Rajnath Singh
କାଶ୍ମୀର ମାଟିରୁ ପାକିସ୍ତାନକୁ ଚେତାବନୀ ଦେଇ ବର୍ଷିଲେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ । କହିଲେ, ପାକିସ୍ତାନ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଛି । ଭାରତ ବିରୋଧରେ ଆତଙ୍କୀଙ୍କୁ ବ୍ୟବହାର କରୁଛି । ଇସଲାମାବାଦକୁ ଏହାର ପରିଣାମ ଭୋଗିବାକୁ ପଡିବ । ପାକ୍ ଅଧିକୃତ କାଶ୍ମୀରରେ ଲୋକଙ୍କ ପ୍ରତି ବଢୁଥିବା ଆକ୍ରୋଶକୁ ବି କଡ଼ା ଭାଷାରେ ନିନ୍ଦା କରି ପଡ଼ୋଶୀ ଦେଶକୁ ଚତାବନୀ ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ।
Attended the ‘Shaurya Diwas’ celebrations in Srinagar to commemorate 75th year of air landed operations of Indian Army in Kashmir. ⁰
J&K has entered a new era of peace & prosperity following abrogation of Article 370.https://t.co/RIdpPr1i4Vpic.twitter.com/c0pM3VcXcG— Rajnath Singh (@rajnathsingh) October 27, 2022
କାଶ୍ମୀରରେ ସୌର୍ଯ୍ୟ ଦିବସ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ରାଜନାଥ କହିଛନ୍ତି, ଗିଲଗିଟ୍-ବାଲଟିସ୍ତାନ ବିନା ଜମ୍ମୁ-କାଶ୍ମୀରର ବିକାଶ ଅଧୁରା । ଜମ୍ମୁ-କାଶ୍ମୀର ଓ ଲଦାଖର ବିକାଶର ଯାତ୍ରା ଆରମ୍ଭ ହୋଇସାରିଛି । ଗିଲଗିଟ୍-ବାଲଟିସ୍ତାନ ଯାଏଁ ପହଞ୍ଚିବା ପରେ ହିଁ ଭାରତର ଏହି ଯାତ୍ରା ସଫଳ ହେବ ଏବଂ ଲକ୍ଷ୍ୟ ପୂରଣ ହେବ । ୧୯୪୭ ମସିହା ଆଜିର ଦିନରେ ଶ୍ରୀନଗରରେ ଲାଣ୍ଡିଂ କରିଥିଲା ଭାରତୀୟ ବାୟୁସେନା । ଏହି ଦିନକୁ ସୌର୍ଯ୍ୟ ଦିବସ ଭାବେ ପାଳନ କରାଯାଉଛି ।
During the ceremony, I also met the families of soldiers who sacrificed their lives in the line of duty.
Paid my tributes to the bravehearts for protecting the unity & integrity of the country.
Our aim is to implement 1994 Parliament resolution on PoK.
— Rajnath Singh (@rajnathsingh) October 27, 2022
ଏହାସହ ସେ ଆହୁରି କହିଛନ୍ତି, ଯେ ପାକିସ୍ତାନ ସାଧାରଣ ଲୋକଙ୍କ ଉପରେ ଯେଉଁ ଅତ୍ୟାଚାର କରୁଛି, ଏହାର ପରିଣାମ ମଧ୍ୟ ତାକୁ ଭୋଗିବାକୁ ପଡ଼ିବ । ରାଜନାଥ କହିଛନ୍ତି ଯେ ଆତଙ୍କବାଦର କୌଣସି ଧର୍ମ ନାହିଁ । ପାକିସ୍ତାନ ଆତଙ୍କବାଦୀଙ୍କ ଆଶ୍ରୟସ୍ଥଳୀ ପାଲଟିଛି । ସେହିପରି ଜମ୍ମୁ କଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପରେ ସେମାନେ ସମ୍ମୁଖୀନ ହେଉଥିବା ଭେଦଭାବକୁ ସମାପ୍ତ କରାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)