Advertisment

ଦୁଇ ପିଲର ମଝିରେ ଫସିଲା ୧୧ ବର୍ଷର ନାବାଳକ, ୩ ବର୍ଷର ଝିଅକୁ ଉଦ୍ଧାର ପାଇଁ ଚାଲିଛି ଅପରେସନ୍

ବିହାର ରୋହତାସରେ ଗୋଟିଏ ବ୍ରିଜର ଦୁଇଟି ପିଲର୍ ମଧ୍ୟରେ ଫସି ରହିଛି ୧୧ ବର୍ଷର ପିଲା, ଉଦ୍ଧାର କାମ ଜାରି ରହିଥିବା ବେଳେ ସେପଟେ ଆଉ ଏକ ଦୁର୍ଘଟଣାରେ ମଧ୍ୟପ୍ରଦେଶରେ ୩ ବର୍ଷର ଶିଶୁକୁ ଏପର୍ଯ୍ୟନ୍ତ ବୋରୱେଲରୁ ବାହାର କରାଯାଇପାରିନି ...

author-image
Pallipuspa Samal
ଅଦ୍ୟତନ ହୋଇଛି
child rescue

child rescue

ପୋଲର ଦୁଇ ପିଲର ମଧ୍ୟରେ ଫସିଲା ୧୧ ବର୍ଷର ନାବାଳକ। ବିହାରର ରୋହତାସ ଅଞ୍ଚଳର ନସିରଗଞ୍ଜ- ଦାଉଦନଗର ମୁଖ୍ୟ ରାସ୍ତାରେ ଥିବା ପୋଲରେ ଘଟିଛି ଏହି ଘଟଣା। ପୋଲ ଉପରେ ଯିବା ବେଳେ ନାବାଳକ ଜଣକ ଦୁଇ ପିଲର ମଧ୍ୟରେ ଖସିପଡିଥିଲା। ସ୍ଥାନୀୟ ଲୋକେ ଏହା ଦେଖିବା ପରେ ପ୍ରଶାସନକୁ ଖବର ଦେଇଥିଲେ।

Advertisment

ପ୍ରଶାସନ NDRF ସହାୟତାରେ ଉଦ୍ଧାର କାମ ଆରମ୍ଭ କରିଛି। ପିଲାରରେ ଫସି ରହିଥିବା ନାବାଳକ ଜଣକ ଖରିଆଓଁ ପଞ୍ଚାୟତର ଭୋଲା ଶାହଙ୍କ ପୁଅ ରଞ୍ଜନ କୁମାର ଶାହ ବୋଲି ଜଣାପଡିଛି। ତେବେ ନାବାଳକ ଜଣକ ମାନସିକ ବିକାରଗ୍ରସ୍ତ ଓ ଦୁଇ ଦିନ ପୂର୍ବେ ସେ ଘରୁ ଚାଲିଆସିଥିବା ତାଙ୍କ ବାପା କହିଛନ୍ତି। ପିଲାଟିକୁ ସୁରକ୍ଷିତ ଉଦ୍ଧାର କରିବା ଲାଗି NDRF ଉଦ୍ୟମ ଜାରି ରଖିଛନ୍ତି ।

ସେପଟେ ୪୦ ଘଣ୍ଟା ପରେ ବି ଉଦ୍ଧାର ହୋଇପାରିନି ବୋରୱେଲ ଭିତରେ ଖସିପଡ଼ିଥିବା ୩ ବର୍ଷର ଶିଶୁ । ମଧ୍ୟପ୍ରଦେଶ ସିହୋର ଜିଲ୍ଲା ମୁଗାବଲି ଗାଁରେ ବୋରୱେଲ ଭିତରେ ଖସିପଡ଼ିଥିବା ୩ ବର୍ଷର କୁନି ଝିଅକୁ ଉଦ୍ଧାର ପାଇଁ ଚାଲିଛି ଉଦ୍ୟମ । ଗଭୀର ବୋରୱେଲ ତଳକୁ ଖସିପଡ଼ିଛି କୁନି ଝିଅ । ସ୍ଥାନୀୟ ପ୍ରଶାସନ, ବାୟୁ ସେନା, ଏନଡିଆରଏଫ ଓ ଅଗ୍ନିଶମ ବିଭାଗ ମିଳିତ ଭାବେ ଝିଅକୁ ଉଦ୍ଧାର ପାଇଁ ଅପରେସନ ଚଳାଇଛନ୍ତି। ତେବେ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହେଉଥିବାରୁ ରୋବଟର ସହାୟତା ନିଆଯିବ ବୋଲି କୁହାଯାଉଛି।

Advertisment

ବୋରୱେଲ ପାଖରେ ସମାନ୍ତରାଳ ଭାବେ ଖୋଳା ଚାଲିଛି ଆଉ ଏକ ଗାତ । କୁନି ଝିଅକୁ ଅକ୍ସିଜେନ ଦିଆଯାଉଛି । ଖେଳୁଥିବା ବେଳେ ଝିଅଟି ବୋରୱେଲରେ ଖସି ପଡିଥିଲା। ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ପ୍ରଶାସନକୁ ଖବର ଦେଇଥିଲେ । କିଛି ବର୍ଷ ପୂର୍ବେ ଜଣେ ଚାଷୀ ବୋରୱେଲ ଖୋଳିଥିବା ବେଳେ ପାଣି ନବାହାରିବାରୁ ଅଧାରୁ କାମ ବନ୍ଦ କରିଦେଇଥିଲେ । ବୋରୱେଲଟି ଖୋଲା ଛାଡି ଦିଆଯାଇଥିବା ବେଳେ ଛୋଟ ଝିଅଟି ସେଥିରେ ଖସିପଡିଛି। ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ କରିବା ଲାଗି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ନିର୍ଦ୍ଦେଶ ଦେଇଛନ୍ତି।

Child Rescue
Advertisment
Advertisment