Advertisment

ଏମିତି ନିଶା ! ୨୦ କୋଟି ଟଙ୍କା ଦେଇ କିଣିଲେ କୁକୁର

ଆପଣ ଭାବୁଥିବେ, ଏମିତି କେଉଁ ପ୍ରଜାତିର କୁକୁର, ଯାହାର ଦାମ୍ ଆଶାଠୁ ବି ଅଧିକ ।

author-image
Chandan Shishu
ଅଦ୍ୟତନ ହୋଇଛି
Bengaluru Man That Bought Rs 20 Crore Dog

Bengaluru man that bought Rs 20 crore dog

କୁକୁର ଦାମ୍‌ ୨୦ କୋଟି। ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି ନା ! କିନ୍ତୁ କଥାଟା ସତ। ବେଙ୍ଗାଲୁରର ବାସିନ୍ଦା ୨୦ କୋଟି ଟଙ୍କାରେ କୁକୁର କିଣିଛନ୍ତି। ଆଜିକାଲି ବିଭିନ୍ନ ପ୍ରଜାତିର କୁକୁର ପାଳିବା ଏକପ୍ରକାରର ସଉକ ହୋଇଗଲାଣି। ଏମିତିକି ଅନେକ ଲୋକ ବିଭିନ୍ନ ପ୍ରଜାତିର ଦାମୀ କୁକୁର ପାଳୁଥିବା ଦେଖିବାକୁ ମିଳିଛି। ହେଲେ ଜଣେ ବ୍ୟକ୍ତି ହଜାରେ କି ଲକ୍ଷେ ନୁହେଁ, ୨୦ କୋଟିଙ୍କ ଟଙ୍କାର କୁକୁର କିଣିଛନ୍ତି।

Advertisment

ଆପଣ ଭାବୁଥିବେ, ଏମିତି କେଉଁ ପ୍ରଜାତିର କୁକୁର, ଯାହାର ଦାମ୍ ୨୦ କୋଟି। ଏହି କୁକୁରଟି ହାଇଦ୍ରାବାଦ ବେସ୍‌ଡ ବ୍ରିଡର୍‌। କୁକୁରର ପ୍ରଜାତିର ନାଁ କାଡାବମ୍ ହାଏଦର୍। କୁକୁରର ବୟସ ଦେଢ ବର୍ଷ ହେବ। ନିକଟ ଅତୀତରେ କାଡାବମ୍ କେନେଲ୍‌ କ୍ଲବ୍ ଇଭେଣ୍ଟରେ ଭାଗ ନେଇ ୩୨ଟି ମେଡାଲ ହାସଲ କରିଥିଲା। ଏହି ପ୍ରଜାତି ସବୁଠୁ ଉତ୍ତମ ବ୍ରିଡ୍ ବୋଲି କୁହାଯାଏ। 

ଏହି ପ୍ରଜାତିର କୁକୁର ଜର୍ଜିଆ, ଆର୍ମେନିଆ, ଆଜରେବିଜାନ୍ ଓ ରୁଷିଆର କିଛି ସ୍ଥାନ ପରି ଥଣ୍ଡା ଅଞ୍ଚଳରେ ରହିପାରନ୍ତି। ଏହି କୁକୁର ବିପଦରୁ ରକ୍ଷା କରନ୍ତି। ବନ୍ୟପ୍ରାଣୀ ତଥା ଗଧିଆ ଓ ହେଟାଙ୍କ ଆକ୍ରମଣରୁ ସୁରକ୍ଷା ଦିଅନ୍ତି। ଏମାନଙ୍କ ଜୀବନକାଳ ୧୨ ବର୍ଷ ପର୍ଯ୍ୟନ୍ତ ରହିଥାଏ। ଏମାନଙ୍କ ଓଜନ ୭୭ କେଜି ପର୍ଯ୍ୟନ୍ତ ହୋଇଥାଏ।

Advertisment

କିଣିଥିବା ବ୍ୟକ୍ତି ଜଣକ କିଏ?

ବେଙ୍ଗାଲୁରର ବାସିନ୍ଦା ଏସ୍ ସତୀଶ ୨୦ କୋଟି ଟଙ୍କାରେ ଏହି ପ୍ରଜାତିର କୁକୁର କିଣିଛନ୍ତି। ସେ ତାଙ୍କ ଇନଷ୍ଟାଗ୍ରାମରେ ସେ ଜଣେ ଡଗ୍‌ ବ୍ରିଡର ଓ ଅଭିନେତା ବୋଲି ଉଲ୍ଲେଖ କରିଛନ୍ତି। ସେ ଅନେକ ବିଳାସପୂର୍ଣ କାର୍‌ ଓ ବାଇକ୍‌ରେ ଫଟୋ ଥିବା ଇନଷ୍ଟାଗ୍ରାମରେ ଅପଲୋଡ୍ କରିଛନ୍ତି।  କୁକୁରକୁ ପାଖରେ ରଖି ସତୀଶ ହାୟାବୁସା, କାୱାସିକ ନିଞ୍ଜା ପରି ଦାମୀ ବାଇକ୍‌ ଓ ବିଏମଡବ୍ୟୁ କାର୍‌ ପାଖରେ ପୋଜ୍‌ ଦେଇ ମଧ୍ୟ ଫଟୋ ଉଟାଇଛନ୍ତି। ସେ ଜଣେ ଡଗ୍‌ ବ୍ରିଡର୍‌ ଭାବେ ମଧ୍ୟ ଜଣାଶୁଣା।

ଏସ୍ ସତୀଶ ୧୯୯୦ରେ କାଡାବମ୍ କେନେଲ୍ସ ନାମକ ଡଗ୍‌ ବ୍ରିଡର୍‌ କମ୍ପାନୀ ଆରମ୍ଭ କରିଥିଲେ। ସେ ବର୍ତ୍ତମାନ ଭାରତୀୟ ଡଗ୍‌ ବ୍ରିଡର୍ସର ସଭାପତି ଅଛନ୍ତି।  ତାଙ୍କର ପୁଅ ଡାକ୍ତର କେ. ଶିବରାମ ପ୍ରାଣୀ ସମ୍ପଦ ବିଭାଗରୁ ସହକାରୀ ନିର୍ଦ୍ଦେଶକ ଭାବେ ଅବସର ନେଇଛନ୍ତି। କମ୍ପାନୀ ନିକଟରେ ୧୦୦ଟି ଚାମ୍ପିଅନ ଡଗ୍ ରହିଛି।  

Dog Lover Dog
Advertisment
Advertisment