Advertisment

ସୂର୍ଯ୍ୟ ନମସ୍କାରରେ ଗିନିଜ୍ ରେକର୍ଡ, ୧୦୮ଟି ସ୍ଥାନରେ ସୂର୍ଯ୍ୟ ନମସ୍କାର କଲେ ୪ ହଜାର ବ୍ୟକ୍ତି

୪ ହଜାର ବ୍ୟକ୍ତି ଗୋଟିଏ ସାଙ୍ଗରେ ୧୦୮ଟି ସ୍ଥାନରେ ସୂର୍ଯ୍ୟ ନମସ୍କାର ପ୍ରଦର୍ଶନ କରିଛନ୍ତି ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Surya Namaskar

Surya Namaskar

ସୂର୍ଯ୍ୟ ନମସ୍କାରରେ ରେକର୍ଡ । ଗୁଜରାଟ ମେହସାନାର ମୋଧେରା ସୂର୍ଯ୍ୟ ମନ୍ଦିରରେ ଆଜି ହୋଇଥିବା ସୂର୍ଯ୍ୟ ନମସ୍କାର ଗିନିଜ୍ ବୁକ୍‌ରେ ରେକର୍ଡ କରିଛି । ୪ ହଜାର ବ୍ୟକ୍ତି ଗୋଟିଏ ସାଙ୍ଗରେ ୧୦୮ଟି ସ୍ଥାନରେ ସୂର୍ଯ୍ୟ ନମସ୍କାର ପ୍ରଦର୍ଶନ କରିଛନ୍ତି । ବିଶାଳ, ବୃହତ ଏବଂ ରମ୍ୟ ପରିବେଶ ମଧ୍ୟରେ ସୂର୍ଯ୍ୟ ନମସ୍କାର ପ୍ରଦର୍ଶନ କରାଯାଇଛି। ଆକାଶ ମାର୍ଗରୁ ଦେଖିଲା ମାତ୍ରେ ଏହା ଆହୁରି ଆକର୍ଷଣୀୟ ଦେଖା ଯାଇଥିଲା। ଯୋଗକୁ ଘରେ ଘରେ ପହଞ୍ଚାଇବା ସହ ସୁସ୍ଥ ଭାରତର ବାର୍ତ୍ତା ଦେବାକୁ ଚେଷ୍ଟା କରାଯାଇଛି।

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୂର୍ଯ୍ୟ ନମସ୍କାରକୁ ନିଜ ଦିନଚର୍ଯ୍ୟାରେ ସାମିଲ ପାଇଁ ଆହ୍ୱାନ କରିଛନ୍ତି । ସୂର୍ଯ୍ୟ ନମସ୍କାର ଆମ ସଂସ୍କୃତିରେ ବିଶେଷ ଗୁରୁତ୍ୱ ବହନ କରୁଛି। ଏହାର ଅନେକ ଫାଇଦା ରହିଛି। ଏଥିସହ ଐତିହାସିକ ମୋଧେରା ମନ୍ଦିର ପରିସରରେ ଏତେ ସଂଖ୍ୟକ ବ୍ୟକ୍ତି ଏକାଠି ହୋଇ ଯୋଗ ପ୍ରଦର୍ଶନ କରିବା ଆମ ପାଇଁ ଗୌରବର ବିଷୟ ।

Advertisment
Gujarat India Yogasana Guinness World Record Surya Namaskar
Advertisment
Advertisment