Advertisment

ପ୍ରମାଣ ନଷ୍ଟ କରିଥିଲେ, ୭ ବର୍ଷ ଜେଲ ଦଣ୍ଡ

ଦିଲ୍ଲୀର ଗ୍ରୀନ୍‌ ପାର୍କ ଅଞ୍ଚଳରେ ଥିବା ଉପହାର ସିନେମା ହଲ୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ୫୯ ଜଣ ଲୋକଙ୍କ ପ୍ରାଣହାନୀ ହୋଇଥିଲା। ୧୦୦ରୁ ଉର୍ଦ୍ଧ୍ୱ ଲୋକ ଆହତ ହୋଇଥିଲେ।

author-image
Chandan Shishu
Uphaar tragedy

Uphaar tragedy

ନୂଆଦିଲ୍ଲୀ: ଉପହାର ସିନେମା ଅଗ୍ନିକାଣ୍ଡ ଘଟଣାରେ ଆନସଲ ଭ୍ରାତାଙ୍କୁ ୭ ବର୍ଷ ଜେଲ। ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ଅନସାଲ ଭ୍ରାତାଙ୍କୁ ୭ ବର୍ଷ ଜେଲ ଦଣ୍ଡାଦେଶ। ଉପହାର ସିନେମା ଟ୍ରାଜେଡି ମାମଲାରେ ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ବିଲ୍ଡର ସୁଶିଲ ଅନସାଲ ଓ ଗୋପାଲ ଅନସାଲଙ୍କୁ ୭ ବର୍ଷ ପାଇଁ ଜେଲଦଣ୍ଡ ଆଦେଶ ଦେଇଛନ୍ତି କୋର୍ଟ।

Advertisment

୧୯୯୭ ମସିହା ଜୁନ ୧୩। ସେଦିନ ଦିଲ୍ଲୀର ଗ୍ରୀନ୍‌ ପାର୍କ ଅଞ୍ଚଳରେ ଥିବା ଉପହାର ସିନେମା ହଲ୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ୫୯ ଜଣ ଲୋକଙ୍କ ପ୍ରାଣହାନୀ ହୋଇଥିଲା। ୧୦୦ରୁ ଉର୍ଦ୍ଧ୍ୱ ଲୋକ ଆହତ ହୋଇଥିଲେ। ଅଧିକାଂଶ ଲୋକ ଅଣନିଶ୍ୱାସୀ ହୋଇ ପ୍ରାଣ ହରାଇଥିଲେ। ତେବେ ସିନେମା ହଲ୍‌ରେ ଆବଶ୍ୟକତା ଠାରୁ ଅଧିକ ସିଟ୍‌ ରହିଥିବାରୁ ଏକ୍‌ଜିଟ୍‌ ଡୋର୍(ପ୍ରସ୍ଥାନ ଗେଟ୍) ଖୋଲିପାରିନଥିଲା।

ତେବେ ଏହି ସିନେମାହଲର ମାଲିକ ଆନସଲ ଭ୍ରାତାଙ୍କୁ ଗତ ମାସରେ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ। ପ୍ରମାଣ ନଷ୍ଟ କରିଥିବା କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଯାହାର ରାୟ ଆଜି ପ୍ରକାଶ ପାଇଛି।

Advertisment

ଏନେଇ ଚିଫ୍ ମେଟ୍ରୋପଲିଟାନ୍ ମାଜିଷ୍ଟ୍ରେଟ୍ ପଙ୍କଜ ଶର୍ମା କହିଛନ୍ତି ଯେ ଏହା ଏକ ବଡ଼ ମାମଲା। ଏହି ମାମଲାର ସିଦ୍ଧାନ୍ତରେ ପହଞ୍ଚି ନିଷ୍ପତ୍ତି ନେବା କଠିନ ଥିଲା। ଅନେକ ରାତି ପରେ ରାତି ବିଚାରବିମର୍ଷ ପରେ ଆମେ ସିଦ୍ଧାନ୍ତରେ ପହଞ୍ଚିଥିଲୁ ଯେ ଅଭିଯୁକ୍ତମାନେ ଦଣ୍ଡ ପାଇବାକୁ ଯୋଗ୍ୟ। ସେମାନେ ୭ ବର୍ଷ ଜେଲ ସହ ପ୍ରତ୍ୟେକ ଅଭିଯୁକ୍ତଙ୍କୁ ୨.୨୫ କୋଟି ଜୋରିମାନା କରାଯାଇଛି।

ଗତ ୨୦୧୫ରେ ଆନସଲ ଭ୍ରାତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ଟ୍ରାଏଲ କୋର୍ଟ। ବୟସ ହେତୁ ସେମାନଙ୍କୁ ଜେଲରୁ ବଞ୍ଚିତ କରାଯାଇଥିଲା କିନ୍ତୁ ପ୍ରତ୍ୟେକଙ୍କୁ ୩୦ କୋଟି ଟଙ୍କା ଜୋରିମାନା କରାଯାଇଥିଲା।

New Delhi Verdict Uphaar Cinema Fire Ansal Brother
Advertisment
Advertisment