Advertisment

‘ମୋତେ ବଞ୍ଚାଅ, ନହେଲେ ମରିଯିବି...’ ବିପଦ ଜାଣି ବି ପ୍ରେମିକ ସହ ଲିଭ୍‌-ଇନ୍‌ରେ ଥିଲେ

ଶ୍ରଦ୍ଧା ଘରୋଇ ହିଂସାର ଶିକାର ହୋଇଥିଲେ। ସାହାଯ୍ୟ ପାଇଁ ଶ୍ରଦ୍ଧା ମେସେଜ୍‌ ପଠାଇଥିଲେ ବୋଲି ସେ କହିଛନ୍ତି। ହତ୍ୟା ପୂର୍ବରୁ କିଛି ମାସ ପୂର୍ବେ ସେ ଏହି ମେସେଜ୍‌ ପଠାଇଥିଲେ। ଯେଉଁଥିରେ ତାଙ୍କ ଜୀବନ ପ୍ରତି ବିପଦ ଥିବା ଶ୍ରଦ୍ଧା କହିଥିଲେ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Delhi Shraddha Murder Case

Before Murder Shraddha Sent Message Her Best Friend For Rescue

ଜହ୍ଲାଦ ପ୍ରେମିକ ଅଫତାବ୍‌ ପୁନାୱାଲାର ଖୋଲୁଛି ଗୋଟିଏ ପରେ ଗୋଟିଏ ଜଘନ୍ୟ କାଣ୍ଡ। ଲିଭ୍‌-ଇନ୍‌ ପାର୍ଟନରକୁ ୩୫ ଖଣ୍ଡ କରି ଏହାକୁ ଫ୍ରିଜ୍‌ରେ ରଖି ପରେ ମୃତଦେହକୁ ଜଙ୍ଗଲରେ ଫିଙ୍ଗିବା ଘଟଣା ଏବେ ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଶ୍ରଦ୍ଧାଙ୍କୁ ଜଘନ୍ୟ ଭାବେ ହତ୍ୟା କରିବା ପରେ ଅଫତାବ୍‌ ଆଉ ଜଣେ ମହିଳାଙ୍କ ସହ ଡେଟିଂ କରୁଥିଲା। ସବୁଠାରୁ ଆଶ୍ଚର୍ଯ୍ୟକର କଥା, ମୃତଦେହକୁ ପିସ୍‌ ପିସ୍‌ କରି କାଟି ଏହାକୁ ଫ୍ରିଜ୍‌ରେ ରଖିଥିବା ବେଳେ, ସେହି ସମୟରେ ଅଫତାବ୍‌ ଅନ୍ୟ ଜଣେ ମହିଳାଙ୍କୁ ଆପାର୍ଟମେଣ୍ଟକୁ ମଧ୍ୟ ଆଣିଥିଲା। ଏସବୁ ଭିତରେ ଶ୍ରଦ୍ଧାଙ୍କ କଲେଜ ସାଙ୍ଗ ରଜତ ଶୁକ୍ଳା ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି। 

Advertisment

ଅଧିକ ପଢ଼ନ୍ତୁ: ଫ୍ରିଜ୍‌ରେ ପୁରୁଣା ପ୍ରେମିକାର ଶବ, ରୁମରେ ନୂଆ ପ୍ରେମିକା ! ଅଫତାବ କହିଲା.. Yes I Killed Her

