• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଚନ୍ଦ୍ରୟାନ -୩ର ସଫଳ ସଫ୍ଟ ଲ୍ୟାଣ୍ଡିଂ ପରେ ବିଦେଶରେ ଉତ୍ସବର ମାହୋଲ । ନ୍ୟୁୟର୍କର ପ୍ରସିଦ୍ଧ ଟାଇମସ ସ୍କୋୟାରରେ ପ୍ରବାସୀ ଭାରତୀୟଙ୍କ ସେଲିବ୍ରେସନ । ଢୋଲର ତାଳେ ତାଳେ ନାଚଗୀତ ଆସର । ଚନ୍ଦ୍ରୟାନ- ୩ର ଐତିହାସିକ ସଫଳତା ପାଇଁ ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଇସ୍ରୋ ସହ ସାରା ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏଭଳି ସଫଳତା କେବଳ ଭାରତ ନୁହେଁ, ସମଗ୍ର ବିଶ୍ୱ ପାଇଁ ଏକ ଗର୍ବର ମୁହୂର୍ତ୍ତ ବୋଲି ପ୍ରବାସୀ ଭାରତୀୟ ମାନେ କହିଛନ୍ତି ।

ସେପଟେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଆଜି ଇସ୍ରୋ ମୁଖ୍ୟ ଏସ. ସୋମନାଥଙ୍କ ସହ ତାଙ୍କର ପୁରା ଟିମକୁ ଅଭିନନ୍ଦନ ଜଣାଇଛନ୍ତି । ପୂରା ଭାରତବର୍ଷ ପାଇଁ ଏହା ଏକ ବଡ ସଫଳତା । ଏଥିପାଇଁ ଇସ୍ରୋର ବୈଜ୍ଞାନିକମାନେ ଦିନ ରାତି କାମରେ ଲାଗିଛନ୍ତି । ସାରା ଦେଶରେ ଇସ୍ରୋ ପକ୍ଷରୁ ଏକ ହଜାରରୁ ଅଧିକ ବ୍ୟକ୍ତିଙ୍କୁ ଏଥିରେ ନିୟୋଜିତ କରାଯାଇଛି । କେବଳ ବେଙ୍ଗାଳୁରୁର ୫୦୦ରୁ ଅଧିକ ସାମିଲ ଥିବା କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା କହିଛନ୍ତି । ଖୁବଶୀଘ୍ର ପୁରା ଟିମକୁ ଏକ ସ୍ୱତନ୍ତ୍ର ଉତ୍ସବରେ ସମ୍ମାନିତ କରାଯିବ ବୋଲି କହିଛନ୍ତି ସିଦ୍ଧରମୈୟା ।

କୁନି କୁନି ପିଲାଙ୍କ ମଧ୍ୟରେ ଚନ୍ଦ୍ରୟାନ-୩ର ସଫଳତାକୁ ନେଇ ବେଶ ଉତ୍ସାହ । କେରଳ କୋଟାୟମରେ ସ୍କୁଲ ପରିସରରେ ପିଲାମାନଙ୍କୁ ଚନ୍ଦ୍ରୟାନର ଗତିପଥ କିପରି ଥିଲା ସେ ସମ୍ପର୍କରେ ବୁଝାଯାଇଥିଲା । ବ୍ଲାକବୋର୍ଡରେ ଚିତ୍ର କରି ଶିକ୍ଷୟିତ୍ରୀ ପିଲାମାନଙ୍କୁ ବିସ୍ତୃତ ଭାବେ ବୁଝାଇଥିଲେ । ଇସ୍ରୋ ପକ୍ଷରୁ ଏତେବଡ ସଫଳତା ହାସଲ ହୋଇଥିବାରୁ ବୈଜ୍ଞାନିକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ବଲିଉଡ୍ ସିଙ୍ଗର କୈଳାଶ ଖେର ଚନ୍ଦ୍ରୟାନ ୩ର ସଫଳତାକୁ ନେଇ ପ୍ରସ୍ତୁତ କରିଛନ୍ତି ‘ଚଲୋଜୀ କରେ ଚାନ୍ଦକି ସୱାରି’ ସଂଗୀତ । ଏହି ଗୀତ ମାଧ୍ୟମରେ ସେ ଇସ୍ରୋ ଟିମକୁ ଧନ୍ୟବାଦ ଜଣାଇଛନ୍ତି ।