Advertisment

Anti-Drug Curriculum: ସ୍କୁଲ ପାଠ୍ୟକ୍ରମରେ ସାମିଲ ହେବ ନିଶା ନିବାରଣ, ଥାନା ନୁହେଁ ସ୍କୁଲରୁ ଆରମ୍ଭ ହେବ ଲଢ଼େଇ

ଏହି ପାଠ୍ୟକ୍ରମ ୩,୬୫୮ଟି ସ୍କୁଲରେ ନବମରୁ ଦ୍ୱାଦଶ ଶ୍ରେଣୀର ପ୍ରାୟ ୮ ଲକ୍ଷ ଛାତ୍ରଛାତ୍ରୀଙ୍କୁ ଏହା ପଢ଼ାଯିବ । ୬୫୦୦ରୁ ଅଧିକ ତାଲିମପ୍ରାପ୍ତ ଶିକ୍ଷକ ଏହି କାର୍ଯ୍ୟକ୍ରମ ପରିଚାଳନା କରିବେ। ଏହି ପାଠ୍ୟକ୍ରମ ନୋବେଲ ପୁରସ୍କାର ବିଜେତା ପ୍ରଫେସର ଅଭିଜିତ ବାନାର୍ଜୀଙ୍କ ଜେ-ପାଲ ସାଉଥ ଏସିଆ ଏବଂ ପ୍ରମୁଖ ଆଚରଣଗତ ବିଜ୍ଞାନୀମାନଙ୍କ ସହଯୋଗରେ ପ୍ରସ୍ତୁତ ହୋଇଛି। ଏହା ଛାତ୍ରଛାତ୍ରୀମାନଙ୍କୁ ନିଶା ଦ୍ରବ୍ୟ ବ୍ୟବହାରରୁ ଦୂରେଇ ରହିବା ଏବଂ ସୁସ୍ଥ ନିଷ୍ପତ୍ତି ନେବାର ଦକ୍ଷତା ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି।

author-image
Tapan Kumar Swain
ଅଦ୍ୟତନ ହୋଇଛି
Anti-Drug

Anti-Drug

ନିଶା ବିରୋଧରେ ଲଢ଼େଇରେ ଏକ ନୂଆ ପଦକ୍ଷେପ ନେବାକୁ ଯାଉଛି ପଞ୍ଜାବ । ଭାରତର ପ୍ରଥମ ପ୍ରମାଣ-ଆଧାରିତ ନିଶା ବିରୋଧୀ ପାଠ୍ୟକ୍ରମ ସ୍କୁଲ ପାଠ୍ୟକ୍ରମରେ ସାମିଲ ହେବ । ଆସନ୍ତା କାଲି ପଞ୍ଜାବର ଫାଜିଲକାର ଅର୍ଣ୍ଣୀୱାଲାଠାରେ ରାଜ୍ୟର “ ନିଶା ବିରୋଧରେ ଯୁଦ୍ଧ” ଅଭିଯାନର ତୃତୀୟ ପର୍ଯ୍ୟାୟରେ ଏହି କାର୍ଯ୍ୟକ୍ରମର ଉଦ୍‌ଘାଟନ କରାଯିବ ।
ସ୍କୁଲ ଶିକ୍ଷା ମନ୍ତ୍ରୀ ହରଜୋତ ସିଂହ ବେନ୍ସ କହିଛନ୍ତି ଯେ, ଏହି ପାଠ୍ୟକ୍ରମ ୩,୬୫୮ଟି ସ୍କୁଲରେ ନବମରୁ ଦ୍ୱାଦଶ ଶ୍ରେଣୀର ପ୍ରାୟ ୮ ଲକ୍ଷ ଛାତ୍ରଛାତ୍ରୀଙ୍କୁ ଏହା ପଢ଼ାଯିବ । ୬୫୦୦ରୁ ଅଧିକ ତାଲିମପ୍ରାପ୍ତ ଶିକ୍ଷକ ଏହି କାର୍ଯ୍ୟକ୍ରମ ପରିଚାଳନା କରିବେ। ଏହି ପାଠ୍ୟକ୍ରମ ନୋବେଲ ପୁରସ୍କାର ବିଜେତା ପ୍ରଫେସର ଅଭିଜିତ ବାନାର୍ଜୀଙ୍କ ଜେ-ପାଲ ସାଉଥ ଏସିଆ ଏବଂ ପ୍ରମୁଖ ଆଚରଣଗତ ବିଜ୍ଞାନୀମାନଙ୍କ ସହଯୋଗରେ ପ୍ରସ୍ତୁତ ହୋଇଛି। ଏହା ଛାତ୍ରଛାତ୍ରୀମାନଙ୍କୁ ନିଶା ଦ୍ରବ୍ୟ ବ୍ୟବହାରରୁ ଦୂରେଇ ରହିବା ଏବଂ ସୁସ୍ଥ ନିଷ୍ପତ୍ତି ନେବାର ଦକ୍ଷତା ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି।
୨୭ ସପ୍ତାହ ବ୍ୟାପୀ ଏହି କାର୍ଯ୍ୟକ୍ରମରେ ପ୍ରତି ଦୁଇ ସପ୍ତାହରେ ୩୫ ମିନିଟର ଇଣ୍ଟରାକ୍ଟିଭ ବା ବାର୍ତ୍ତାଳାପ ସେସନ ରହିବ । ଏଥିରେ ଡକ୍ୟୁମେଣ୍ଟାରୀ, କୁଇଜ, ପୋଷ୍ଟର ଏବଂ ଗୋଷ୍ଠୀ କାର୍ଯ୍ୟକଳାପ ମାଧ୍ୟମରେ ନିଶାକୁ ନେଇଥିବା ଭ୍ରାନ୍ତି ଦୂର କରାଯିବ । ସାଙ୍ଗସାଥୀଙ୍କ ଚାପର ମୁକାବିଲା ପାଇଁ କୌଶଳ ବତାଯିବ। ନିଶା ଠାରୁ ଦୂରେଇ ରହିବାର ସଠିକ ନିଷ୍ପତ୍ତି କେମିତି ନେବେ, ତାହା ମଧ୍ୟ ଶିଖାଯିବ ।

