Advertisment

ଅମ୍ୱାନୀଙ୍କ ବାହାଘରରେ ଇଏ କିଏସେ ?

ଅନନ୍ତ ଅମ୍ୱାନୀ ଓ ରାଧିକାଙ୍କ ବିବାହରେ ଦେଖିବାକୁ ମିଳିଛି ଗୋଟିଏ ରୋଚକ ଘଟଣା। ତାଙ୍କ ବିବାହରେ ଜଣେ ବୃଦ୍ଧା ସାମିଲ ହୋଇଥିଲେ। ଏବଂ ଅମ୍ବାନୀ ଦମ୍ପତି ତାଙ୍କୁ ମୁଣ୍ଡିଆ ବି ମାରିଥିଲେ। ହେଲେ କିଏ ଏହି ମହିଳା ତାକୁ ନେଇ ସମସ୍ତଙ୍କ ଭିତରେ ସସପେନ୍ସ ।

author-image
Pallipuspa Samal
radhika ananta wedding

radhika ananta wedding

ଅନନ୍ତ ଅମ୍ୱାନୀ ଓ ରାଧିକାଙ୍କ ବିବାହ ସରିଛି। ବେଶ୍ ଧୁମଧାମରେ ଏହି ବିବାହ ସମ୍ପନ୍ନ ହୋଇଥିବା ବେଳେ ଦେଖିବାକୁ ମିଳିଛି ଗୋଟିଏ ରୋଚକ ଘଟଣା। ଅମ୍ବାନୀଙ୍କ ବିବାହରେ ସାମିଲ ହୋଇଥିଲେ ଜଣେ ବୃଦ୍ଧା । ଖାଲି ସାମିଲ ହୋଇଥିଲେ ତା ନୁହେଁ ବରଂ ଅମ୍ବାନୀ ଦମ୍ପତି ତାଙ୍କୁ ମୁଣ୍ଡିଆ ବି ମାରିଥିଲେ। ହେଲେ କିଏ ଏହି ମହିଳା, ଦେଶର ସବୁଠାରୁ ବଡ଼ ଧନୀ ଘର ବର-ବଧୂ କାହିଁକି ତାଙ୍କୁ ମୁଣ୍ଡିଆ ମରିଲେ, ତାକୁ ନେଇ ସମସ୍ତଙ୍କ ଭିତରେ ସସପେନ୍ସ।

Advertisment

ଚର୍ଚ୍ଚିତ ଅନନ୍ତ ଅମ୍ୱାନୀ ଓ ରାଧିକା ମର୍ଚାଣ୍ଟଙ୍କ ବିବାହରେ ଦେଶ ତଥା ବିଦେଶର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ। ଯାହାର କିଛି ଭିଡିଓ ଆପଣ ସୋସିଆଲ ମିଡିଆରେ ଦେଖିଥିବେ। ତେବେ ଏବେ ଏ ନୂତନ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ଅନନ୍ତ ଓ ରାଧିକ ଜଣେ ବୁଢୀ ମା’ଙ୍କୁ ମୁଣ୍ଡିଆ ମାରି ଅଭିବାଦନ ଜଣାଉଥିବା ଦେଖିବାକୁ ମିଳୁଛି। ଏହାକୁ ଦେଖି ଅନେକ ୟୁଜର୍ସଙ୍କ ମନରେ ପ୍ରଶ୍ନ ଉଠିଥିଲା କିଏ ଏହି ବୁଢୀମା।

ଆମେ ଆପଣଙ୍କୁ ଜଣାଇ ଦେଉଛୁ, ଏ ବୃଦ୍ଧା ଜଣକ ହେଉଛନ୍ତି ମୁମ୍ବାଇର ମାଟୁଙ୍ଗା ସ୍ଥିତ 'କାଫେ ମୈସୋର'ର ମାଲିକାଣୀ ଶାନ୍ତେରୀ ନାୟକ। ଯାହାଙ୍କୁ ଅମ୍ୱାନୀ ପରିବାର ନିଜ ପୁଅ ବାହାଘରରେ ନିମନ୍ତ୍ରଣ କରିଥିଲେ। ତାଙ୍କୁ ଦେଖୁ ଦେଖୁ ଚିହ୍ନିପାରିଥିଲେ ଅନନ୍ତ ଏବଂ ପାଖକୁ ଯାଇ ମୁଣ୍ଡିଆ ମାରିଥିଲେ।

Advertisment

ଅନନ୍ତ ରାଧିକାଙ୍କୁ ମଧ୍ୟ ଡାକି କହିଥିଲେ ଦେଖ ମୈସୁର କାଫେର ମାଲିକ ଆସିଛନ୍ତି। ସେ ଶାନ୍ତେରୀଙ୍କୁ ମୁଣ୍ଡିଆ ମାରିବା ସହ କହିଥିଲେ, ଆମ ପରିବାର ପ୍ରତି ରବିବାର ଘରେ ମୈସୋର କାଫେର ଖାଦ୍ୟ ଖାଇଥାଉ। ଶାନ୍ତେରୀ ମଧ୍ୟ ନବଦମ୍ପତ୍ତିଙ୍କ ଆଶୀର୍ବାଦ ଦେଇଥିଲେ ।

ତେବେ ଜାଣିରଖନ୍ତୁ, ମୁମ୍ୱାଇର ସର୍ବ ପୁରାତନ ସାଉଥ-ଇଣ୍ଡିଆନ କାଫେ ହେଉଛି ମୈସୋର କାଫେ। ୧୯୩୬ ମସିହାରୁ ଏହା ଚାଲିଆସୁଛି। ଏଠାରେ ସାଉଥ ଇଣ୍ଡିଆନ ଖାଦ୍ୟ ଯେପରି ଇଟଲୀ, ଦୋସା, ସମ୍ୱର ଆଦି ଖାଦ୍ୟ ମିଳିଥାଏ। ଏହି କାଫେର ଖାଦ୍ୟ ମୁକେଶ ଅମ୍ୱାନୀ ତଥା ପୁରା ପରିବାରରଙ୍କ ଖୁବ ପ୍ରିୟ ।

Advertisment
Advertisment