• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଜାମ୍ମୁ କାଶ୍ମୀର ରଜୌରୀରେ ଆତଙ୍କବାଦୀଙ୍କ ହମଲା । ଆତଙ୍କୀ ହମଲାରେ ୨ ସେନା ଅଧିକାରୀ ଓ ଜଣେ ଯବାନ ସହିଦ ହୋଇଛନ୍ତି । ଅନ୍ୟ ଜଣେ ଯବାନ ଗୁରୁତର ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ରଜୌରୀର ବାଜିମଲ୍‌ ଜଙ୍ଗଲରେ ଆତଙ୍କବାଦୀ ମାନେ ଲୁଚିଥିବା ନେଇ ସେନା ଖବର ପାଇଥିଲା ।

ଖବର ପାଇବାପରେ ଯବାନମାନେ ଘଟଣାସ୍ଥଳରେ ପହଞ୍ଚି ସର୍ଚ୍ଚ ଅପରେସନ କରିଥିଲେ । ସେହିସମୟରେ ଆତଙ୍କବେଦୀଙ୍କ ପକ୍ଷରୁ ଗୁଳିବିନିମୟ କରାଯାଇଥିଲା । କୁମ୍ବିଂ ଚାଲିଥିଲା ସମୟରେ ଆତଙ୍କବାଦୀଙ୍କ ଗୁଳିରେ ଜଣେ ସେନା ଅଧିକାରୀ ସହିଦ ହୋଇଥିବାବେଳେ ୩ ଜଣ ଗୁରୁତର ହୋଇଥିଲେ । ହେଲେ ପରେ ଆଉ ଜଣେ ସେନା ଅଧିକାରୀ ଓ ଜଣେ ଯବାନ ସହିଦ ହୋଇଛନ୍ତି ।

ଜାମ୍ମୁ କାଶ୍ମୀରର ଏହି ଜଙ୍ଗଲ ଗତ କିଛି ବର୍ଷ ହେବ ସୁରକ୍ଷାକର୍ମୀଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଆତଙ୍କମାଦୀମାନେ ଜଙ୍ଗଲକୁ ନିଜର ସୁରକ୍ଷିତ ସ୍ଥାନ ବୋଲି ଭାବି ବ୍ୟବହାର କରୁଛନ୍ତି । ଗତ ସପ୍ତାହରେ ରଜୌରୀରେ ଆତଙ୍କବାଦୀ ଓ ସୁରକ୍ଷାବାହିନୀ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ସେହି ସମୟରେ ଯବାନଙ୍କ ଏନ୍‌କାଉଣ୍ଟରରେ ଜଣେ ଆତଙ୍କବାଦୀର ମୃତ୍ୟୁ ହୋଇଥିଲା ।

ସେନା, ପୋଲିସ୍ ଏବଂ CRPFର ମିଳିତ ଟିମ୍ ସର୍ଚ୍ଚ ଅପରେସନ୍‌ କରିବା ସହ ଏହି ସଫଳତା ପାଇଥିଲେ । ହେଲେ ବର୍ତ୍ତମାନ ରଜୌରୀରେ ସେନାର କୁମ୍ବିଂ ଅପରେସନ୍‌ ବେଳେ ୨ ସେନା ଅଧିକାରୀ ଓ ଜଣେ ଯବାନ ସହିଦ ହୋଇଥିବା ସହ ଜଣେ ଯବାନ ଗୁରୁତର ହୋଇଛନ୍ତି ।