Advertisment

ନିର୍ବାଚନୀ ନିଆଁରେ ପୁଣି ଜଳିଲା ପଶ୍ଚିମବଙ୍ଗ, ୧୧ ମୃତ

ନିର୍ବାଚନୀ ହିଂସା ପାଇଁ ବାରମ୍ବାର ଅପଯଶ ସାଉଁଟୁଥିବା ପଶ୍ଚିମବଙ୍ଗ, ଏଥର ବି ଶୃଙ୍ଖଳା ରକ୍ଷାରେ ବିଫଳ ହୋଇଛି । ମାଳମାଳ ରାଜ୍ୟ ପୋଲିସ ଓ କେନ୍ଦ୍ରୀୟ ଫୋର୍ସ ମୁତୟନ ସତ୍ତ୍ୱେ ; ବିଭିନ୍ନ ଜିଲ୍ଲାରେ ନିର୍ବାଚନୀ ହିଂସାର ବହୁ ଘଟଣା ସାମ୍ନାକୁ ଆସିଛି। କିଛି ସ୍ଥାନରେ ମତଦାନକୁ ସ୍ଥଗିତ ରଖିବାକୁ ପଡ଼ିଛି ।

author-image
Chandan Shishu
Bengal Panchayat polls: 11 killed in poll violence

Bengal Panchayat polls: 11 killed in poll violence

ପୁଣି ନିର୍ବାଚନୀ ନିଆଁରେ ଜଳୁଛି ପଶ୍ଚିମବଙ୍ଗ। ପଞ୍ଚାୟତ ନିର୍ବାଚନ ପାଇଁ ଆଜି ଭୋଟ ଗ୍ରହଣ ହୋଇଥିବା ବେଳେ, ଅଧିକାଂଶ ଜିଲ୍ଲାରେ ବ୍ୟାପକ ହିଂସା ଦେଖିବାକୁ ମିଳିଛି । ଅଭାବନୀୟ ଆଇନଶୃଙ୍ଖଳାକୁ ଅସହାୟ ପୋଲିସ ଓ ସୁରକ୍ଷାକର୍ମୀ । ସୂଚନା ଅନୁଯାୟୀ, ନିର୍ବାଚନୀ ହିଂସାରେ ଗତ ୨୪ ଘଣ୍ଟା ଭିତରେ ୧୧ ଜଣଙ୍କ ମୃତ୍ୟୁ ହେଲାଣି। ସ୍ଥିତିର ଗମ୍ଭୀରତାକୁ ଦେଖି ଆସନ୍ତା ୧୦ ଦିନ ପାଇଁ ରାଜ୍ୟରେ କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବାହିନୀ ମୁତୟନ ରହିବ ବୋଲି ନିର୍ଦ୍ଦେଶ ଦିଆଯାଇଛି।

Advertisment

ନିର୍ବାଚନ ବେଳେ ଅଭେଦ୍ୟ ସୁରକ୍ଷାବଳୟରେ ରହୁଥିବା ବାଲଟ ବକ୍ସ କେଉଁଠି ଜଳୁଛି ତ କେଉଁଠି ପୋଖରୀରେ ଭାସୁଛି। ଦୁର୍ଦ୍ଦଶା ସ୍ପଷ୍ଟ ବଖାଣୁଛି ବଙ୍ଗ ନିର୍ବାଚନର ବିକଳ ସ୍ଥିତି। ଏଣେ ତେଣେ ଚିରାଫିଙ୍ଗା ହୋଇ ପଡ଼ିଛି ଭୋଟରଙ୍କ ବହୁମୂଲ୍ୟ ମତ ବହନ କରୁଥିବା ବାଲଟ୍ ପେପର। ପଶ୍ଚିମବଙ୍ଗରେ ଆଜି ପଞ୍ଚାୟତ ନିର୍ବାଚନ ପାଇଁ ଭୋଟଗ୍ରହଣ ହୋଇଥିବା ବେଳେ, ସକାଳୁ ହିଁ ବିଭିନ୍ନ ସ୍ଥାନରେ ହିଂସା ଆରମ୍ଭ ହୋଇଯାଇଥିଲା। ଦିନ ତମାମ୍ ଜାରି ରହିଥିଲା ଆତଙ୍କର ବାତାବରଣ। ସାମ୍ନାକୁ ଆସିଥିଲା ବୁଥ୍ ଅକ୍ତିଆର, ଭଙ୍ଗାରୁଜା, ପୋଡ଼ାଜଳା ଓ ବାଲଟ୍ ବକ୍ସ ନଷ୍ଟ କରାଯିବାର ଗଣ୍ଡା ଗଣ୍ଡା ମାମଲା।