Advertisment

ଅମୃତସର ଓ ତାର୍ଣ୍ଣ ତାରଣର ୭୮ଟି ସରକାରୀ ସ୍କୁଲରେ ୯,୬୦୦ ଛାତ୍ରଛାତ୍ରୀଙ୍କୁ ନେଇ କରାଯାଇଥିବା ଟ୍ରାଏଲରେ ବହୁତ ଭଲ ଓ ଶକ୍ତିଶାଳୀ ପ୍ରଭାବ ଦେଖିବାକୁ ମିଳିଛି । । ୯୦% ଛାତ୍ରଛାତ୍ରୀ ବୁଝିପାରିଛନ୍ତି ଯେ “ଚିତ୍ତା” ଭଳି ନିଶା ଦ୍ରବ୍ୟ ଥରେ ବ୍ୟବହାର କଲେ ମଧ୍ୟ ଆସକ୍ତି ହୋଇପାରେ । କିନ୍ତୁ ୬୯ ପ୍ରତିଶତଙ୍କ କ୍ଷେତ୍ରରେ ଏହା ନିୟନ୍ତ୍ରଣ ହୋଇପାରିଛି ।

ଆସକ୍ତିକୁ କେବଳ ଇଚ୍ଛାଶକ୍ତି ଦ୍ୱାରା ଦୂର କରାଯାଇପାରିବ ଅନେକ ବିଶ୍ୱାସ କରିଛନ୍ତି । ନିଶା ବିରୋଧୀ ଲଢ଼େଇ ପୋଲିସ ଷ୍ଟେସନରୁ ନୁହେଁ, ଶ୍ରେଣୀଗୃହରୁ ଆରମ୍ଭ ହେବା ଆବଶ୍ୟକ ବୋଲି ସେ କହିଛନ୍ତି ।
ସେ ଆହୁରି କହିଛନ୍ତି ଯେ, ଏପର୍ଯ୍ୟନ୍ତ ୨୩,୦୦୦ରୁ ଅଧିକ ନିଶା ଦ୍ରବ୍ୟ ଚୋରାଚାଲାଣକାରୀଙ୍କୁ ଗିରଫ କରାଯାଇଛି । ୧,୦୦୦ କିଲୋଗ୍ରାମରୁ ଅଧିକ ହେରୋଇନ ଜବତ କରାଯାଇଛି ଏବଂ ଅପରାଧୀଙ୍କ ସମ୍ପତ୍ତି ବାଜ୍ୟାପ୍ତ କରାଯାଇଛି । ପଞ୍ଜାବର ଯୁବକମାନଙ୍କୁ ନିଶାର ଖରାପ ପ୍ରଭାବରୁ ରକ୍ଷା କରିବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ଥିବାର ସେ କହିଛନ୍ତି । ପଞ୍ଜାବ ନିଶା ବିରୋଧୀ ପାଠ୍ୟକ୍ରମ ଆରମ୍ଭ କରିବାରେ ଦେଶରର ପ୍ରଥମ ରାଜ୍ୟ ହେବାକୁ ଯାଉଛି ।

Advertisment

ଅଧିକ ପଢ଼ନ୍ତୁ: ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା; ଭୂସ୍ଖଳନ, ଯାତାୟତ ଠପ୍...

Learning Outcome Based Curriculum Framework Schools Punjab Drug Case
Advertisment
Advertisment