Advertisment

ୱାଏନାଡ ଭୂସ୍ଖଳନରେ ୧୦୦ ଟପିଲାଣି ମୃତ୍ୟୁସଂଖ୍ୟା

ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏ ଓ ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ।

author-image
Satyendu Shekher Mishra
Keral Land Slide

Keral Land Slide

କେରଳ ୱାଏନାଡ ଭୂସ୍ଖଳନରେ ମୃତ୍ୟୁସଂଖ୍ୟା ୧୦୦ ଟପିଛି। ୧୦୦ରୁ ଅଧିକ ଆହତ ହୋଇଛନ୍ତି। ଏହି ଭୟଙ୍କର ଭୂସ୍ଖଳନରେ ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ। ଭୀଷଣ ବର୍ଷା ଓ ଏହା ଯୋଗୁଁ ହୋଇଥିବା ଭୂସ୍ଖଳନରେ ଶତାଧିକ ଲୋକ ଫସି ରହିଛନ୍ତି। ଘଟଣାସ୍ଥଳରେ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଉଦ୍ଧାର କାର୍ଯ୍ୟ। ରେସକ୍ୟୁ ଅପରେସନରେ ଆର୍ମି ଓ ଭାରତୀୟ ସେନାର ଯବାନ ମାନେ ମୁତୟନ ହୋଇଛନ୍ତି।

Advertisment

କେରଳ ସରକାର ଆଜି ଓ ଆସନ୍ତାକାଲି ଦୁଇଦିନ ପାଇଁ ସମଗ୍ର ରାଜ୍ୟରେ ଶୋକ ଦିବସ ଘୋଷଣା କରିଛନ୍ତି। ସେନାର MI 17 ଓ ALH ହେଲିକପ୍ଟର ବି ନିୟୋଜିତ ହୋଇଛି। ଭୂସ୍ଖଳନ ସ୍ଥଳରୁ ସାମ୍ନାକୁ ଆସୁଛି ଭୟଙ୍କର ଚିତ୍ର। ପାଣିରେ ଧୋଇଯାଇଛି ବିସ୍ତୀର୍ଣ୍ଣ ଅଞ୍ଚଳ। ମାଟିରେ ମିଶିଯାଇଛି ଘରଦ୍ବାର।

ରାସ୍ତାଘାଟ ଧୋଇ ଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫୋନ୍ ଯୋଗେ କେରଳ ମୁଖ୍ୟମନ୍ତ୍ରୀ ପି. ବିଜୟନଙ୍କ ସହ କଥା ହୋଇଛନ୍ତି। ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ମୋଦି। ଏଥିସହ ମୃତାହତଙ୍କୁ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି। ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏ ଓ ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ।

Advertisment

ଅନ୍ୟପଟେ ଏହି ଭୂସ୍ଖଳନରେ ଦୁଇ ଓଡ଼ିଆ ନିଖୋଜ। କଟକ ଜିଲ୍ଲା ଚୌଦ୍ୱାର ହାଉସିଂ ବୋର୍ଡର ବାସିନ୍ଦା ଡାକ୍ତର ବିଷ୍ନୁ ପ୍ରସାଦ ଚିନରା ଏବଂ ତାଙ୍କ ବନ୍ଧୁ ଡାକ୍ତର ସ୍ୱାଧୀନ ପଣ୍ଡାଙ୍କ ପତ୍ତା ମିଳୁନି। କେରଳ ଭୁସ୍ଖଳନରେ ନିଖୋଜ ହୋଇଥିବା ନେଇ ବିଷ୍ଣୁ ପ୍ରସାଦଙ୍କ ବାପା ଅମର ପ୍ରସାଦ ଚିନାରା ସୂଚନା ଦେଇଛନ୍ତି । ତାଙ୍କ ପୁଅ ବିଷ୍ନୁ ଓ ବୋହୁ ପ୍ରିୟଦର୍ଶିନୀ ପାଲ ଏବଂ ଅନ୍ୟ ଦୁଇ ବନ୍ଧୁ ଡାକ୍ତର ସ୍ବାଧୀନ ପଣ୍ଡା ଓ ସ୍ତ୍ରୀ ସ୍ବୀକୃତି ମହାପାତ୍ର କେରଳ ଯାଇଥିଲେ । ଗତକାଲି ରାତିରେ ଭୁସ୍ଖଳନ ହୋଇଥିଲା। ଏଥିରେ ବିଷ୍ଣୁ ପ୍ରସାଦ ନିଖୋଜ ଥିବା ବେଳେ ପ୍ରିୟଦର୍ଶିନୀ ଉଦ୍ଧାର ହୋଇଥିବା ଜଣାପଡିଛି ।

ପୁଅର କୌଣସି ଖବର ମିଳୁନଥିବା ବେଳେ ବୋହୁ ମେଡିକାଲରେ ଅଛନ୍ତି ବୋଲି କହିଥିଲେ । ଏହା ସହିତ ଡାକ୍ତର ସ୍ୱାଧୀନ ପଣ୍ଡାଙ୍କ କୌଣସି ପତ୍ତା ମିଳୁ ନ ଥିବାବେଳେ ତାଙ୍କ ସ୍ତ୍ରୀ ସ୍ୱୀକୃତି ମହାପାତ୍ର ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି ।

Advertisment
Advertisment