/odishatv-khabar/media/post_attachments/uploadimage/library/16_9/16_9_0/IMAGE_1691476160.jpg)
Tomato farmer installs CCTV to prvent theft
ଟମାଟୋ ଫସଲକୁ ସୁରକ୍ଷା ଦେବାକୁ କ୍ଷେତରେ ଲାଗିଛି ସିସିଟିଭି କ୍ୟାମେରା । କାଳେ କେହି ଆସି ବାଡ଼ ଭାଙ୍ଗି କ୍ଷେତ ଭିତରେ ପଶିଯିବ ଆଉ ଟମାଟୋ ଚୋରି କରିନେଇଯିବ, ସେଇ ଭୟରେ ଚାଷୀ ଏପରି ଉପାୟ ଆପଣାଇଛନ୍ତି । ବର୍ତ୍ତମାନ ବଜାରରେ ଟମାଟୋ ଦର ଆକାଶଛୁଆଁ ଥିବାବେଳେ ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜିନଗରରେ ଜଣେ ଚାଷୀ ନିଜ କ୍ଷେତରେ ସିସିଟିଭି ଲଗାଇଛନ୍ତି ।
ମହାରାଷ୍ଟ୍ରରେ ବର୍ତ୍ତମାନ ଟମାଟୋ କିଲୋ ପିଛା ମୂଲ୍ୟ ପ୍ରାୟ ୧୬୦ ଟଙ୍କା ରହିଛି । ରୋଷେଇ ଶାଳରେ ତରକାରୀ ହାଣ୍ଡିର ସୁଆଦ ବଢ଼ାଉଥିବା ଟମାଟୋ ଏବେ ଅମୂଲ ମୂଲ। ଯେଉଁଠି ଲୋକେ କିଲେ କି ଦୁଇକିଲୋ କିଣି ନେଉଥିଲେ, ଏବେ ଅଢେଇ ଶହରୁ ବି ଅଧିକ କିଣିବାକୁ ଇଚ୍ଛା କରୁନାହାନ୍ତି। କିଛି ଲୋକ ତ ଆଦୌ ଟମାଟୋ କିଣୁନାହାନ୍ତି । ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ରର ଚାଷୀ ଶରଦ ରାୱତ ନିଜ କ୍ଷେତରେ ସିସିଟିଭି ଲଗାଇଛନ୍ତି । ତେବେ କ୍ଷେତରେ କ୍ୟାମେରା ଲଗାଇବା ପାଇଁ ସେ ମୋଟ ୨୨ ହଜାର ଟଙ୍କା ଖର୍ଚ୍ଚ କରିଥିବା ବେଳେ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସେ ଏପରି କରିଥିବା କହିଛନ୍ତି ।
ଅଧିକ ପଢ଼ନ୍ତୁ: ଟମାଟୋ ଜଗିବାକୁ ମୁତୟନ ହୋଇଥିଲେ ବାଉନ୍ସର୍...ବାପା-ପୁଅ ଗିରଫ
ତେବେ ତାଙ୍କର ଏପରି ନିଷ୍ପତ୍ତି ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । କାରଣ ବେଶ୍ କିଛି ଦିନ ହେବ ଟମାଟୋ ବିକ୍ରି କରି କିଛି ଚାଷୀ ଲକ୍ଷପତି ହେବାର ନଜିର ରହିଛି । ଅନ୍ୟପଟେ ଏବେ ଟମାଟୋ ଚୋରିର ବି ଅନେକ ଖବର ଆସୁଛି । ୨୧ ଲକ୍ଷ ଟଙ୍କାର ଟମାଟୋ ନେଇ ଆସୁଥିବା ଏକ ଟ୍ରକ୍ ନିଖୋଜ ହୋଇଯାଇଛି । ଯାହାର ପତ୍ତା ମିଳୁନାହିଁ । ଟ୍ରକ୍ଟି କର୍ଣ୍ଣାଟକର କୋଲାରରୁ ରାଜସ୍ଥାନର ଜୟପୁରକୁ ଯାଉଥିଲା । ଗତ ସୋମାବାର ଦିନ ଟ୍ରକ୍ରେ ଆସୁଥିବା ପ୍ରାୟ ୨୧ ଲକ୍ଷ ଟଙ୍କା ମୂଲ୍ୟର ଟମାଟୋ କୁଆଡ଼େ ଗାୟବ୍ ହୋଇଯାଇଛି । କୋଲାର ମେହେଟା ଟ୍ରାନ୍ସପୋର୍ଟର ମାଲିକାନାରେ ଥିବା ଏହି ଟ୍ରକ ଜୁଲାଇ ୨୭ ତାରିଖରେ ଆସୁଥିଲା । କୋଲାରରେ ଥିବା ମଣ୍ଡି ମାଲିକ ଏନେଇ ଥାନାରେ ଅଭିଯୋଗ ଆଣିଥିଲେ । ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଚଳାଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)