Advertisment

କହୁ କହୁ କହିଦେଲେ, ନା ଜାଣିଶୁଣି କହିଲେ?

ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୈତ୍ର ଟୁଇଟ୍ କରିଛନ୍ତି ଯେ, ମୁଁ ଏବେ ଜାଣିଲି ପତଞ୍ଜଳି ବାବା ରାମଲୀଳା ମୈଦାନରୁ ମହିଳାଙ୍କ ପୋଷାକ ପିନ୍ଧି କାହିଁକି ଖସି ପଳାଉଥିଲେ।

author-image
Chandan Shishu
Baba Ramdev

Baba Ramdev

ମହିଳାମାନେ କିଛି ନପିନ୍ଧିଲେ ବି ଭଲ ଲାଗନ୍ତି... ଶହଶହ ମହିଳାଙ୍କ ଉପସ୍ଥିତିରେ ମହିଳାଙ୍କ ପୋଷାକ ପରିଧାନ ବାବଦରେ ଇଏ କଣ କହିଦେଲେ ଯୋଗଗୁରୁ ରାମଦେବ? କହୁ କହୁ କହିଦେଲେ, ନା ଜାଣିଶୁଣି କହିଲେ? ମହିଳାଙ୍କ ପ୍ରତି ଏଭଳି ଅଶୋଭନୀୟ ଟିପ୍ପଣୀ ପାଇଁ ବିବାଦରେ ଯୋଗଗୁରୁ ରାମଦେବ। ତାତିଛନ୍ତି ମହିଳା, ଉଠିଛି ବିରୋଧର ଝଡ଼  କେଉଁଠି ନାରାବାଜି, କୁଶପୁତ୍ତଳିକା ଦାହ, ଫଟୋକୁ ଚପଲ ମାଡ଼, ତ ଆଉ କେଉଁଠି ଥାନାରେ ଏତଲା। ବିଶାଖାପାଟଣାରେ ମହିଳା ସଂଗଠନ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାମଦେବଙ୍କୁ ଗିରଫ କରିବାକୁ ଦାବି କରିଛି ମହାରାଷ୍ଟ୍ର। ଥାନେରେ କଂଗ୍ରେସ କର୍ମୀ ତାଙ୍କ ଫଟୋକୁ ଚପଲ ମାଡ଼ କରିଛନ୍ତି। ତେଲେଙ୍ଗାନା କଂଗ୍ରେସର କାର୍ଯ୍ୟକାରୀ ସଭାନେତ୍ରୀ ଜେ. ଗୀତା ରେଡ୍ଡି ହାଇଦ୍ରାବାଦ ପୋଲିସ କମିଶନରଙ୍କୁ ଭେଟି ରାମଦେବଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଛନ୍ତି। 

Advertisment

ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୈତ୍ର ଟୁଇଟ୍ କରିଛନ୍ତି ଯେ, ମୁଁ ଏବେ ଜାଣିଲି ପତଞ୍ଜଳି ବାବା ରାମଲୀଳା ମୈଦାନରୁ ମହିଳାଙ୍କ ପୋଷାକ ପିନ୍ଧି କାହିଁକି ଖସି ପଳାଉଥିଲେ। କାରଣ ତାଙ୍କୁ ଶାଢ଼ି, ସାଲଓ୍ୱାର ଭଲ ଲାଗେ...। ସୂଚନା ଅନୁସାରେ, ମହାରାଷ୍ଟ୍ର ଥାନେରେ ଯୋଗ ଶିବିର ଚାଲିଥିଲା। ରାମଦେବଙ୍କ କଥା ଶୁଣୁଥିଲେ ଶହ ଶହ ମହିଳା, ମଞ୍ଚରେ ତାଙ୍କ ସହ ଥିଲେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସଙ୍କ ପତ୍ନୀ ଅମୃତା। ଆଉ ରାମଦେବ କହିଲେ, ମହିଳାମାନେ ଶାଢ଼ି, ସାଲଓ୍ୱାର୍ ପିନ୍ଧିଲେ ବି ଭଲ ଲାଗନ୍ତି, ମୋ ଭଳି କିଛି ନପିନ୍ଧିଲେ ବି ଭଲ ଲାଗନ୍ତି...। ଅମୃତା ଫଡ଼ନାଭିସ ଏଭଳି ମନ୍ତବ୍ୟକୁ ନାପସନ୍ଦ କରିଛନ୍ତି।

ଯୋଗଗୁରୁ ରାମଦେବଙ୍କୁ ଅନେକେ ବାବା ରାମଦେବ ବି ଡାକନ୍ତି। ତାଙ୍କ ଯୋଗଶିକ୍ଷା ଓ ବାଣୀକୁ ଅନୁସରଣ ମଧ୍ୟ କରନ୍ତି। ତାଙ୍କର ବିଶ୍ୱବ୍ୟାପୀ ଅଗଣିତ ପ୍ରଶଂସକଙ୍କ ମଧ୍ୟରେ ବହୁ ମହିଳା ମଧ୍ୟ ଅଛନ୍ତି। ଏଭଳି ଜଣେ ବିଶିଷ୍ଟ ବ୍ୟକ୍ତିଙ୍କ ତୁଣ୍ଡରୁ ଏଭଳି ମନ୍ତବ୍ୟ କେତେ ଗ୍ରହଣୀୟ? ଏହାକୁ ନେଇ ବହୁ ମହିଳା ସଂଗଠନ ଓ ମହିଳା ଅଧିକାର କର୍ମୀ ପ୍ରଶ୍ନ ଉଠାଇଥିବା ବେଳେ, ମହାରାଷ୍ଟ୍ର ରାଜ୍ୟ ମହିଳା କମିଶନ ୩ ଦିନ ଭିତରେ ରାମଦେବଙ୍କ ସଫେଇ ମାଗିଛି ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା ଟୁଇଟ୍ କରି ଏଭଳି ମନ୍ତବ୍ୟକୁ ନିନ୍ଦା କରିବା ସହ, ରାମଦେବଙ୍କୁ କ୍ଷମା ମାଗିବାକୁ ଦାବି କରିଛନ୍ତି। ଅନ୍ୟପକ୍ଷରେ ପତଞ୍ଜଳି ଓଡ଼ିଶା ମୁଖ୍ୟ କହିଛନ୍ତି, କିଛି ବିରୋଧୀ ଦଳ ଅର୍ଥକୁ କଦର୍ଥ କରି ତମ୍ବିତୋଫାନ କରୁଛନ୍ତି।

Advertisment

ଗତବର୍ଷ କରୋନା କାଳରେ ଏଲୋପାଥିକୁ ବେକାର ଓ ଦେବାଳିଆ ବିଜ୍ଞାନ କହି ଡାକ୍ତରମାନଙ୍କ ରୋଷର ଶିକାର ହୋଇଥିଲେ ରାମଦେବ। ପରେ ସେ ଏଥିପାଇଁ କ୍ଷମା ମାଗିଥିଲେ।

(ଭୁବନେଶ୍ୱରରୁ କପିଳେନ୍ଦ୍ର ପ୍ରଧାନ ଓ ରାଉରକେଲାରୁ ପବନ ତିଓ୍ୱାରୀଙ୍କ ରିପୋର୍ଟ)
RAMDEV_SPEECH_CONTRO_PKG_PRATIDIN_UP

Baba Ramdev Yoga Guru Baba Ramdev
Advertisment
Advertisment