Advertisment

ଠିକ୍ ବୟସରେ ବାହା ହେଲେ ଅଧିକ ସୁସ୍ଥ ହୁଅନ୍ତି ପୁରୁଷ !

ଉପଯୁକ୍ତ ସମୟରେ ବିବାହ କଲେ ଅନେକ ଫାଇଦା ରହିଛି। ଏମିତିକୁ ପୁରୁଷଙ୍କ ଲାଗି ବେଶି ଫାଇଦା ରହିଛି। ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ, ବାହାଘର ହେବା ପରେ ଅଧିକ ସୁସ୍ଥତା ଅନୁଭବ କରନ୍ତି ପୁରୁଷ। ଅର୍ଥାତ୍‌ ଯେଉଁମାନେ ନିଜର ଉପଯୁକ୍ତ ସମୟରେ ବିବାହ କରନ୍ତି ସେମାନେ ମାନସିକ ଓ ହୃଦଘାତ ଜନିତ ରୋଗର କମ୍‌ ଶିକାର ହୁଅନ୍ତି।

author-image
Sarbeswar
ଅଦ୍ୟତନ ହୋଇଛି
Being Married Improve Life Expectancy Of Man

Being married

ଆଜିକାଲି ଅନେକ ଯୁବକ ଉପଯୁକ୍ତ ସମୟରେ ବିବାହ କରୁନାହାନ୍ତି। ହୁଏତ କାହାକୁ କନିଆଁ ମିଳୁନି ତ ଆଉ କିଏ ପାରିବାରିକ କିମ୍ବା କୌଣସି ଅନ୍ୟ କାରଣରୁ ବିବାହ କରିପାରୁନାହାନ୍ତି । କିନ୍ତୁ ଯେଉଁ ଯୁବକମାନେ ଠିକ୍ ସମୟରେ ବିବାହ କରୁଛନ୍ତି ସେମାନଙ୍କର ହାର୍ଟ ଓ ମାନସିକ ରୋଗ କମ୍‌ ହେଉଥିବା କୁହାଯାଇଛି। 

Advertisment

ଉପଯୁକ୍ତ ସମୟରେ ବିବାହ କଲେ ଅନେକ ଫାଇଦା ରହିଛି। ଏମିତିକୁ ପୁରୁଷଙ୍କ ଲାଗି ବେଶି ଫାଇଦା ରହିଛି। ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ, ବାହାଘର ହେବା ପରେ ଅଧିକ ସୁସ୍ଥତା ଅନୁଭବ କରନ୍ତି ପୁରୁଷ। ଅର୍ଥାତ୍‌ ଯେଉଁମାନେ ନିଜର ଉପଯୁକ୍ତ ସମୟରେ ବିବାହ କରନ୍ତି ସେମାନେ ମାନସିକ ଓ ହୃଦଘାତ ଜନିତ ରୋଗର କମ୍‌ ଶିକାର ହୁଅନ୍ତି।

ଅଧିକ ପଢ଼ନ୍ତୁ: ସୁସ୍ଥ ଶରୀର ପାଇଁ ସନ୍ତୁଳିତ ଆହାର

ଆମେରିକାର ଗବେଷକମାନେ କହିଛନ୍ତି, ବିବାହ ପରେ ପୁରୁଷମାନେ ଅଧିକ ସୁସ୍ଥ ରୁହନ୍ତି। ଯେଉଁମାନେ ବିବାହ କରିନାହାନ୍ତି ସେମାନଙ୍କର କୌଣସି ରୋଗରେ ମୃତ୍ୟୁ ଅନ୍ୟ ବିବାହିତ ପୁରୁଷଙ୍କ ତୁଳନାରେ ଦୁଇଗୁଣା ଅଧିକ। ବାସ୍‌ ଏହି କଥା ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଚର୍ଚ୍ଚା ବି ବଢିଛି।

Advertisment

କୋଲେରାଡୋ ୟୁନିଭର୍ସିଟିର ଡା.କୈଟରିନା ଲେୟବା କହିଛନ୍ତି, କୌଣସି ବ୍ୟକ୍ତିଙ୍କ ରିଲେସନଶିପ ଷ୍ଟାଟସ ଏବଂ ସେମାନଙ୍କର ସୁସ୍ଥ ହେବା ମଧ୍ୟରେ ଏକ ଲିଙ୍କ ରହିଥାଏ। ଏମିତିକି ବିହାହିତ ପୁରୁଷଙ୍କ ସୁସ୍ଥ ହାର ବି ଅଧିକ। କେବଳ ଏତିକି ନୁହେଁ ବରଂ ଉଚ୍ଚ ରକ୍ତଚାପ, ଦୃଦଘାତ ଏବଂ କର୍କଟ ଭଳି ବିପଦଜନକ ରୋଗ ହେବାର ଆଶଙ୍କା ବି କମ୍ ରହୁଥିବା ଗବେଷକମାନେ କହିଛନ୍ତି।

(ବ୍ୟୁରୋ ରିପୋର୍ଟ, ଓଟିଭି)

Special Story
Advertisment
Advertisment