Advertisment

ସାମାନ୍ୟ ଭୁଲ୍ ପାଇଁ ଗଲା ଛୁଆର ଜୀବନ; ମାଗଣା କେକ୍ ଖାଇ ହସ୍ପିଟାଲ୍‌ରେ ଦମ୍ପତି

କ୍ୟାନସେଲ୍ ହୋଇଥିବା କେକ୍ ଖାଇବା ପରେ ୫ ବର୍ଷୀୟ ଶିଶୁର ମୃତ୍ୟୁ ହୋଇଥିବା ବେଳେ ବାପା-ମା’ ଜୀବନମରଣ ସହ ସଂଗ୍ରାମ କରୁଛନ୍ତି।

author-image
Sonali Ojha
ଅଦ୍ୟତନ ହୋଇଛି
Cake

Cake

ପ୍ରତିଟି ଖାଦ୍ୟ କଣିକାରେ ଖାଇବା ଲୋକର ନାଁ ଲେଖାଯାଇଥାଏ। କିନ୍ତୁ ବେଙ୍ଗାଲୁରୁରେ ଏହା ଗୋଟିଏ ପରିବାର ପାଇଁ ଅଭିଶାପ ପାଲଟିଛି। କ୍ୟାନସେଲ୍ ହୋଇଥିବା କେକ୍ ଖାଇବା ପରେ ୫ ବର୍ଷୀୟ ଶିଶୁର ମୃତ୍ୟୁ ହୋଇଥିବା ବେଳେ ବାପା-ମା’ ଜୀବନମରଣ ସହ ସଂଗ୍ରାମ କରୁଛନ୍ତି।

Advertisment

ବେଙ୍ଗାଲୁରୁର କେପି ଅଗ୍ରହାର ଭୁବନେଶ୍ୱର ନଗରରେ ଫୁଡ ପଏଜନ ଯୋଗୁଁ ୫ ବର୍ଷୀୟ ଶିଶୁ ଧୀରଜର ମୃତ୍ୟୁ ଘଟିଛି। ଧୀରଜର ବାପା ବଲରାଜ ଏବଂ ମା’ ନାଗଲକ୍ଷ୍ମୀଙ୍କ ଅବସ୍ଥା ଗୁରୁତର ରହିଛି। ବଲରାଜ ଜଣେ ଡେଲିଭରି ବୟ ଭାବରେ କାମ କରନ୍ତି । କଠିନ ପରିଶ୍ରମ କରି ପରିବାରର ପୋଷନ୍ତି। ସବୁ ଦିନ ପରି, ଅକ୍ଟୋବର ୬ତାରିଖରେ ମଧ୍ୟ ବଲରାଜ ଖାଦ୍ୟ ସାମଗ୍ରୀ ଡେଲିଭର କରୁଥିଲେ। ସନ୍ଧ୍ୟାରେ ଏକ କେକ୍ ଅର୍ଡର ପାଇଲେ । ଦୋକାନରୁ ଅର୍ଡର ପାଇବା ପରେ ସେ ଡେଲିଭରି କରିବାକୁ ଯିବା ବେଳେ ଅର୍ଡର କ୍ୟାନସେଲ୍ ହୋଇଗଲା |

ଦୋକାନକୁ କେକ୍ ଫେରାଇବା ପରିବର୍ତ୍ତେ ବଲରାଜ ଏହାକୁ ଘରକୁ ନେଇଗଲେ। ଏହି କେକକୁ ତାଙ୍କ ୫ବର୍ଷର ପୁଅ ଧୀରଜ ଖାଇବା ଆରମ୍ଭ କରିଥିଲେ। ସ୍ୱାମୀ ଏବଂ ସ୍ତ୍ରୀ ମଧ୍ୟ କେକ୍ ଖାଇଥିଲେ, କିନ୍ତୁ ଏହାକୁ ଖାଇବା ପରେ ତିନିଜଣଙ୍କ ସ୍ୱାସ୍ଥ୍ୟ ଖରାପ ହେବାକୁ ଲାଗିଲା । ସମସ୍ତଙ୍କୁ ଡାକ୍ତରଖାନା ଅଣାଯିବା ବେଳକୁ ବାଟରେ ପୁଅର ମୃତ୍ୟୁ ହୋଇଥିଲା। ଦମ୍ପତିଙ୍କ ଅବସ୍ଥା ମଧ୍ୟ ଗୁରୁତର ରହିଛି। ଉଭୟ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି।

Advertisment

ଡାକ୍ତରଙ୍କ ସୂଚନା ଅନୁସାରେ, ଫୁଡ୍ ପଏଜନ କାରଣରୁ ଏପରି ଘଟଣା ଘଟିଛି। ଏହି ପରିପ୍ରେକ୍ଷୀରେ ଶିଶୁର ଅଲଟ୍ରାସାଉଣ୍ଡ ସ୍କାନ କରାଯାଇଥିଲା ଯାହା ଦ୍ୱାରା ଶିଶୁର ମୃତ୍ୟୁର ପ୍ରକୃତ କାରଣ ରିପୋର୍ଟରେ ଜଣା ପଡିପାରେ। ଡାକ୍ତର କହିଛନ୍ତି ଯେ ରିପୋର୍ଟ ଦେଖିବା ପରେ ଏନେଇ ସ୍ପଷ୍ଟ ହେବ। ବଲରାଜ ଏବଂ ନାଗାଲକ୍ଷ୍ମୀଙ୍କର ଦୁଇ ଜଣ ସନ୍ତାନ, ଗୋଟିଏ ପୁଅ ଏବଂ ଗୋଟିଏ ଝିଅ। ଏହି ଘଟଣା ଘଟିବା ବେଳକୁ ଝିଅ ଘରେ ନଥିଲା। ତେବେ ସ୍ୱାମୀ ସ୍ତ୍ରୀ ସୁସ୍ଥ ହେଲେ ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହେବ।

Food Poison
Advertisment
Advertisment