/odishatv-khabar/media/post_attachments/uploadimage/library/16_9/16_9_0/IMAGE_1669901314.jpg)
2 km long road stolen and sown with wheat crops
ଅପରାଧର ଭିନ୍ନ କାହାଣୀ ସବୁବେଳେ ବିହାରରୁ ସାମ୍ନାକୁ ଆସୁଛି। ନିକଟରେ ବ୍ରିଜ୍ ଚୋରି, ଟାୱାର ଚୋରି ଘଟଣା ସାମ୍ନାକୁ ଆସିଥିଲା। କିନ୍ତୁ ବର୍ତ୍ତମାନ ଏମିତି ଏକ ଚୋରି ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବ। ଏହି ଖବରକୁ ଆପଣ ହୁଏତ ବିଶ୍ୱାସ କରି ନ ପାରନ୍ତି, ଏହା କିନ୍ତୁ ସତ।
ଆପଣ କେବେ ଶୁଣିଛନ୍ତି କି ଏକ ସମ୍ପୂର୍ଣ୍ଣ ରାସ୍ତା ଚୋରି ହେବାର? ରାସ୍ତା କଡ ବିଦ୍ୟୁତ ଖୁଣ୍ଟ, ଗଛ ଆଦି ଚୋରି ହେବା ଶୁଣିଥିବେ। ଏଥର କିନ୍ତୁ କିନ୍ତୁ ସମଗ୍ର ରାସ୍ତା ଚୋରି ହେବା ମାମଲା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ବିହାରର ବାଙ୍କା ଜିଲ୍ଲାର ରଜୌନ୍ ବ୍ଲକର ଖରୌନି ଗ୍ରାମରେ ଏହି ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି।
ଠିକ୍ ପାଞ୍ଚ ଦିନ ପୂର୍ବେ ଖରୌନି ଓ ଖଦମପୁରର ଦୁଇଟି ଗାଁକୁ ସଂଯୋଗ କରୁଥିବା ରାସ୍ତାକୁ ଲୋକମାନେ ବର୍ଷ ବର୍ଷ ଧରି ବ୍ୟବହାର କରୁଥିଲେ। ଦିନେ ସକାଳେ ଯେତେବେଳେ ଲୋକମାନେ ଦେଖିଲେ ସମଗ୍ର ରାସ୍ତା ଅଦୃଶ୍ୟ ହୋଇଯାଇଛି ସେମାନେ ଆଶ୍ଚର୍ଯ୍ୟ ହୋଇଗଲେ। ରାସ୍ତା ଜାଗାରେ ଫସଲ ହୋଇଥିବା ଦେଖିବାକୁ ମିଳିଲା। ପ୍ରଥମେ ଲୋକମାନେ ଭାବିଲେ ସେମାନେ ବାଟବଣା ହୋଇଯାଇଛନ୍ତି।
ରିପୋର୍ଟ ଅନୁଯାୟୀ, ଖରୌନି ଗାଁର କିଛି ଗୁଣ୍ଡାଶ୍ରେଣୀୟ ଲୋକ୍ ଟ୍ରାକ୍ଟର ସାହାଯ୍ୟରେ ରାସ୍ତା ହଳ କରି ସେ ସ୍ଥାନରେ ଗହମ ଫସଲ ବୁଣି ଦେଇଥିଲେ। ଯେତେବେଳେ ଖଦମପୁର ଗାଁର ଲୋକମାନେ ଏହାକୁ ବିରୋଧ କଲେ, ଗୁଣ୍ଡାମାନେ ସେମାନଙ୍କୁ ମାଡ଼ ମାରିଲେ ଆଉ ଠେଙ୍ଗା ବାଡ଼ି ଦେଖେଇ ଧମକ ଦେଲେ।
ଏହି ଘଟଣା ଏବେ ଗାଁରେ ଆଲୋଡ଼ନ ସୃଷ୍ଟି କରିଛି। ରାସ୍ତା ଗାୟବ ହେତୁ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଖଦମପୁର ଗାଁର ଲୋକମାନେ ବର୍ତ୍ତମାନ ଫୁଟ୍ପାଥ୍ରେ ଯିବାକୁ ବାଧ୍ୟ ହୋଇଛନ୍ତି।
ଏହି ପ୍ରସଙ୍ଗରେ ଖଦମପୁର ଗାଁର ଅନେକ ଲୋକ ବୁଧବାର ଜୋନାଲ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଏହି ଘଟଣାର ତଦନ୍ତ କରିବାକୁ ପ୍ରତିଶ୍ରୁତି ଦେଇ ଅଧିକାରୀ ଗ୍ରାମବାସୀଙ୍କୁ କହିଛନ୍ତି ଯେ ଘଟଣାର ଅପରାଧୀଙ୍କୁ ଛଡା ଯିବ ନାହିଁ। ଗ୍ରାମବାସୀଙ୍କ ପାଇଁ ଖୁବ୍ ଶୀଘ୍ର ରାସ୍ତା କାମ ଆରମ୍ଭ ହେବ ବୋଲି ସେ କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)