ai anchor
ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା ଏଆଇର ଚାହିଦା ଦିନକୁ ଦିନ ବଢିବାରେ ଲାଗିଛି। ଦିନକୁ ଦିନ ମଣିଷ ଜୀବନ ଏଆଇ ଉପରେ ଅଧିକ ନିର୍ଭରଶୀଳ ହେବାରେ ଲାଗିଛି। ଅନେକ ଗଣମାଧ୍ୟମରେ ଏଆଇ ଆଙ୍କର ମଧ୍ୟ ରଖିବାରେ ଲାଗିଥିଲେ। ଏହି ତାଲିକାରେ ବର୍ତ୍ତମାନ ସାମିଲ ହୋଇଛନ୍ତି ଆସାମ ସରକାର। ଏଣିକି ଆସାମ ସରକାରଙ୍କ କ୍ୟାବିନେଟର ଖବର ଜଣାଇବ AI ଆଙ୍କର।
ଆସାମ ସରକାରଙ୍କ ପକ୍ଷରୁ AI ଆଙ୍କର, ଅଙ୍କିତାକୁ ଲଞ୍ଚ କରାଯାଇଛି। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ଏହି ଆଙ୍କରକୁ ଲଞ୍ଚ କରିଛନ୍ତି। ଏଣିକି ଆସାମ କ୍ୟାବିନେଟର ସମସ୍ତ ନିଷ୍ପତ୍ତ ତଥା ବିଧାନସଭାର ସମସ୍ତ ନିଷ୍ପତ୍ତି ଏହି AI ଆଙ୍କର ଘୋଷଣା କରିବ। ପ୍ରଥମ ଥର ପାଇଁ କ୍ୟାବିନେଟରେ ମଞ୍ଜୁର ହୋଇଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲା ଅଙ୍କିତା।
ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ଏକ୍ସରେ ଏକ ଭିଡିଓ ପୋଷ୍ଟ କରି ଏହା ସ୍ପଷ୍ଟ କରିଛନ୍ତି। ଦିବ୍ରଗଡ ବିମାନ ବନ୍ଦରର ନାମକୁ ପରିବର୍ତ୍ତନ କରାଯାଇ ଭୂପେନ ହଜାରିକା ବିମାନ ବନ୍ଦର କରାଯାଇଥିବା ବେଳେ ଏହା ଘୋଷଣା କରିଛି ଅଙ୍କିତା। ସେହିପରି ଚା ବାଗାନରେ କାମ କରୁଥିବା ଶ୍ରମିକଙ୍କୁ ମିଳିବାକୁ ଥିବା ୱାନ ଟାଇମ ଗ୍ରାଣ୍ଟ ସମ୍ପର୍କରେ ମଧ୍ୟ ଘୋଷଣା କରିଥିଲା ଅଙ୍କିତା। ଦେଖନ୍ତୁ ଭିଡିଓ...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/ai_anchor_1747237920.jpg)