• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଚୂଡ଼ାନ୍ତ ହୋଇଛି ରାମଲାଲାଙ୍କ ଦିବ୍ୟ ବିଗ୍ରହ । କର୍ଣ୍ଣାଟକ ମହିଶୂରର ସ୍ଥପତି ଅରୁଣ ଯୋଗୀରାଜଙ୍କ ହାତ ତିଆରୀ ମୂର୍ତ୍ତି ଲାଗିବ ଶ୍ରୀରାମଙ୍କ ମନ୍ଦିରର ଗର୍ଭ ଗୃହରେ । ଏନେଇ ବିଧିବଦ୍ଧ ଭାବେ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ । ସୋସିଆଲ୍ ମିଡିଆ ସାଇଟ୍ Xରେ ଏନେଇ ସୂଚନା ଦେଇଛନ୍ତି ।

ରାମଲାଲାଙ୍କ ପାଇଁ ୩ ବିଗ୍ରହଙ୍କ ମଧ୍ୟରୁ ଗୋଟିଏ ବଛା ଯାଇଛି । ଅରୁଣ ଯୋଗୀରାଜଙ୍କ ନିର୍ମାଣ ହୋଇଥିବା ବିଗ୍ରହ ଲାଗିବ ଗର୍ଭଗୃହରେ ଏବଂ ବାକି ଦୁଇଟିକୁ ମନ୍ଦିରର ଅନ୍ୟ ଯାଗାରେ ସ୍ଥାପନ କରାଯିବ । ୫ ବର୍ଷୀୟ ରାମଲାଲାଙ୍କ ୩ଟି ବାଳୁତ ବିଗ୍ରହ ଏଥିପାଇଁ ତିଆରି କରାଯାଇଥିଲା ।

ପୁରାଣରେ ବର୍ଣ୍ଣିତ ରାମଲାଲା ଶୈଶବାବସ୍ଥାର ରୂପକୁ ଆଧାର କରି ଏହାକୁ ତିଆରି କରାଯାଇଛି । ଆସନ୍ତା ୨୨ ତାରିଖରେ ଶ୍ରୀରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ଉତ୍ସବ ରହିଛି । ଅନ୍ୟପଟେ ଅଯୋଧ୍ୟାକୁ ନୂଆ ରେଳଷ୍ଟେସନ ଓ ଅନ୍ତର୍ଜାତୀୟ ବିମାନ ବନ୍ଦର ସହ ୧୫ ହଜାର ୭ ଶହ କୋଟି ଟଙ୍କାର ଭିତ୍ତିଭୂମି ଭେଟି ଦେଇଛନ୍ତି ମୋଦି । ଏଥିସହ ୮ଟି ନୂଆ ବନ୍ଦେ ଭାରତ ଓ ଅମୃତ ଭାରତ ଟ୍ରେନ ଚଳାଚଳର ମଧ୍ୟ ଶୁଭାରମ୍ଭ କରିଛନ୍ତି । ତା ସହ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି, ଜାନୁଆରୀ ୨୨ରେ ଅଯୋଧ୍ୟା ନ ଆସି ଘରେ ଘରେ ଦୀପାବଳି ପାଳିବାକୁ ।

ଜାନୁଆରୀ ୨୨ରେ ପୁଣିଥରେ ଦୀପାବଳି ପାଳିବ ସାରା ଦେଶ। ଘରେ ଘରେ ଜଳିବ 'ରାମ ଜ୍ୟୋତି', ସୃଷ୍ଟି ହେବ ତ୍ରେତୟାର ଭ୍ରମ । ୫ ଶହ ବର୍ଷ ପରେ ଭବ୍ୟ ମନ୍ଦିରରେ ବିରାଜିବେ ରାମଲାଲା । ଅଯୋଧ୍ୟା ମଞ୍ଚରୁ ଦେଶବାସୀଙ୍କୁ ଗତ କିଛିଦିନ ତଳେ ମୋଦି ଆହ୍ୱାନ ଦେଇଥିଲେ ।

ଅଯୋଧ୍ୟା ଗସ୍ତ ବେଳେ ଅତ୍ୟାଧୁନିକ ଭିତ୍ତିଭୂମି ବିଶିଷ୍ଟ ଏହି ରେଳ ଷ୍ଟେସନର ଲୋକାର୍ପଣ ସହ, ପତାକା ହଲାଇ ୬ଟି ନୂଆ ବନ୍ଦେ ଭାରତ ଟ୍ରେନ୍ ଓ ୨ଟି ନୂଆ ଅମୃତ ଭାରତ ଟ୍ରେନର ଶୁଭାରମ୍ଭ କରିଥିଲେ ମୋଦି । ବିଶ୍ୱସ୍ତରୀୟ ରେଳ ଷ୍ଟେସନ ଲୋକାର୍ପଣ ପରେ ଅଯୋଧ୍ୟାକୁ ଅନ୍ତର୍ଜାତୀୟ ବିମାନ ବନ୍ଦର ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ । ମହର୍ଷି ବାଲ୍ମିକୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ । ନାଁ ଯେମିତି ପୌରାଣିକ, ରୂପ ବି ସେମିତି ପୌରାଣିକ ।

ବାହାରୁ ନାଗର ଶୈଳୀର ମନ୍ଦିର ଭଳି ଦିଶୁଥିବା ବେଳେ, ଭିତରେ ବି ଚିତ୍ରିତ ହୋଇଛି ରାମାୟଣ କଥାବସ୍ତୁ । ୬ ହଜାର ୫ ଶହ ବର୍ଗମିଟର କ୍ଷେତ୍ରରେ ୧୪ ଶହ ୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ନୂଆ ଟର୍ମିନାଲ ବୁଲି ଦେଖିଛନ୍ତି ମୋଦି । ରେକର୍ଡ ୨୦ ମାସରେ ନିର୍ମିତ ଅଯୋଧ୍ୟା ଏୟାରପୋର୍ଟ ବାର୍ଷିକ ପ୍ରାୟ ୧୦ ଲକ୍ଷ ଯାତ୍ରୀଙ୍କୁ ସେବା ଯୋଗାଇବ ।

ଏଥିସହିତ ଅଯୋଧ୍ୟା ପାଇଁ ୧୫ ହଜାର ୭ ଶହ କୋଟି ଟଙ୍କାର ଭିତ୍ତିଭୂମି ପ୍ରକଳ୍ପ ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି ମୋଦି । ଏଥିସହ ରାମଭକ୍ତଙ୍କୁ ବିଶେଷ ଅନୁରୋଧ କରି କହିଛନ୍ତି, ଜାନୁଆରୀ ୨୨ରେ ଅଯୋଧ୍ୟା ନ ଆସି, ୨୩ ତାରିଖ ପରଠୁ ନିଜ ସୁବିଧା ଦେଖି ଆସନ୍ତୁ ।