• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମାଫିଆ ଅତିକ୍ ଅହମ୍ମଦର କଲା କର୍ମ ଭୋଗ କଲା ପୁଅ ଅସଦ୍‌ । ଦିନେ ଲୋକଙ୍କୁ କନ୍ଦାଉଥିବା ଦାନବ ଆଜି ନିଜେ କାନ୍ଦୁଛି । ଅପରାଧ ଜଗତର ବେତାଜ୍ ବାଦଶାହ ବୋଲାଉଥିବା ଅତିକ (Atiq Ahmed) କୁ ନିଜ ପୁଅର ଶେଷକୃତ୍ୟରେ ଯୋଗ ଦେବା ପାଇଁ ଅନୁମତି ମିଳିଲା ନାହିଁ । ଶେଷ ସମୟରେ ପୁଅର ମୁହଁ ବି ଦେଖି ପାରିଲାନି ବାହୁବଳୀ ଡନ୍ ।

ଅଧିକ ପଢ଼ନ୍ତୁ: ସତ ହେଉଛି ଯୋଗୀଙ୍କ ବଜ୍ର ଶପଥ, ମାଟିରେ ମିଶୁଛି ଅତିକର ମାଫିଆ ସାମ୍ରାଜ୍ୟ

ଆଜି କଡ଼ା ସୁରକ୍ଷା ବଳୟରେ ଉତ୍ତର ପ୍ରଦେଶର ପ୍ରୟାଗରାଜ ସ୍ଥିତ କସାରୀ-ମସାରୀ କବରସ୍ତାନରେ ଅତୀକ୍ ଅହମଦର ୧୯ ବର୍ଷିୟ ପୁଅ ଅସଦ ଅହମଦର ଶବକୁ କବର ଦିଆଯାଇଛି । ଅସଦର ମଉସା ଓ ଅଜାଙ୍କ ଦ୍ୱାରା ତା’ର ସମସ୍ତ ରୀତିନୀତି ସମ୍ପନ୍ନ ହୋଇଛି । ଅତୀକର ବାପା ତଥା ଅସଦର ଜେଜବାପା ଫିରୋଜ ଅହମଦଙ୍କ କବର ପାଖରେ ତାକୁ କବର ଦିଆଯାଇଛି । ଏହି ସମୟରେ ଅତିକର ଭଉଣୀ ଶାହୀନ ବେଗମ, ଅଜାଆଈ ଏବଂ ଆଉ ୨୦/୨୫ଜଣ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ ।

ତେବେ ଏହି ସମୟରେ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବା ଭୟରେ ଘଟଣାସ୍ଥଳରେ ୨୦୦ରୁ ଅଧିକ ପୋଲିସ୍‌ କର୍ମଚାରୀ ମୁତୟନ ଥିଲେ । ଶେଷକୃତ୍ୟରେ ଯୋଗ ଦେଇଥିବା ଲୋକଙ୍କ ଉପରେ ଡ୍ରୋନ୍‌ରେ ନଜର ରଖାଯାଇଥିଲା । କବରସ୍ଥାନ ଆସିଥିବା ସମସ୍ତ ଲୋକଙ୍କ ମୋବାଲ୍‌ ନମ୍ବର ଓ ଠିକଣା ଟିପିବା ପରେ ସେମାନଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିଥିଲା ।

ତେବେ ପୁଅର ଶେଷ ଦର୍ଶନ ପାଇଁ ଅନୁମତି ନମିଳିବା ପରେ ଜେଲରେ ଥିବା ପୁଲିସ କର୍ମୀଙ୍କୁ ଅତିକ କହିଛି, ପୁଅର ଶେଷକୃତ୍ୟରେ ଯୋଗଦେବା ମ‌ୋର ଜନ୍ମଗତ ଅଧିକାର । ହେଲେ ମୋ ଠାରୁ ମୋ ଅଧିକାର ଛଡ଼ାଇ ନିଆଯାଇଛି । ଭଗବାନ୍‌ ସବୁ କିଛି ଦେଖୁଛନ୍ତି। ସେ କାହାକୁ କ୍ଷମା କରିବେ ନାହିଁ। ’

ଦୁଇ ଦିନ ପୂର୍ବେ ଉତ୍ତର ପ୍ରଦେଶ ସ୍ପେସାଲ୍‌ ଟାସ୍କ୍‌ ଫୋର୍ସ ଦ୍ୱାରା କରାଯାଇଥିବା ଏନକାଉଣ୍ଟରରେ ଅସଦ ଓ ତା’ର ସହଯୋଗୀ ଗୁଲାମ ହସନର ମୃତ୍ୟୁ ଘଟିଥିଲା ।