/odishatv-khabar/media/post_attachments/uploadimage/library/16_9/16_9_0/IMAGE_1727865757.jpg)
indian embassy
ଇସ୍ରାଏଲ୍-ଇରାନ୍ ଯୁଦ୍ଧକୁ ନେଇ ଚିନ୍ତା ପ୍ରକଟ କଲା ଭାରତ । ପଶ୍ଚିମ ଏସିଆର ସୁରକ୍ଷା ପରିସ୍ଥିତି ଗଭୀର ଚିନ୍ତା ଦେଇଛି ବୋଲି ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ଯୁଦ୍ଧ ପରେ ଭାରତୀୟଙ୍କ ପାଇଁ ଆଡଭାଇଜରୀ ଜାରି କରାଯାଇଛି । ତେହରାନ୍ ଭାରତୀୟ ଦୂତାବାସ ସହ ଯୋଗାଯୋଗରେ ରହିବାକୁ ପରାମର୍ଶ ଦେଇଛି ମନ୍ତ୍ରାଳୟ । ଅତି ଆବଶ୍ୟକ ନଥିଲେ ଇରାନ୍ ଗସ୍ତରେ ନ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଇରାନ୍ରେ ଥିବା ଭାରତୀୟଙ୍କୁ ସଜାଗ ସହ ଘରୁ ନ ବାହାରିବାକୁ ପରାମର୍ଶ ଦିାଆଯାଇଛି । ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ସୁରକ୍ଷା ଦୃଷ୍ଟିରୁ ପୁରା ନଜର ରଖାଯାଇଛି । ସାଧାରଣ ନାଗରିକ ସୁରକ୍ଷାକୁ ଦୃଷ୍ଟିରେ ରଖି ଯୁଦ୍ଧ ବିରତି କରାଯାଉ ବୋଲି ମନ୍ତ୍ରାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି। ସେହିପରି କୂଟନୀତି ମାଧ୍ୟମରେ ସମସ୍ୟା ସମାଧାନ ପାଇଁ ଅନୁରୋଧ କରିଛି ମନ୍ତ୍ରାଳୟ ।
ସେହିପରି ଇସ୍ରାଏଲର ଏଭଳି ସ୍ଥିତି ଭିତରେ ଭାରତୀୟଙ୍କ ପାଇଁ ଆଡଭାଇଜାରୀ ଜାରି ହୋଇଛି । ଇସ୍ରାଏଲରେ ଅବସ୍ଥାପିତ ଭାରତୀୟ ଦୂତାବାସ ପକ୍ଷରୁ ସୂଚନା ଜାରି କରାଯାଇଛି । ସୁରକ୍ଷିତ ଓ ସତର୍କ ରହିବାକୁ ସମସ୍ତ ଭାରତୀୟଙ୍କୁ ଦିଆଯାଇଛି ପରାମର୍ଶ । ବିନା କାରଣରେ ବାହାରକୁ ନ ବାହାରିବା, ତା ସହ ଯିଏ ଯେଉଁ ସହରରେ ରହିଛନ୍ତି ସେଠୁ ଅନ୍ୟତ୍ର ଚଳପ୍ରଚଳ ନ କରିବାକୁ କୁହାଯାଇଛି । କୌଣସି ସମସ୍ୟା ହେଲେ ହେଲପଲାଇନ୍ ଜରିଆରେ ସୂଚନା ଦେବାକୁ ଭାରତୀୟ ଦୂତାବାସ ପକ୍ଷରୁ ସୂଚନା ଜାରି ହୋଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)