/odishatv-khabar/media/post_attachments/uploadimage/library/16_9/16_9_0/s_1674631048.jpg)
BBC documentary row: Power cut at JNU
ବିବିସିର ଡକ୍ୟୁମେଣ୍ଟାରୀକୁ ନେଇ ଦିଲ୍ଲୀ JNU(Jawaharlal Nehru University)ରେ ତୁମୁଳକାଣ୍ଡ ହୋଇଛି। ଏକ ନିର୍ଦ୍ଦିଷ୍ଟ ଛାତ୍ର ଗୋଷ୍ଠୀଙ୍କ ଉପରକୁ ପଥର ମାଡ଼ କରାଯାଇଥିବା ଅଭିଯୋଗ ହୋଇଛି।
ସୂଚନାଥାଉ କି, ଗତକାଲି ସନ୍ଧ୍ୟାରେ ଜେଏନୟୁ କ୍ୟାମ୍ପସରେ କିଛି ଛାତ୍ର ଗୋଷ୍ଠୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଉପରେ BBCର ଡକ୍ୟୁମେଣ୍ଟାରୀକୁ ଲାଇଭ୍ ଷ୍ଟ୍ରିମିଂ ଦେଖିବାକୁ ଯୋଜନା କରିଥିଲେ। ହେଲେ ଏହି ଡକ୍ୟୁମେଣ୍ଟାରୀର ସ୍କ୍ରିନିଂ କରିବାକୁ ପୂର୍ବରୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ମନା କରିଥିଲେ।
ଅଧିକ ପଢ଼ନ୍ତୁ: JNUରେ ବ୍ରାହ୍ମଣ-ବଣିଆଙ୍କୁ ଟାର୍ଗେଟ, କାନ୍ଥରେ ଲେଖିଲେ ଧମକ ଭରା ସ୍ଲୋଗାନ୍
ଏହା ସତ୍ତ୍ୱେ ରାତି ୯ଟା ବେଳେ ଡକ୍ୟୁମେଣ୍ଟାରୀ ସ୍କ୍ରିନିଂ ପାଇଁ ବ୍ୟକ୍ତିଗତ ସ୍ତରରେ ଯୋଜନା କରାଯାଇଥିଲା। କିଛି ଛାତ୍ର ନିଜ ଲାପ୍ଟପ୍ରେ ଏହାର ସ୍କ୍ରିନିଂ କରାଇଥିଲେ। ତେବେ ଏହା ପୂର୍ବରୁ କ୍ୟାମ୍ପସ ପରିସରରୁ ବିଜୁଳି କାଟି ଦିଆଯାଇଥିବା ଅଭିଯୋଗ ହୋଇଥିଲା। ପରେ ଅନ୍ଧାରର ସୁଯୋଗ ନେଇ ଆଉ କିଛି ଛାତ୍ର ଗୋଷ୍ଠୀ ଡକ୍ୟୁମେଣ୍ଟାରୀ ସ୍କ୍ରିନିଂ କରୁଥିବା ଛାତ୍ର ଗୋଷ୍ଠୀ ଉପରେ ପଥର ମାଡ଼ କରିଥିବା କୁହାଯାଉଛି। ଏନେଇ ବିଶ୍ୱବିଦ୍ୟାଳୟ ପରିସରରେ ଛାତ୍ର ଅଶାନ୍ତି ଲାଗି ରହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)