/odishatv-khabar/media/post_attachments/uploadimage/library/16_9/16_9_0/IMAGE_1679581864.jpg)
Antarctica and Greenland
ଦେଶରେ ଦେଖାଦେବ କି ଜଳ ସଙ୍କଟ ? ଖୁବ୍ଶୀଘ୍ର ଶୁଖିଯାଇପାରେ ବଡ଼ ବଡ଼ ନଦୀ । କେବଳ ଭାରତ ନୁହେଁ ଚୀନ ଏବଂ ପାକିସ୍ତାନର ବଡ଼ ବଡ଼ ନଦୀର ପାଣି ଶୁଖିଯିବା ନେଇ ଆକଳନ କରାଯାଉଛି । ଯାହାଫଳରେ ପାଣି ଟୋପାଏ ପାଇଁ ଛଟପଟ ହେବେ ୧୭୦ରୁ ୨୪୦ କୋଟିର ସହର ଲୋକେ ।
ବୈଜ୍ଞାନିକଙ୍କ ପକ୍ଷରୁ ଏପରି ଏକ ଚେତାବନୀ ଦିଆଯାଇଛି । ହିମାଳୟରେ ଗ୍ଳାସିୟର ଦ୍ରୁତ ଗତିରେ ତରଳୁଥିବାରୁ ଦେଶର ବଡ଼ ବଡ଼ ନଦୀ ଉପରେ ଏହାର ପ୍ରଭାବ ଦେଖାଦେଇପାରେ ବୋଲି କୁହାଯାଇଛି । ଗଙ୍ଗା, ବ୍ରହ୍ମପୁତ୍ର ଓ ସିନ୍ଧୁର ଜଳସ୍ତର ଦ୍ରୁତଗତିରେ ହ୍ରାସ ପାଇବାର ସମ୍ଭାବନା ରହିଛି ବୋଲି କହିଛନ୍ତି ବୈଜ୍ଞାନିକ ।
ଖାଲି ସେତିକି ନୁହେଁ, ବୈଜ୍ଞାନିକଙ୍କ କହିବା ଅନୁସାରେ ଆଉ ମାତ୍ର ୨୭ ବର୍ଷ ପରେ ଏହାର ପ୍ରଭାବ ଦେଖାଦେବ । ୨୦୫୦ ବର୍ଷ ବେଳକୁ ଏହି ସବୁ ନଦୀ ଶୁଖିଯିବ ବୋଲି କୁହାଯାଇଛି । ସଂଯୁକ୍ତ ରାଷ୍ଟ୍ରର ମହାସଚିବ ଏଣ୍ଟୋନିୟୋ ଗୁଟେରେସ ଏନେଇ ଖୁଲାସା କରିଛନ୍ତି ।
ସେ କହିଛନ୍ତି ଯେ, ଗଙ୍ଗା, ବ୍ରହ୍ମପୁତ୍ର ଓ ସିନ୍ଧୁର ଜଳସ୍ତର ଶୁଖିବାର ସମ୍ଭାବନା ରହିଛି । ପ୍ରତି ବର୍ଷ ୧୫୦୦ କୋଟି ଟନ ବରଫ ତରଳୁଛି । ଏସିଆ ମହାଦେଶ ଦେଇ ବହି ଯାଉଥିବା ୧୦ଟି ନଦୀ ହିମାଳୟରୁ ବାହାରିଛି । ଏହି ନଦୀ ହାରାହାରି ୧୩୦ କୋଟି ଲୋକଙ୍କ ଜଳସମସ୍ୟା ଦୂର କରୁଛି । ହିମାଳୟରେ ଥିବା ଗ୍ଲାସିୟର ତରଳୁଥିବାରୁ ଏହାର ପ୍ରଭାବ ଗଙ୍ଗା, ସିନ୍ଧୁ ଏବଂ ବ୍ରହ୍ମପୁତ୍ର ଉପରେ ପଡିବ ବୋଲି ସେ କହିଛନ୍ତି ।
ତେଣୁ ବୈଜ୍ଞାନିକଙ୍କ ଏପରି ଆକଳନ ଯଦି ସତ ହୁଏ । ତେବେ ଦେଶରେ ନିଶ୍ଚୟ ଜଳ ସଙ୍କଟ ଦେଖାଦେବ । ଅନେକ ସହରବାସୀ ଜଳସମସ୍ୟା ଦେଇ ଗତି କରିବେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)