• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଉତ୍ତରପ୍ରଦେଶର ମାନକପୁର ରେଳ ଷ୍ଟେସନର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ଯାହାକୁ ଦେଖିବା ପରେ ଆପଣ ବି ଚକିତ ହୋଇଯିବେ । ଏହି ଭିଡିଓରେ କିଛି ଲୋକ ଟ୍ରେନ୍‌ର କାଚ ଝରକା ଭାଙ୍ଗୁଥିବାର ଦେଖିବାକୁ ମିଳୁଛି । ଉତ୍ତରପ୍ରଦେଶର ଅନ୍ତୋଦୟ ଏକ୍ସପ୍ରେସରେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି ।

ସୂଚନା ଅନୁସାରେ ଉତ୍ତରପ୍ରଦେଶରୁ ମୁମ୍ବାଇ ଯିବାକୁ ଅନ୍ତୋଦୟ ଏକ୍ସପ୍ରେସରେ ବହୁତ ଭିଡ଼ ରହିଥିଲା । ଏହି କାରଣରୁ ଯାତ୍ରୀମାନେ ବଗିର କବାଟ ବନ୍ଦ କରିଦେଇଥିଲେ । ଏଥିରେ ରାଗିଯାଇ କିଛି ଯାତ୍ରୀ ଅନ୍ତୋଦୟ ଏକ୍ସପ୍ରେସ ଟ୍ରେନକୁ ଭଙ୍ଗାରୁଜା କରିଥିଲେ । ବନ୍ଦ ଟ୍ରେନରେ ପ୍ରବେଶ କରିବା ପାଇଁ ଯାତ୍ରୀ ଝରକା ଓ ଗ୍ରିଲ୍‌ ମଧ୍ୟ ଭାଙ୍ଗି ଥିଲେ । ଏହି ଭଙ୍ଗାରୁଜା ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି । ସେପଟେ ଏହି ମାମଲାରେ ଅଭିଯୁକ୍ତ ଯାତ୍ରୀଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି ।

ମଙ୍ଗଳବାର ରାତିରେ ବସ୍ତି ରେଳ ଷ୍ଟେସନରେ ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା । ଛପରାରୁ ମୁମ୍ବାଇ ଯିବାକୁ ଥିବା ଅନ୍ତୋଦୟ ଏକ୍ସପ୍ରେସରେ ବହୁତ ଭିଡ଼ ହେବାରୁ ଭିତରେ ବସିଥିବା ଯାତ୍ରୀମାନେ ବଗିର ଗେଟ୍‌ ବନ୍ଦ କରିଦେଇଥିଲେ । ତେବେ ବସ୍ତି ଷ୍ଟେସନରେ ଏହି ଟ୍ରେନ୍‌ରେ ଯିବା ପାଇଁ ବହୁ ସଂଖ୍ୟାରେ ଯାତ୍ରୀ ଅପେକ୍ଷା କରିଥିଲେ । କିନ୍ତୁ ବଗି ଗେଟ୍‌ ବନ୍ଦ ହୋଇଥିବା ଦେଖିବା ପରେ ସେମାନେ ରାଗିଯାଇଥିଲେ । ଯାହାଫଳରେ କିଛି ଯାତ୍ରୀ ଟ୍ରେନକୁ ଭଙ୍ଗାରୁଜା କରିଥିଲେ ।

ଅଧିକ ପଢ଼ନ୍ତୁ: ୪୩ ବର୍ଷ ପରେ କୁଏତ ଯିବେ ଭାରତର ପ୍ରଧାନମନ୍ତ୍ରୀ, ଆହୁରି ମଜବୁତ୍‌ ହେବ ଦ୍ୱିପାକ୍ଷିକ ସମ୍ପର୍କ

