• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କୁଖ୍ୟାତ ଗ୍ୟାଙ୍ଗଷ୍ଟର ଅତିକ୍ ଅହମ୍ମଦର ପୁଅକୁ ଏନକାଉଣ୍ଟର । ମାଫିଆରୁ ରାଜନେତା ହୋଇଥିବା ଅତିକ ଅହମ୍ମଦ ପୁଅକୁ ଏନକାଉଣ୍ଟର କରିଛି ଉତ୍ତରପ୍ରଦେଶ ପୋଲିସ । ପୋଲିସ ଗୁଳିରେ ଅତିକର ପୁଅ ଅସଦ ନିହତ ହୋଇଛି । ଉମେଶ ପାଲ ହତ୍ୟା ମାମଲାରେ ପୋଲିସ୍‌ ଅନେକ ଦିନ ଧରି ଉଭୟଙ୍କୁ ଖୋଜୁଥିଲା । ଅସଦ ଅହମଦଙ୍କ ସହିତ ଏହି ମାମଲାର ଆଉ ଜଣେ ଅଭିଯୁକ୍ତ ମହମ୍ମଦ ଗୁଲାମ ଓ ଅନ୍ୟ ଜଣେ ଏହି ଏନ୍‌କାଉଣ୍ଟରରେ ନିହତ ହୋଇଛନ୍ତି । ଉଭୟଙ୍କ ନିକଟରୁ ଦାମୀ ବିଦେଶୀ ଅସ୍ତ୍ର ମିଳିଥିବା କହିଛି ୟୁପି ପୋଲିସ । ଉମେଶ ପାଲ୍ ହତ୍ୟା ମାମଲାରେ ୨ ଜଣ ମୋଷ୍ଟ ୱାଣ୍ଟେଡ୍ ଥିଲେ । ଦୁଇ ଜଣଙ୍କ ମୁଣ୍ଡ ଉପରେ ୫ ଲକ୍ଷର ପୁରସ୍କାର ରାଶି ଥିଲା ।

ପୋଲିସ୍‌ ସୂଚନା ଅନୁସାରେ ଉତ୍ତର ପ୍ରଦେଶ ‘ସ୍ପେସାଲ୍‌ ଟାସ୍କ୍‌ ଫୋର୍ସ’ ଟିମ୍‌ ଉପରକୁ ଦୁହେଁ ପ୍ରଥମେ ଗୁଳି ଚଳାଇଲେ । ତେଣୁ ସ୍ପେସାଲ୍‌ ଟାସ୍କ୍‌ ଫୋର୍ସ ଟିମ୍‌ ପାଲଟା ଗୁଳି ଚଳାଇବାରୁ ୨ ଜଣଯାକ ଘଟଣାସ୍ଥଳରେ ଟଳି ପଡ଼ିଥିଲେ । ସେମାନଙ୍କ ନିକଟରୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର, ନୂଆ ସେଲ୍‌ଫୋନ୍‌ ଏବଂ ସିମ୍‌ କାର୍ଡ ଉଦ୍ଧାର କରାଯାଇଛି ।

ଉମେଶ ପାଲ୍‌ ହତ୍ୟା ମାମଲାରେ ଆଜି ଅତିକ ଅହମଦଙ୍କୁ ପ୍ରୟାଗରାଜ ସ୍ଥିତ ଚିଫ୍‌ ଜୁଡିସିଆଲ୍‌ ମାଜିଷ୍ଟ୍ରେଟ୍‌ଙ୍କ ଅଦାଲତରେ ହାଜର କରାଯାଉ ଥିବା ବେଳେ ଏନକାଉଣ୍ଟରରେ ଅସଦ୍‌ଙ୍କର ମୃତ୍ୟୁ ଘଟିଛି । ଏନକାଉଣ୍ଟରରେ ପୁଅର ମୃତ୍ୟୁ ଖବର ପାଇ ଅତିକ ଅହମଦ ଭାଙ୍ଗି ପଡ଼ିଥିବା ଜଣାଯାଇଛି ।

ସୂଚନାଯୋଗ୍ୟ ଗତ ଫେବ୍ରୁଆରୀ ୨୪ ତାରିଖରେ ଉମେଶ ପାଲଙ୍କୁ ପ୍ରୟାଗରାଜ ସ୍ଥିତ ତାଙ୍କ ଘର ସମ୍ମୁଖରେ ଗୁଳି କରି ହତ୍ୟା କରାଯାଇଥିଲା । ଏହି ଘଟଣାରେ ଉମେଶଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା । ଯାହା ଉତ୍ତର ପ୍ରଦେଶ ଆଇନ ଶୃଙ୍ଖଳା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା । ୨୦୦୫ରେ ବିଏସ୍‌ପିର ତତ୍‌କାଳୀନ ବିଧାୟକ ରାଜୁ ପାଲଙ୍କ ହତ୍ୟା ଘଟଣାରେ ସାକ୍ଷୀ ଥିଲେ ଉମେଶ ପାଲ । ତେଣୁ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା ।