• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଭାରତୀୟ ରେଳ । ପ୍ରତିଦିନ କୋଟିକୋଟି ଲୋକ ଏଥିରେ ଯାତ୍ରା କରନ୍ତି । ସେଇଥି ଲାଗି ତ ଭାରତର ରେଲୱେକୁ ବିଶ୍ବର ସବୁଠାରୁ ବଡ ପରିବହନ ସଂସ୍ଥା ବୋଲି ଅନେକ କୁହନ୍ତି । ଆପଣ ସମସ୍ତେ ବି କେବେ ନା କେବେ ନିଶ୍ଚୟ ଟ୍ରେନ୍‌ରେ ଯାତ୍ରା କରିଥିବେ । ଆଉ ଏହି ଯାତ୍ରା ସମୟରେ ଆପଣ ଦେଖିଥିବେ ବିଭିନ୍ନ ପ୍ଲାର୍ଟଫର୍ମ ରବିଛି । ଯେମିତିକି ଟ୍ରେନ୍‌ ଆସିବା ପୂର୍ବରୁ କେଉଁଠି ଲାଗିବ? ପ୍ଲାର୍ଟଫର୍ମ ୧ ନା ୨ ନା ୩ ? ଯେଉଁଠାରେ ଟ୍ରେନ୍‌ ଲାଗିବାକୁ ଥିବ ସେଇଠିକି ଯାତ୍ରୀମାନେ ଯିବେ । ହେଲେ ଥରେ ଚିନ୍ତା କରନ୍ତୁ ତ? ଏମିତି ଏକ ରେଲୱେ ଷ୍ଟେସନ୍‌ ଥିବ ଯେଉଁଠାରେ ୧ ନମ୍ବର ପ୍ଲାର୍ଟଫର୍ମ ହିଁ ନଥିବ । କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିବ । ଆଉ ଭାବୁଥିବେ ଏମିତି କେମିତି ସମ୍ଭବ? ଏମିତି ଷ୍ଟେସନ୍‌ ବିହାରରେ ରହିଛି । ଯେଉଁ ଷ୍ଟେସନ୍‌ରେ ୧ ନମ୍ବର ପ୍ଲାର୍ଟଫର୍ମ ନାହିଁ ବରଂ ୨ ନମ୍ବର ପ୍ଲାର୍ଟଫର୍ମରୁ ଷ୍ଟାଟ୍‌ ହୋଇଛି ।

ଅଧିକ ପଢ଼ନ୍ତୁ: ଅଜବ ଅପରାଧ, ରାତାରାତି ଚୋରି ହୋଇଗଲା ୨ କିମି ରାସ୍ତା

ବିହାରର ବେଗୁସରାଇରେ ଥିବା ବରୌନୀ ଷ୍ଟେସନକୁ ସବୁବେଳେ ଚର୍ଚ୍ଚା ଲାଗିରହେ  । ଏହି ଅଜବ ରେଲୱେ ଷ୍ଟେସନ୍‌ ବରୌନୀ ଜଙ୍କସନ୍‌ ନାଁରେ ବି ଜଣାଯାଏ । ୧୮୮୩ରେ ଏହି ଷ୍ଟେସନ୍‌ ନିର୍ମାଣ ହୋଇଥିଲା । ସେହି ସମୟରେ ଏହି ରେଲୱେ ଷ୍ଟେସନ୍‌ରେ ପ୍ଲାର୍ଟଫର୍ମର ସଂଖ୍ୟା ୧ରୁ ହିଁ ଆରମ୍ଭ ହୋଇଥିଲା । ଆଉ ସେଥିରେ କେବଳ ମାଲ୍‌ଗାଡି ଛିଡା ହେଉଥିଲା । ଏହାକୁ ନେଇ ସ୍ଥାନୀୟ ଲୋକେ ଅଭିଯୋଗ କଲେ । ପରେ ବରୌନୀ ଜଙ୍କସନରୁ ୨ କିମି ଦୂରରେ ବରୌନୀ ରେଲୱେ ଷ୍ଟେସନ୍‌ ନିର୍ମାଣ ହେଲା ।

ତେବେ ଗୋଟିଏ ସ୍ଥାନରେ ମାତ୍ର କିଛି ଦୂରରେ ଦୁଇଟି ଷ୍ଟେସନ ରହିଗଲା । ତେଣୁ ନୂଆ ଷ୍ଟେସନ୍‌ ହେବା ପରେ ପୁରୁଣା ଷ୍ଟେସନରୁ ୧ ନମ୍ବର ପ୍ଲାର୍ଟଫର୍ମକୁ ଉଠାଇ ଦିଆଗଲା । ସେବେଠୁ ପୁରୁଣା ବରୌନୀ ଷ୍ଟେସନ୍‌ରେ କେବଳ ୨ ନମ୍ବରରୁ ହିଁ ପ୍ଲାର୍ଟଫର୍ମ ଆରମ୍ଭ ହୁଏ । ହେଲେ ବର୍ତ୍ତମାନ ବି ପ୍ଲାର୍ଟଫର୍ମକୁ ନେଇ ଚର୍ଚ୍ଚାରେ ଅଛି ବରୌନୀ ପ୍ଲାର୍ଟଫର୍ମ ।