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ଦେଖିବାକୁ ମିଳୁଛି କି ଜଣେ ବ୍ୟକ୍ତି ବଡ଼ ପଥରରେ ପ୍ରବେଶ ଦ୍ୱାରରେ ଥିବା ଝରକାକୁ ଭାଙ୍ଗୁଛନ୍ତି । ଏହି ସମୟରେ, ଅନ୍ୟ ଲୋକମାନେ ଝରକା ଦେଇ କୋଚକୁ ପ୍ରବେଶ କରିବା ପାଇଁ ୱିଣ୍ଡୋ ଗ୍ଲାସ୍‌ ଏବଂ ଲୁହା ଗ୍ରିଲ୍‌ ଭାଙ୍ଗୁଥିବାର ଦେଖିବାକୁ ମିଳୁଛି । ତେବେ ଏହି ଭଙ୍ଗାରୁଜା ଘଟଣା ପାଇଁ ଆରପିଏଫ୍‌ ଜଣେ ଅଜ୍ଞାତ ଯାତ୍ରୀଙ୍କ ବିରୋଧରେ ମାମଲା ରୁଜୁ କରିଛି ।

ସରକାରୀ ସୂତ୍ର ଅନୁଯାୟୀ ଟ୍ରେନରେ ବହୁତ ଭିଡ଼ ଥିଲା । ତେଣୁ ଭିତରେ ବସିଥିବା ଯାତ୍ରୀମାନେ କୋଚକୁ ଭିତରୁ ବନ୍ଦ କରିଦେଇଥିଲେ, ଯେପରି ଟ୍ରେନ୍‌ ଭିତରକୁ ଅନ୍ୟ କୌଣସି ଯାତ୍ରୀ ଆସିପାରିବେ ନାହିଁ । ଏହି କାର୍ଯ୍ୟ ବସ୍ତି ରେଳ ଷ୍ଟେସନରେ ଟ୍ରେନରେ ଯିବାକୁ ଅପେକ୍ଷା କରିଥିବା ଯାତ୍ରୀମାନଙ୍କୁ କ୍ରୋଧିତ କରିଥିଲା ।​ ଏହା ପରେ ଜଣେ ଯୁବକ ପ୍ରବେଶ ଦ୍ୱାରର କାଚ ପ୍ୟାନେଲ ଭାଙ୍ଗିଥିବା ବେଳେ ଆଉ କିଛି ଯାତ୍ରୀ ଝରକାରେ ଲାଗିଥିବା ଲୁହା ଗ୍ରିଲ୍‌କୁ ଭାଙ୍ଗି ଦେଇଥିଲେ ।

ସେପଟେ ଏହି ଘଟଣା ପରେ ଉତ୍ତର ପୂର୍ବାଞ୍ଚଳ ରେଳ ବିଭାଗର ବରିଷ୍ଠ ବିଭାଗୀୟ ସୁରକ୍ଷା କମିଶନର ଚନ୍ଦ୍ର ମୋହନ ମିଶ୍ର କହିଛନ୍ତି ଯେ ଟ୍ରେନ୍ ଭଙ୍ଗାରୁଜା ସମୟର ଭିଡିଓ ଆମ ପାଖରେ ରହିଛି । ଆମ ଟିମ୍‌ ଏହି ମାମଲାରେ ଜଡ଼ିତ ଲୋକଙ୍କୁ ଚିହ୍ନଟ କରିବାକୁ ଚେଷ୍ଟା କରୁଛନ୍ତି । ଆଇନ ଅନୁଯାୟୀ ଅଭିଯୁକ୍ତଙ୍କୁ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

ଅଧିକ ପଢ଼ନ୍ତୁ: ସଂସଦ ଧକ୍କାବାଜି ମାମଲା: ବଢ଼ିପାରେ ରାହୁଲଙ୍କ ଅଡ଼ୁଆ, ଘାରିଲା ଗିରଫଦାରି ଭୟ...

OTV is now on Whatsapp

Join and get latest news update delivered to you via whatsapp

Join Now