• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ମାଛର ଦାମ୍‌ ସାଢ଼େ ୪ କୋଟି ଟଙ୍କା । ବିରଳ ମାଛ ଚୋରା ଚାଲାଣ ବେଳେ ବନ ବିଭାଗକୁ ବଡ଼ ସଫଳତା ମିଳିଛି । ବେଆଇନ ଚୋରା ଚାଲାଣ ବେଳେ ବିମାନବନ୍ଦରରୁ ସାଢ଼େ ୪ କୋଟି ଟଙ୍କାର ମାଛ ଜବତ କରିଛି ବନ ବିଭାଗ । ଏପରି ଏକ ଘଟଣା ଡିବ୍ରିଗଡ଼ ବିମାନବନ୍ଦରରୁ ସାମ୍‌ନାକୁ ଆସିଥିବାବେଳେ ବଡ଼ ସଫଳତା ପାଇଛି ଆସାମ ବନ ବିଭାଗ ।

ସୂଚନା ଅନୁସାରେ ଡିବ୍ରୁଗଡ ବିମାନବନ୍ଦରରୁ ଜୀବିତ ଅବସ୍ଥାରେ ୫୦୦ ଚାନ୍ନା ବାର୍କା ମାଛ ଜବତ କରାଯାଇଛି । କୌଣସି ଏକ ସ୍ଥାନକୁ ଚୋରାଚାଲାଣ କରାଯିବା ସମୟରେ ମାଛ ସହ ଚାଲାଣକାରୀକୁ ମାଡ଼ି ବସିଛି ଆସାମ ବନ ବିଭାଗ । ପରେ ପରେ ମାଛକୁ ନେଇ ନୂଆ ନୂଆ କଥା ସାମ୍ନାକୁ ଆସୁଛି ।

ଆନ୍ତର୍ଜାତୀୟ ବଜାରରେ ଏହି ବିରଳ ପ୍ରଜାତିର ମାଛର ମୂଲ୍ୟ ସାଢ଼େ ୪ କୋଟି ଟଙ୍କା ହେବ ବୋଲି କୁହାଯାଉଛି । ଏହା ସବୁଠାରୁ ବଡ଼ ବିଦେଶୀ ମାଛ ଜବତ ବୋଲି କୁହାଯାଇଛି । ଚାନ୍ନା ବାର୍କା ମାଛକୁ ବାର୍କା ସ୍ନେକହେଡ୍ ମଧ୍ୟ କୁହାଯାଏ । ଦକ୍ଷିଣ ପୂର୍ବ ଏସିଆର ମଧୁର ଜଳରେ ମିଳିଥାଏ ଏହିମାଛ । ଏହି ମାଛରେ ଅନେକ ବୈଶିଷ୍ଟ୍ୟ ରହିଛି । ତେଣୁ ଏହି ମାଛ ବ୍ୟବସାୟ ପାଇଁ ବନ୍ୟଜନ୍ତୁ ବେପାରୀଙ୍କ ପାଇଁ ଲକ୍ଷ୍ୟ ପାଲଟିଛି ।

ଡିବ୍ରୁଗଡ ବିମାନବନ୍ଦରରୁ ଜବତ ହୋଇଥିବା ଚାନ୍ନା ବାର୍କା ମାଛକୁ ବର୍ତ୍ତମାନ ଆସାମ ବନବିଭାଗ ନିଜ ଅଧିନରେ ରଖିଛି । ସେମାନଙ୍କୁ ସୁରକ୍ଷିତ ଭାବେ ରଖାଯାଇଛି । ଏହି ମାଛ ବର୍ତ୍ତମାନ ବିଲୁପ୍ତ ହେବାକୁ ବସିଥିବାବେଳେ ଏଥି ପ୍ରତି ବିଭାଗ ସଜାଗ ରହିଥିବା ଅଧିକାରୀମାନେ କହିଛନ୍ତି ।

ଏହି ଘଟଣାର ତଦନ୍ତ ଜାରି ରହିଛି । ଅପରାଧୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏଥିସହ ବେଆଇନ ବନ୍ୟଜନ୍ତୁ ଚାଲାଣକୁ ରୋକିବା ପାଇଁ ବିଭାଗ ଆହୁରି ଦୃଢ଼ ପଦକ୍ଷେପ ନେବ ବୋଲି ଅଧିକାରୀମାନେ କହିଛନ୍ତି ।