• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପଶ୍ଚିମବଙ୍ଗ ଗସ୍ତ ବେଳେ ବିସିସିଆଇ ପ୍ରେସିଡେଣ୍ଟ ସୌରଭ ଗାଙ୍ଗୁଲିଙ୍କ ଆତିଥ୍ୟ ଗ୍ରହଣ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ସୌରଭ ଗାଙ୍ଗୁଲିଙ୍କ କୋଲକାତା ସ୍ଥିତ ବାସଭବନକୁ ଯାଇ ତାଙ୍କ ପରିବାର ସଦସ୍ୟଙ୍କ ସହ ଆଲୋଚନା କରିଛନ୍ତି ଅମିତ ଶାହା । ଏହା ସହ ସୌରଭଙ୍କ ସ୍ୱାସ୍ଥ୍ୟାବସ୍ଥା ବି ପଚାରି ବୁଝିଛନ୍ତି ।

ସୌରଭ ଗାଙ୍ଗୁଲିଙ୍କ ଘରେ ଆତିଥ୍ୟ ସମୟରେ ତାଙ୍କ ସହ ଡାଇନିଂ ସେୟାର କରିଛନ୍ତି ଅମିତ ଶାହା । ଗାଙ୍ଗୁଲିଙ୍କ ଘରେ ନିରାମିଷ ଭୋଜନ ପ୍ରସ୍ତୁତ ହୋଇଥିଲା । ଅମିତ ଶାହାଙ୍କ ଲାଗି ଭାତ, ରୁଟି, ଲୁଚି, ବାଇଗଣ ଭଜା, ସାହି ପନିର, ଡାଲ ମଖନି, ଦମ୍ ଆଲୁ, ଭେଜ କଟଲେଟ୍ ସହ ମିଷ୍ଟି ଦହି ଓ ରସଗୋଲା ପ୍ରସ୍ତୁତ କରାଯାଇଥିଲା ।

ଶାହାଙ୍କ ସହ ବିଜେପିର ଅନ୍ୟ ବରିଷ୍ଠ ନେତା ବି ସାମିଲ ଥିଲେ । ତେବେ ଅମିତ ଶାହା ସୌରଭ ଗାଙ୍ଗୁଲିଙ୍କ ଆତିତ୍ୟ ଗ୍ରହଣ କରିବା ନେଇ ରାଜନୈତିକ ଚର୍ଚ୍ଚା ବି ହୋଇଥିଲା । ତେବେ ସେସବୁକୁ ଏଡ଼ାଇ ଯାଇଛନ୍ତି ସୌରଭ ଗାଙ୍ଗୁଲି । ୨୦୦୮ ମସିହାରୁ ଅମିତ ଶାହାଙ୍କ ସହ ସୌରଭଙ୍କ ସଂପର୍କ ରହିଛି, ଆଉ ସେ ମୋର ଜଣେ ଭଲ ବନ୍ଧୁ ବୋଲି ସୌରଭ କହିଛନ୍ତି । ତେବେ ତାଙ୍କ ପୁଅ ଜୟ ଶାହା ବିସିସିଆଇର ସଂପାଦକ ହେବା ପରେ ଏହି ସଂପର୍କ ଆହୁରି ସୁଦୃଢ ହୋଇଛି ବୋଲି ଗାଙ୍ଗୁଲି କହିଛନ୍ତି ।

ଆଗକୁ ସେ ବିଜେପିରେ ଯୋଗ ଦେଉଛନ୍ତି ବୋଲି ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି, ବିଜେପିରେ ଯୋଗ ଦେବା ନେଇ ଏବେ ସୁଦ୍ଧା କୌଣସି ଯୋଜନା ନାହିଁ । ସୌରଭଙ୍କ ଘରକୁ ଯିବା ପୂର୍ବରୁ ଅମିତ ଶାହା କୋଲକାତାର ଭୋରିଆ ହଲରେ ସଂସ୍କୃତି ବିଭାଗ ଦ୍ୱାରା ଆୟୋଜିତ ମୁକ୍ତି-ମାତ୍ରିକ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ସେଠାରେ ସୌରଭ ଗାଙ୍ଗୁଲିଙ୍କ ପତ୍ନୀ ଡୋନା ଗାଙ୍ଗୁଲିଙ୍କ ନୃତ୍ୟ ପରିବେଷଣ ଦେଖିଥିଲେ ଅମିତ ଶାହା ।