ବିଭିନ୍ନ ସ୍ଥାନରେ ଦଳୀୟ କର୍ମୀଙ୍କ ମଧ୍ୟରେ ଭୀଷଣ ସଂଘର୍ଷ ହୋଇଥିବା ବେଳେ, କିଛି ସ୍ଥାନରେ ବୋମା ପଡ଼ିଛି ଓ ଗୁଳି ବି ଫୁଟିଛି। ପୋଲିଂପାର୍ଟି ଆକ୍ରମଣର ଶିକାର ହୋଇଛନ୍ତି ଏବଂ ପୋଲିସ ସହ ବି ଧସ୍ତାଧସ୍ତି ହୋଇଛି। ନିର୍ବାଚନୀ ହିଂସାର ଶିକାର ହୋଇ ଗତ ୨୪ ଘଣ୍ଟାରେ ୧୦ରୁ ଅଧିକ ଲୋକଙ୍କ ଜୀବନ ଯାଇଥିବା ସୂଚନା ମିଳିଛି।

Advertisment

ନିର୍ବାଚନୀ ହିଂସା ପାଇଁ ବାରମ୍ବାର ଅପଯଶ ସାଉଁଟୁଥିବା ପଶ୍ଚିମବଙ୍ଗ, ଏଥର ବି ଶୃଙ୍ଖଳା ରକ୍ଷାରେ ବିଫଳ ହୋଇଛି । ମାଳମାଳ ରାଜ୍ୟ ପୋଲିସ ଓ କେନ୍ଦ୍ରୀୟ ଫୋର୍ସ ମୁତୟନ ସତ୍ତ୍ବେ; ମୁର୍ଶିଦାବାଦ, ଉତ୍ତର ୨୪ ପ୍ରଗଣା, ଦକ୍ଷିଣ ୨୪ ପ୍ରଗଣା, ଉତ୍ତର ଦିନାଗଜପୁର, ମାଲଦା, ଓ କୁଚବିହାର ଆଦି ଜିଲ୍ଲାରେ ନିର୍ବାଚନୀ ହିଂସାର ବହୁ ଘଟଣା ସାମ୍ନାକୁ ଆସିଛି। କିଛି ସ୍ଥାନରେ ମତଦାନକୁ ସ୍ଥଗିତ ରଖିବାକୁ ପଡ଼ିଛି । ପରିସ୍ଥିତିକୁ ଦେଖି ଆସନ୍ତା ୧୦ ଦିନ ପାଇଁ ରାଜ୍ୟରେ କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବାହିନୀ ମୁତୟନ ରହିବ ବୋଲି ନିର୍ଦ୍ଦେଶ ଦିଆଯାଇଛି। ଏଭଳି ହିଂସାକାଣ୍ଡ ପାଇଁ ବିଜେପି ଓ ଟିଏମସି ପରସ୍ପର ଉପରେ ଦୋଷ ଲଦିଥିବା ବେଳେ, କଂଗ୍ରେସ ଉଭୟ ଦଳକୁ ଟାର୍ଗେଟ୍ କରିଛି।

ତେଣେ ପଶ୍ଚିମବଙ୍ଗ ବିଜେପି ସଭାପତିଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା । ଅନ୍ୟପକ୍ଷରେ ହିଂସାସ୍ଥିତିକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ପଶ୍ଚିମବଙ୍ଗ ରାଜ୍ୟପାଳ ସି.ଭି. ଆନନ୍ଦ ବୋଷ। ସେ ଉତ୍ତର ୨୪ ପ୍ରଗଣା ପୋଲିଂବୁଥ ପରିଦର୍ଶନ ପରେ ଶ୍ୟାମନଗରକୁ ଯିବା ବେଳେ, ସିପିଏମ କର୍ମୀ ତାଙ୍କୁ ରାସ୍ତାରେ ଅଟକାଇଥିଲେ। ଆଜି ପଶ୍ଚିମବଙ୍ଗର ୬୩ହଜାର ୨୨୯ ପଞ୍ଚାୟତ, ୯ହଜାର ୭୩୦ ପଞ୍ଚାୟତ ସମିତି ଏବଂ ୯୨୮ ଜିଲ୍ଲା ପରିଷଦ ପାଇଁ ଭୋଟିଂ ହୋଇଛି । ଜୁଲାଇ ୧୧ରେ ଫଳ ଘୋଷଣା ହେବ।

ରିପୋର୍ଟ: ପାର୍ଥ ପଲ

Panchayat Polls Election Violence
Advertisment
Advertisment