ରଜତଙ୍କ କହିବା ଅନୁସାରେ, ଶ୍ରଦ୍ଧା ଘରୋଇ ହିଂସାର ଶିକାର ହୋଇଥିଲେ। ସାହାଯ୍ୟ ପାଇଁ ଶ୍ରଦ୍ଧା ମେସେଜ୍‌ ପଠାଇଥିଲେ ବୋଲି ସେ କହିଛନ୍ତି। ହତ୍ୟା ପୂର୍ବରୁ କିଛି ମାସ ପୂର୍ବେ ସେ ଏହି ମେସେଜ୍‌ ପଠାଇଥିଲେ। ଯେଉଁଥିରେ ତାଙ୍କ ଜୀବନ ପ୍ରତି ବିପଦ ଥିବା ଶ୍ରଦ୍ଧା କହିଥିଲେ। ଉଦ୍ଧାର ପାଇଁ ସେ(ଶ୍ରଦ୍ଧା) ତାଙ୍କ ଛୋଟବେଳର ସାଙ୍ଗଙ୍କୁ ଡାକି ଥିଲେ। ଯଦି ତାଙ୍କୁ ଉଦ୍ଧାର କରାନଯାଏ ତା’ହେଲେ ତାଙ୍କ ମୃତଦେହ ଦେଖିବାକୁ ପାଇବ ବୋଲି ଶ୍ରଦ୍ଧା କହିଥିଲେ। ରଜତ କହିଛନ୍ତି ଯେ, ‘ତାଙ୍କୁ(ଶ୍ରଦ୍ଧା) ଶାରୀରିକ ଶୋଷଣ କରାଯାଉଥିଲା। ଏହିକଥା ସେ ତାଙ୍କର ଜଣେ ଭଲ ବନ୍ଧୁଙ୍କୁ କହିଥିଲେ। ଆମେ ସମସ୍ତେ ଫ୍ରେଣ୍ଡ୍‌ ସର୍କଲରେ ଥିବାରୁ ଏସମ୍ପର୍କରେ ଜାଣିବାକୁ ପାଇଥିଲୁ।’

Advertisment

ଶ୍ରଦ୍ଧାଙ୍କ ଜୀବନକୁ ଅଫତାବ୍‌ ଆସିବା ପରେ ସେ କିପରି ଭାବେ ବଦଳିଗଲେ ଏହା ମଧ୍ୟ ରଜତ କହିଛନ୍ତି। ସେ କହିଛନ୍ତି, ଶ୍ରଦ୍ଧାଙ୍କୁ ଏଭଳି ଭାବେ ମର୍ଡର କରାଯାଇଛି ତାହା ଭାବିଲେ ଲୋମ ଟାଙ୍କୁରି ଉଠୁଛି। ୨୦୧୫ ମସିହାରେ ଶ୍ରଦ୍ଧାଙ୍କ ସହ ମୋର ସାକ୍ଷାତ ହୋଇଥିଲା। ଶ୍ରଦ୍ଧା ଓ ମୁଁ ସାଙ୍ଗ ହୋଇ ପଢ଼ୁ ଥିଲୁ। ସେ ସାମ୍ବାଦିକ ହେବାକୁ ଚାହୁଁଥିଲେ ଓ ପୁରା ଆକ୍ଟିଭ୍‌ ମଧ୍ୟ ଥିଲେ। ୨୦୧୮ ମସିହାରେ ଅଫତାବ୍‌ ତା’ ଜୀବନକୁ ଆସିବା ପରେ ଧୀରେ ଧୀରେ ଶ୍ରଦ୍ଧା ବଦଳିବାରେ ଲାଗିଲେ। ତେବେ ତାଙ୍କର ଏହି ପରିବର୍ତ୍ତନ ଭଲ ନଥିଲା।

