• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ବେଙ୍ଗାଲୁରୁରେ ରାମେଶ୍ୱରମ କାଫେ ବିସ୍ଫୋରଣ ଘଟଣାର ତନାଘନା କରିବ ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସି ବା ଏନଆଇଏ । ଗୃହମନ୍ତ୍ରାଳୟ ପକ୍ଷରୁ ମାମଲାର ତଦନ୍ତ ଭାର ଏନଆଇଏକୁ ଦିଆଯାଇଛି । ମାର୍ଚ୍ଚ ପହିଲାରେ ପାଖାପାଖି ଦିନ ଗୋଟାଏରେ ବିସ୍ଫୋରଣ ହୋଇଥିଲା ।

ଏଥିରେ ୯ ଜଣ ଗୁରୁତର ହୋଇଥିଲେ । କର୍ଣ୍ଣାଟକ ପୋଲିସ, ଏନଏସଜି, ସାଇଣ୍ଟଫିକ ତଦନ୍ତ ପରେ ଏହା ଏକ ଆଇଇଡି ବିସ୍ଫୋରଣ ବୋଲି ଜଣାପଡ଼ିଥିଲା । ରାଜ୍ୟ ସରକାର ୟୁଏପିଏ ଅଧିନରେ ମାମଲାର ତଦନ୍ତ କରୁଥିବା ବେଳେ ମାମଲା ପଛରେ ବଡ଼ ଷଡ଼ଯନ୍ତ୍ର ଥିବା ଅନୁମାନ କରାଯାଉଛି ।

ପୂରା କାଫେ ଉଡାଇବାକୁ ଯୋଜନା କରାଯାଇଥିଲା ବୋଲି ସନ୍ଦେହ କରାଯାଉଛି । ଏନଆଇଏ ମାମଲାର ତଦନ୍ତ କଲେ ଅଭିଯୁକ୍ତ ଧରାପଡିବା ସହ ଏହା ପଛର ରହସ୍ୟ ମଧ୍ୟ ଜଣାପଡିବ । ପୂର୍ବରୁ ସିସିଟିଭିରେ ଅଭିଯୁକ୍ତର ଭିଡିଓ କଏଦ ହୋଇଛି । ଭିଡିଓରେ ଅଭିଯୁକ୍ତର ଚେହେରା ସ୍ପଷ୍ଟ ଦେଖା ଯାଉନଥିବା ବେଳେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ସହାୟତା ନିଆଯାଇ ଅଭିଯୁକ୍ତକୁ ଚିହ୍ନଟ କରାଯାଉଛି । ଘଟଣାର ଦିନକ ପରେ ବିସ୍ଫୋରଣ ସ୍ଥଳ ବୁଲି ଦେଖିଥିଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା । ଏଥିସହ ବ୍ରୁକ୍ ଫିଲ୍ଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଆହତଙ୍କୁ ଭେଟି ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ ।

ସମସ୍ତ ଆହତଙ୍କ ଖର୍ଚ୍ଚ କର୍ଣ୍ଣାଟକ ସରକାର ବହନ କରିବେ ବୋଲି ଜଣା ପଡ଼ିଛି । ବେଙ୍ଗାଲୁରୁ ପୋଲିସ୍ ପକ୍ଷରୁ ସନ୍ଦିଗ୍ଧ ଅଭିଯୁକ୍ତର ଫଟୋ ଜାରି ହୋଇଛି । ଗତ ପହିଲା ଦିନ ୧୨ଟା ୫୦ ମିନିଟ୍ ରେ ରାମେଶ୍ୱରମ୍ କାଫେକୁ ଆସିଥିଲା ଯୁବକ ଜଣକ । ରାୱା ଇଡଲି ଅର୍ଡର ଦେଇଥିଲା । ଇଡଲି ଖାଇବା ପରେ ସାଙ୍ଗରେ ଆଣିଥିବା ବ୍ୟାଗ୍ କୁ କାଫେ ଆଗରେ ଥିବା ଗଛ ମୂଳରେ ରଖି ଦେଇ ଚାଲି ଯାଇଥିଲା । ଆଉ ଏହାର ଠିକ୍ ଗୋଟିଏ ଘଣ୍ଟା ପରେ ବିସ୍ଫୋରଣ ଘଟିଥିଲା ।