/odishatv-khabar/media/post_attachments/uploadimage/library/16_9/16_9_0/IMAGE_1691993514.jpg)
Bhubaneswar-New Delhi Rajdhani Express
ନୂଆ ରୂପରେ ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ । ତେଜସ ରେକ୍ସ ସହ ଗଡ଼ିବ ଟ୍ରେନ୍ । ଭୁବନେଶ୍ୱର ଷ୍ଟେସନରେ ଶୁଭାରମ୍ଭ କରିବେ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଯାତ୍ରୀ ପାଇବେ ବିଳାସପୂର୍ଣ୍ଣ ସହ ସୁରକ୍ଷିତ ଯାତ୍ରା ସୁବିଧା । ତେଜସ ରେକ୍ସରେ ରହିଛି ଅତ୍ୟାଧୁନିକ ସୁବିଧା । ବିଶ୍ୱସ୍ତରୀୟ ସୁବିଧା ଦେବାକୁ ଏଥିରେ ରହିଛି ସ୍ମାର୍ଟ ସ୍ଲିପର କୋଚ୍ ।
ସ୍ୱୟଂକୃତ, ଏକକ ନିୟନ୍ତ୍ରିତ ପ୍ରବେଶ ଦ୍ୱାର ରହିଛି । ମୁଖ୍ୟ ପ୍ରବେଶ ଦ୍ୱାର ବନ୍ଦ ନହେବା ଯାଏଁ ଗଡ଼ିବନି ଟ୍ରେନ୍ । ପ୍ରତି କୋଚରେ ୬ଟି ଲେଖାଏଁ କ୍ୟାମେରା ଲାଗିଛି । ସବୁ କ୍ୟାମେରାରେ ୨୪ ଘଣ୍ଟିଆ ଲାଇଭ୍ ରେକର୍ଡିଂ । GSM ନେଟୱର୍କ ସଂଯୋଗୀକୃତ ଯାତ୍ରୀ ସୂଚନା ବ୍ୟବସ୍ଥା ରହିଛି । କୋଚ୍ କମ୍ପ୍ୟୁଟିଂ ୟୁନିଟ୍ ବା PICCUରେ ଡାଟା ରେକର୍ଡ ହେବ ।
ଅଧିକ ପଢ଼ନ୍ତୁ: ଯାତ୍ରୀଙ୍କ ସୁବିଧା ଦୃଷ୍ଟିରୁ ବନ୍ଦେ ଭାରତ ଏକ୍ସପ୍ରେସ୍ରେ ଅନେକ ପରିବର୍ତ୍ତନ, ଜାଣନ୍ତୁ କ’ଣ...
ଏକୀକୃତ ପ୍ରଣାଳିରେ ସମସ୍ତ ଡାଟା ରେକର୍ଡ ବ୍ୟବସ୍ଥା । ଟଏଲେଟ୍ ସ୍ମେଲ୍ ସେନ୍ସର, ପ୍ୟାନିକ ସୁଇଚର ସଂଯୋଗ, ଫାୟାର ଆଲାର୍ମ । ବାୟୁର ଗୁଣବତ୍ତା ସେନ୍ସର, ଚୋକ୍ ଫିଲଟର ସେନ୍ସର ଓ ଏନର୍ଜି ମିଟର ରହିଛି । ପ୍ରତି କୋଚ୍ ଭିତରେ ଦୁଇଟି ଏଲସିଡି ବ୍ୟବସ୍ଥା ରହିଛି । ଯାତ୍ରୀଙ୍କ ପାଇଁ ଘୋଷଣା ଓ ସୂଚନା ପ୍ରଣାଳୀ, ପରବର୍ତ୍ତୀ ଷ୍ଟେସନ୍, ଆଗମନ-ପ୍ରସ୍ଥାନ ସମୟ, ସୁରକ୍ଷା ସମ୍ବନ୍ଧୀୟ ସୂଚନା ମିଳିବ ।
ଜରୁରୀ ସ୍ଥିତିରେ ମେଡିକାଲ ଓ ସୁରକ୍ଷା ସମ୍ବନ୍ଧୀୟ ସୂଚନା ଆଦାନପ୍ରଦାନ ସୁବିଧା ମିଳିବ। ପ୍ରତି କୋଚରେ ଉନ୍ନତ ସଫେଇ ସୁବିଧା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି । କର୍ଟେନ୍ ରୋଲର ବ୍ଲାଇଣ୍ଡ' ବଦଳରେ 'ୱିଣ୍ଡୋ ରୋଲରର ବ୍ଲାଇଣ୍ଡ'ର ବ୍ୟବହାର କରାଯାଇଛି । ଦିଲ୍ଲୀ ଯିବା ମଧ୍ୟରେ ଏହି ଟ୍ରେନ ୧୩ଟି ସ୍ଥାନରେ ରହଣୀ କରିବ ।
ଓଡ଼ିଶାର କଟକ, ବାଲେଶ୍ୱର ଓ ଭଦ୍ରକରେ ଏହି ଟ୍ରେନ ରହଣୀ କରୁଛି । ଶନିବାର ଦିନ ସମ୍ବଲପୁର ଦେଇ ଏହି ଟ୍ରେନ୍ ଚାଲିବ । ଟ୍ରେନର ଗତି ଘଣ୍ଟାପ୍ରତି ରହିଛି ୧୬୦ କିଲୋମିଟର ରହିଛି । ଟ୍ରେନରେ ସ୍ୱଚ୍ଛତା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)