ରଜତ ଆହୁରି କହିଛନ୍ତି ଯେ, ଶ୍ରଦ୍ଧା ଉଦାସ ରହୁଥିଲେ। ୨୦୧୯ ମସିହାରେ ଆମେ ଏସମ୍ପର୍କରେ ଜାଣିବାକୁ ପାଇଲୁ। ପ୍ରଥମେ ପ୍ରଥମେ ଅଫତାବ୍‌ ସାଧାରଣ ମଣିଷ ଭଳି ଲାଗୁଥିଲା। ପରେ ଉଭୟ କାମ ପାଇଁ ଦିଲ୍ଲୀକୁ ଶିଫ୍ଟ ହୋଇଥିବା ଶୁଣିବାକୁ ପାଇଥିଲୁ। ହେଲେ ଯେଭଳି ଭାବେ ଶ୍ରଦ୍ଧାଙ୍କୁ ହତ୍ୟା କରାଯାଇଛି, ତାହା ଭାବିଲେ ଲୋମ ଟାଙ୍କୁରି ଉଠୁଛି। ଏହା ପଛରେ କିଛି ବଡ଼ ଷଡ଼ଯନ୍ତ୍ର ଥିବା ରଜତ ସନ୍ଦେହ କରିଛନ୍ତି। 

୨୮ ବର୍ଷୀୟ ଅଫତାବ୍‌ ୨୬ ବର୍ଷୀୟ ଶ୍ରଦ୍ଧାଙ୍କ ତଣ୍ଟି ଚିପି ହତ୍ୟା ପରେ ମୃତଦେହକୁ ୩୫ ଖଣ୍ଡ କରିଥିଲା। ଏହାପରେ ମୃତଦେହକୁ ସେ ଦିଲ୍ଲୀର ଛତ୍ରପୁର ସ୍ଥିତ ଭଡ଼ା ଘରେ ଫ୍ରିଜ୍‌ରେ ରଖିଥିଲା। ମୃତଦେହ ଫିଙ୍ଗିବାକୁ ୧୮ ଦିନ ପର୍ଯ୍ୟନ୍ତ ରାତି ୨ଟାରେ ବାହାରକୁ ଯାଉଥିଲା ଓ ମେହରଉଲି ଜଙ୍ଗଲର ବିଭିନ୍ନ ସ୍ଥାନରେ ଫିଙ୍ଗିଥିଲା। କ୍ରାଇମ୍‌ ଶୋ’ 'Dexter' ଦେଖି ଅଫତାବ ଏଭଳି ବର୍ବରକାଣ୍ଡ ଘଟାଇଥିବା ତଦନ୍ତରୁ ଜଣାପଡ଼ିଛି।

କୁହାଯାଉଛି, ଶ୍ରଦ୍ଧାଙ୍କୁ ହତ୍ୟା କରିବା ପରେ ଅଫତାବ୍‌ ଅନ୍‌ଲାଇନ୍‌ରେ ଖାଦ୍ୟ ମଗାଉଥିଲା। ନୂଆ କିଣିଥିବା ଫ୍ରିଜ୍‌ରେ ଶ୍ରଦ୍ଧାଙ୍କ ଶରୀର ଖଣ୍ଡ ପାଖରେ ଖାଦ୍ୟକୁ ବି ରଖୁଥିଲା। ସବୁଦିନ ସେ ଫ୍ରିଜ୍‌ରୁ ଶ୍ରଦ୍ଧାଙ୍କ ମୁଣ୍ଡକୁ ବାହାର କରି, ଘଣ୍ଟାଘଣ୍ଟା ମୁହଁକୁ ଚାହିଁ ରହୁଥିଲା। ହତ୍ୟା କରିବା ପରେ ରକ୍ତଦାଗ ସଫା କରିବାର ଫର୍ମୁଲା ଗୁଗୁଲ୍‌ରୁ ସର୍ଚ୍ଚ କରିଥିଲା ଏବଂ ଏଥିପାଇଁ ସଲ୍‌ଫର୍‌ ହାଇପୋକ୍ଲୋରାଇଟ୍ ବ୍ୟବହାର କରିଥିଲା। ଶ୍ରଦ୍ଧାଙ୍କୁ ମାରିବା ଠୁ ମୃତଦେହ କାଟି ନଷ୍ଟ କରିବା କଷ୍ଟକର ଥିଲା ବୋଲି ଅଫତାବ୍‌ ପୋଲିସକୁ କହିଛି। 

Murder Murder Case
Advertisment
Advertisment