତ ଅପରେସନ ଆରମ୍ଭ କରାଯାଇଥିଲା। ସର୍ଚ୍ଚ ଅପରେସନ ବେଳେ ୩ଟି ଯାକ ସ୍ଥାନରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ରାତି ତମାମ ଏନକାଉଣ୍ଟର ଜାରି ରହିଥିବା ବେଳେ ଭୋର ସମୟରୁ ପୁଲିସ୍ ମୃତାହତଙ୍କ ସମ୍ପର୍କରେ ସୂଚନା ଦେଇଛି।

Advertisment

ପୁଲିୱାମାର ଚେୱା କଲାନ ଅଞ୍ଚଳରେ ହୋଇଥିବା ଏନକାଉଣ୍ଟର୍‌ରେ ଜୈଣ ୨ ଜଣ ଆତଙ୍କୀ ପ୍ରାଣ ହରାରଛନ୍ତି। ଏମାନଙ୍କ ମଧ୍ୟରେ ଜଣେ ପାକିସ୍ତାନୀ ନାଗରିକ ରହିଛି। ଚେୱା କଲାନ ଅଞ୍ଚଳରେ ଆହୁରି ଦୁଇ ଜଣ ଆତଙ୍କୀ ଲୁଚି ରହିଥିବା ଆଶଙ୍କା କରାଯାଉଛି। ହାଣ୍ଡୱାରାର ରାଜୱର ଅନ୍ତର୍ଗତ ନେଚାମରେ ହୋଇଥିବା ଏନକାଉଣ୍ଟର୍‌ରେ ଲସ୍କରର ଜଣେ ଆତଙ୍କୀ ନିହତ ହୋଇଛି। ଏଠାରେ ଏନକାଉଣ୍ଟର ଶେଷ ହୋଇଥିଲେ ମଧ୍ୟ ସର୍ଚ୍ଚଅପରେସନ ଜାରି ରହିଛି।

Pulwama Encounter Jammu Kashmir
Advertisment
Advertisment