/odishatv-khabar/media/post_attachments/uploadimage/library/16_9/16_9_0/IMAGE_1652670591.jpg)
Assam Flood
ମୌସୁମୀ ନ ଆସୁଣୁ ଆସାମରେ ବନ୍ୟାର ତାଣ୍ଡବ। ୭ଟି ଜିଲ୍ଲାର ପ୍ରାୟ ୫୭ ହଜାର ଲୋକ ବନ୍ୟା ଘେରରେ ଅଛନ୍ତି। ପ୍ରଭାବିତ ହୋଇଥିବା ଜିଲ୍ଲାଗୁଡ଼ିକ ହେଲେ କାଚର, ଧେମାଜି, ହୋଜାଇ, କରବି ଆଙ୍ଗଲଙ୍ଗ ୱେଷ୍ଟ, ନଅଗାଁ ଓ କାମରୂପ ବନ୍ୟା ଏବଂ ପ୍ରବଳ ବର୍ଷାରେ ହୋଇଥିବା ଭୂସ୍ଖଳନ ଯୋଗୁଁ ଦିମା ହାସାଓ ଜିଲ୍ଲା ହାଫଲଙ୍ଗ ଅଞ୍ଚଳର ୩ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଅଛନ୍ତି ଜଣେ ମହିଳା।
Advertisment
ଆସାମ ଓ ପଡୋଶୀ ରାଜ୍ୟ ମେଘାଳୟ, ଅରୁଣାଚଳ ପ୍ରଦେଶରେ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ନଦୀନାଳର ଜଳସ୍ତର ବଢିଛି। ଆସାମର କୋପିଲି ନଦୀରେ ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି।
ପାଣିଘେରରେ ଥବା ଲୋକଙ୍କୁ ପ୍ରଶାସନ ବଣ୍ଟନ କରିଛି ଶୁଖିଲା ଖାଦ୍ୟ ପାରା-ମିଲିଟାରି ଫୋର୍ସ, ଏସଡିଆରଏଫ ଟିମ୍ ଓ ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟରେ ଲାଗିଛି। ବନ୍ୟା ଯୋଗୁଁ ହୋଜାଇ, ଲଖୀମପୁର, ନାଗା ଜିଲ୍ଲାରେ ବହୁ ରାସ୍ତାଘାଟ, ବ୍ରିଜ ଓ କେନାଲ ଧୋଇଯାଇଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)